Advertisment

ବଡ଼ ପତିଆରାବାଲା ମନ୍ତ୍ରୀଙ୍କୁ ଏବେ ଫାଇଲ୍ ମନା !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିଜକୁ ଜଣେ ପ୍ରଭାବଶାଳୀ ନେତା ବୋଲାଉଥିବା ମନ୍ତ୍ରୀଙ୍କୁ କୁଆଡ଼େ ତୃତୀୟ ମହଲା ପେଟେଣ୍ଟ ମେଡିସିନ୍ ଚଖାଇଛି ବୋଲି ଚର୍ଚ୍ଚା। ଏହି ମନ୍ତ୍ରୀଙ୍କ ନିକଟକୁ କୌଣସି ଫାଇଲ୍ ପଠାଇବା ପୂର୍ବରୁ ପ୍ରଥମେ ତୃତୀୟ ମହଲାରେ ଥିବା ଜଣେ ନିର୍ଦ୍ଦିଷ୍ଟ ନୋଡାଲ୍ ଅଫିସରଙ୍କ ଅନୁମତି ନେବାକୁ କୁଆଡ଼େ ସେହି ବିଭାଗର ସଚିବଙ୍କୁ ଅଲିଖିତ ନିର୍ଦ୍ଦେଶ ଦିଆଯାଇଛି। ଶୁଣିବାକୁ ମିଳୁଛି, ଏହି ମନ୍ତ୍ରୀଜଣକ କୁଆଡ଼େ ଏବେ ୨ଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱରେ ଅଛନ୍ତି। ଦୁଇଟି ଯାକ ବିଭାଗ […]

ଅଦ୍ୟତନ ହୋଇଛି
ବଡ଼ ପତିଆରାବାଲା ମନ୍ତ୍ରୀଙ୍କୁ ଏବେ ଫାଇଲ୍ ମନା !

Gossip-Gali

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିଜକୁ ଜଣେ ପ୍ରଭାବଶାଳୀ ନେତା ବୋଲାଉଥିବା ମନ୍ତ୍ରୀଙ୍କୁ କୁଆଡ଼େ ତୃତୀୟ ମହଲା ପେଟେଣ୍ଟ ମେଡିସିନ୍ ଚଖାଇଛି ବୋଲି ଚର୍ଚ୍ଚା।

Advertisment

ଏହି ମନ୍ତ୍ରୀଙ୍କ ନିକଟକୁ କୌଣସି ଫାଇଲ୍ ପଠାଇବା ପୂର୍ବରୁ ପ୍ରଥମେ ତୃତୀୟ ମହଲାରେ ଥିବା ଜଣେ ନିର୍ଦ୍ଦିଷ୍ଟ ନୋଡାଲ୍ ଅଫିସରଙ୍କ ଅନୁମତି ନେବାକୁ କୁଆଡ଼େ ସେହି ବିଭାଗର ସଚିବଙ୍କୁ ଅଲିଖିତ ନିର୍ଦ୍ଦେଶ ଦିଆଯାଇଛି।

ଶୁଣିବାକୁ ମିଳୁଛି, ଏହି ମନ୍ତ୍ରୀଜଣକ କୁଆଡ଼େ ଏବେ ୨ଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱରେ ଅଛନ୍ତି। ଦୁଇଟି ଯାକ ବିଭାଗ ଦୁହାଁଳିଆ ହୋଇଥିବାବେଳେ ବିଭିନ୍ନ କାର୍ଯ୍ୟ ପାଇଁ କୁଆଡ଼େ ମୋଟା ଅଙ୍କର ଅର୍ଥ କାରବାର ହୋଇଥାଏ। ତେବେ ଗତ ଦୁଇମାସ ତଳେ ମନ୍ତ୍ରୀଜଣକ ନିଜର ପତିଆରା ଦେଖାଇବାକୁ ଯାଇ କୁଆଡ଼େ ତାଙ୍କ ଅଧୀନରେ ଥିବା ଗୋଟିଏ ବିଭାଗର ସଚିବଙ୍କୁ ଡାକି ଏକ ନିର୍ଦ୍ଦିଷ୍ଟ ଫାଇଲ୍ ସମ୍ପର୍କରେ ଖୋଳତାଡ଼ କରିଥିଲେ।

Advertisment

ଚର୍ଚ୍ଚା ହେଉଛି, ଏ ସମସ୍ତ ବିଷୟରେ ସମ୍ପୃକ୍ତ ସଚିବ କୁଆଡ଼େ ତୃତୀୟ ମହଲାର ନୋଡାଲ୍ ଅଫିସରଙ୍କୁ ଜଣାଇବା ପରେ ସେ ରାଗି ଖପ୍ପା ହୋଇଯାଇଥିଲେ। ଆଉ ସେହି ମନ୍ତ୍ରୀଙ୍କ ପାଖକୁ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ପଠାଇବା ବଦଳରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦନ କରାଇ ନେବାକୁ କୁଆଡ଼େ ସମ୍ପୃକ୍ତ ସଚିବଙ୍କୁ ପରାମର୍ଶ ଦେଇଥିଲେ।

ସମ୍ପୃକ୍ତ ଫାଇଲ୍ କାର୍ଯ୍ୟ ତୃତୀୟ ମହଲାର ଅନୁମତିରେ ଆଗକୁ ବଢ଼ିଛି। ସେହି ଫାଇଲଟି ଉପରେ ସରକାରୀ ମୋହର ପାଇଁ କୁଆଡ଼େ ଅନ୍ୟ ଏକ ବିଭାଗର ସଚିବ ବାରମ୍ବାର ଚାପ ପକାଉଥିଲେ। ରାଜ୍ୟରେ ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ପାଇଁ ଭିତ୍ତିଭୂମି ପ୍ରସ୍ତୁତି କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସାରିବା ଉପରେ ତୃତୀୟ ମହଲା ଗୁରୁତ୍ୱ ଦେଉଥିବାରୁ ସମ୍ପୃକ୍ତ ଫାଇଲକୁ କ୍ଲିଅର କରାଯାଇଥିଲା ବୋଲି ସଚିବ ମନ୍ତ୍ରୀଙ୍କୁ ଜଣାଇଥିଲେ।

କିନ୍ତୁ ସଚିବଙ୍କର ଏଭଳି କଥାରେ କୁଆଡ଼େ ମନ୍ତ୍ରୀ ମହାଶୟ ଆଦୌ ସନ୍ତୁଷ୍ଟ ହୋଇ ନଥିଲେ। ନବୀନ ସରକାରରେ ମନ୍ତ୍ରୀଙ୍କ ଭାଉ ଯେ କେତେ, ତାହା ଜାଣି ସୁଦ୍ଧା ମହାଶୟ ସମସ୍ତ ଫାଇଲ୍ ତାଙ୍କ ବାଟଦେଇ ହିଁ ଯିବ ବୋଲି ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଚର୍ଚ୍ଚା ହେଉଛି, ଏ ସମସ୍ତ ବିଷୟରେ ସମ୍ପୃକ୍ତ ସଚିବ କୁଆଡ଼େ ତୃତୀୟ ମହଲାର ନୋଡାଲ୍ ଅଫିସରଙ୍କୁ ଜଣାଇବା ପରେ ସେ ରାଗି ଖପ୍ପା ହୋଇଯାଇଥିଲେ। ଆଉ ସେହି ମନ୍ତ୍ରୀଙ୍କ ପାଖକୁ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ପଠାଇବା ବଦଳରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦନ କରାଇ ନେବାକୁ କୁଆଡ଼େ ସମ୍ପୃକ୍ତ ସଚିବଙ୍କୁ ପରାମର୍ଶ ଦେଇଥିଲେ।

ତା' ପରଠୁ ପ୍ରାୟ ୨ମାସ ହେଲା ମନ୍ତ୍ରୀଙ୍କ ପାଖକୁ କୁଆଡ଼େ କୌଣସି ଗୁୁରୁତ୍ୱପୂର୍ଣ୍ଣ ଫାଇଲ୍ ଯାଉନି। ଯେଉଁ କିଛି ଫାଇଲ ଯାଉଛି, ତାହା କେବଳ ରୁଟିନ୍ ଫାଇଲ୍। ଏପରିକି ବିଭାଗର ବିଭିନ୍ନ ବଦଳି ମାମଲାରେ ବି ମନ୍ତ୍ରୀ କୁଆଡ଼େ ନିଜର ଲୋକଙ୍କ କଥାକୁ ବୁଝିବା ଭଳି ଅବସ୍ଥାରେ ନାହାନ୍ତି।

ସବୁକିଛି ଏବେ ତୃତୀୟ ମହଲାର ସେହି ନୋଡାଲ୍ ଅଫିସର କରୁଥିବାରୁ ବିଭାଗୀୟ ମନ୍ତ୍ରୀ ନୁହେଁ, ବରଂ ନୋଦାଲ୍ ବାବୁ ହିଁ ବିଭାଗର ‘ସୁପର ମିନିଷ୍ଟର’ ବୋଲି ଚର୍ଚ୍ଚା ହେଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe