ଓଡ଼ିଶାରେ ସମ୍ପର୍କୀୟଙ୍କୁ ଥଇଥାନ କରୁଛନ୍ତି ଆଇଏଏସ ଦମ୍ପତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଓଡ଼ିଶାର ଯୁବକଯୁବତୀଙ୍କ ପାଇଁ ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସରକାର ବିଫଳ ବୋଲି ବିରୋଧୀ ଦଳ ଚିତ୍କାର କରୁଛି। ଏଥିରେ ସତ୍ୟତା ଥାଉ ବା ନଥାଉ କିନ୍ତୁ ଏହା ସତ ଯେ ରାଜ୍ୟରେ ଅନେକ ନିଯୁକ୍ତି ସୁଯୋଗକୁ ଅଣଓଡ଼ିଆମାନେ ହଡ଼ପ କରିବାରେ ଲାଗିଛନ୍ତି ତା’ପୁଣି ଅଣଓଡ଼ିଆ ପ୍ରଶାସକମାନଙ୍କ ମାଧ୍ୟମରେ ହେଉଛି ବୋଲି ଚର୍ଚ୍ଚା। ଶୁଣିବାକୁ ମିଳୁଛି, ରାଜ୍ୟ ପ୍ରଶାସନରେ ଏବେ ଅଣଓଡ଼ିଆ ଅଫିସରମାନଙ୍କ ପ୍ରଭାବ ଅଧିକ ରହିଥିବାରୁ ସେମାନେ କୁଆଡେ଼ ନିଜର […]

Untitled-1

Untitled-1

Sampad Mahapatra
  • Published: Friday, 02 November 2018
  • Updated: 02 November 2018, 10:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଓଡ଼ିଶାର ଯୁବକଯୁବତୀଙ୍କ ପାଇଁ ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସରକାର ବିଫଳ ବୋଲି ବିରୋଧୀ ଦଳ ଚିତ୍କାର କରୁଛି। ଏଥିରେ ସତ୍ୟତା ଥାଉ ବା ନଥାଉ କିନ୍ତୁ ଏହା ସତ ଯେ ରାଜ୍ୟରେ ଅନେକ ନିଯୁକ୍ତି ସୁଯୋଗକୁ ଅଣଓଡ଼ିଆମାନେ ହଡ଼ପ କରିବାରେ ଲାଗିଛନ୍ତି ତା’ପୁଣି ଅଣଓଡ଼ିଆ ପ୍ରଶାସକମାନଙ୍କ ମାଧ୍ୟମରେ ହେଉଛି ବୋଲି ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ରାଜ୍ୟ ପ୍ରଶାସନରେ ଏବେ ଅଣଓଡ଼ିଆ ଅଫିସରମାନଙ୍କ ପ୍ରଭାବ ଅଧିକ ରହିଥିବାରୁ ସେମାନେ କୁଆଡେ଼ ନିଜର ସମ୍ପର୍କୀୟମାନଙ୍କୁ ସରକାରଙ୍କ ବିଭିନ୍ନ ପ୍ରକାରର କାର୍ଯ୍ୟରେ ନିୟୋଜିତ କରୁଛନ୍ତି। ଏବେ ‘ବିଶ୍ୱକପ‌୍‍ ହକି’ ଓ ‘ମେକ ଇନ‌୍‍ ଓଡ଼ିଶା’ କନକ୍ଲେଭ ଭଳି ଆନ୍ତର୍ଜାତିକ କାର୍ଯ୍ୟକ୍ରମ ପାଇଁ କୁଆଡେ଼ ଯେଉଁ ପ୍ରସ୍ତୁତି ଚାଲିଛି ସେଥିରେ ଓଡ଼ିଶାର ଲୋକଙ୍କ ଭାଗିଦାରୀ ଅତ୍ୟନ୍ତ ନଗଣ୍ୟ।

ଚର୍ଚ୍ଚା ହେଉଛି, ଏହି ଆଇଏଏସ ଦମ୍ପତି କୁଆଡେ଼ ଗତ କିଛିଦିନ ମଧ୍ୟରେ ୨୦ରୁ ୨୫କୋଟି ଟଙ୍କାର କାର୍ଯ୍ୟକୁ ବେଆଇନ ଭାବେ ନିଜର ସମ୍ପର୍କୀୟମାନଙ୍କୁ ବାଣ୍ଟି ଦେଇଛନ୍ତି। ଜଣେ ସଚିବ ନିଜ ଭାଇ ଓ ଶାଳକଙ୍କ ନାଁରେ ଥିବା ଦିଲ୍ଲୀସ୍ଥିତ ଏକ ଫାର୍ମକୁ କୁଆଡ଼େ ଏଭଳି ପ୍ରୋଜେକ୍ଟ ଦେଇଛନ୍ତି। ଏହି ପ୍ରୋଜେକ୍ଟ ପାଇଁ ବିଭାଗ ପକ୍ଷରୁ ଟେଣ୍ଡର ଡକାଯାଇଥିଲେ ବି ତାକୁ କୁଆଡ଼େ ନିଜର ସମ୍ପର୍କୀୟଙ୍କୁ ଦେବାର ମାର୍ଗ ପ୍ରଶସ୍ତ କରିବା ନିମନ୍ତେ ପ୍ରଥମେ ଟେଣ୍ଡର ବାତିଲ କରିଦିଆଯାଇଥିଲା। ପରବର୍ତ୍ତୀ ସମୟରେ ସଚିବ କୁଆଡ଼େ ପ୍ରୋଜେକ୍ଟର ବଜେଟକୁ ପ୍ରାୟ ୩୦ପ୍ରତିଶତ ବଢ଼ାଇ ସାନି ଟେଣ୍ଡର ଡାକି ନିଜର ସମ୍ପର୍କୀୟଙ୍କୁ ଦେଇଛନ୍ତି।

ଚର୍ଚ୍ଚା ହେଉଛି, ଗତ ୩ବର୍ଷ ଧରି ଏଭଳି ଭିତିରିଆ ବେଆଇନ କାର୍ଯ୍ୟ କରି ଏହି ଆଇଏଏସ ଦମ୍ପତିଙ୍କ ସମ୍ପର୍କୀୟମାନେ ରାଜକୋଷରୁ କୋଟି କୋଟି ଟଙ୍କା ଉଠାଇ ନେଉଥିଲେ ମଧ୍ୟ କେହି ଆପତ୍ତି ଉଠାଉ ନାହାନ୍ତି। ବିଭାଗରେ ୨-୩ଜଣ ଅଫିସରଙ୍କ ମାଧ୍ୟମରେ ଏସବୁ ବେଆଇନ କାର୍ଯ୍ୟ ଖୋଲାଖୋଲି ଚାଲିଛି। ଯେଉଁ କାର୍ଯ୍ୟକୁ ସମ୍ପୃକ୍ତ ଆଇଏଏସଙ୍କ ସମ୍ପର୍କୀୟ ନେଇଛନ୍ତି, ତାହା କୁଆଡ଼େ ବାସ୍ତବ ଖର୍ଚ୍ଚଠୁ ଢେର ଅଧିକ ଗୁଣରେ ଆବଣ୍ଟନ କରାଯାଇଛି। ଏପରିକି ସେହି କାର୍ଯ୍ୟ ପାଇଁ ସମ୍ପୃକ୍ତ ଆଇଏଏସଙ୍କ ସମ୍ପର୍କୀୟଙ୍କ ସଂସ୍ଥାର ମଧ୍ୟ ଆବଶ୍ୟକ ଯୋଗ୍ୟତା କୁଆଡ଼େ ନାହିଁ। ତଥାପି ଏସବୁ ଜାଣି ବି କେବଳ ଆଇଏଏସ ଦମ୍ପତିଙ୍କ ସମ୍ପର୍କୀୟ ହୋଇଥିବାରୁ ସମସ୍ତେ ନିରବ ରହୁଛନ୍ତି ଓ ସେମାନଙ୍କୁ ରାଜକୋଷ ଲୁଟିବା ପାଇଁ ଛାଡ଼ି ଦେଉଛନ୍ତି।

ଏପରିକି ସମ୍ପୃକ୍ତ ଆଇଏଏସ ଦମ୍ପତିଙ୍କ ସରକାରୀ ବାସଭବନ କୁଆଡ଼େ ଏହି ଦିଲ୍ଲୀସ୍ଥିତ ସଂସ୍ଥାର ଅସ୍ଥାୟୀ ଅଫିସ ପାଲଟିଛି ଓ ସେଠାରେ କିଛି ଅଣଓଡ଼ିଆ ଲୋକଙ୍କୁ ଧରି ଆବଶ୍ୟକ ଦସ୍ତାବିଜ କାମ ଚାଲୁଛି ବୋଲି ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story