Advertisment

ବିଜେଡିରେ ଚାଲିଛି କୋଡ୍ ୱାର୍ଡ- ‘ପାଣ୍ଡବ’, 'ଗୋପୀ', ଚାନ୍ଦି, 'କଣ୍ଟା'

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନରେ ନିଜର ଟିକେଟକୁ ପକ୍କା କରିବାକୁ ଚାହୁଁଥିବା ବିଜେଡି ନେତାମାନେ ଏବେ କୁଆଡ଼େ ଟେଲିଫୋନରେ କୋଡ୍ ୱାର୍ଡରେ ବାର୍ତ୍ତାଳାପ କରୁଥିବା ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳୁଛି, ବିଜେଡିର ଅଧିକାଂଶ ନେତା ଏବେ ପରସ୍ପର ମଧ୍ୟରେ ଟେଲିଫୋନ୍ ଜରିଆରେ ମନଖୋଲା କଥା ହେବାକୁ କୁଣ୍ଠା ବୋଧ କରୁଛନ୍ତି। ସେମାନେ କୁଆଡ଼େ କହୁଛନ୍ତି, ମୁଖିଆ ତ ସହଜେ ସନ୍ଦେହୀ ଲୋକ, ତାଙ୍କୁ କିଛି ବତୀପେଲା ପୁଲିସ୍‌ବାଲା ଜୁଟି ଯାଇଛନ୍ତି, ଯାହାର କାମ କେବଳ ଦଳର […]

ଅଦ୍ୟତନ ହୋଇଛି
ବିଜେଡିରେ ଚାଲିଛି କୋଡ୍ ୱାର୍ଡ- ‘ପାଣ୍ଡବ’, 'ଗୋପୀ', ଚାନ୍ଦି, 'କଣ୍ଟା'

Gossip

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନରେ ନିଜର ଟିକେଟକୁ ପକ୍କା କରିବାକୁ ଚାହୁଁଥିବା ବିଜେଡି ନେତାମାନେ ଏବେ କୁଆଡ଼େ ଟେଲିଫୋନରେ କୋଡ୍ ୱାର୍ଡରେ ବାର୍ତ୍ତାଳାପ କରୁଥିବା ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳୁଛି, ବିଜେଡିର ଅଧିକାଂଶ ନେତା ଏବେ ପରସ୍ପର ମଧ୍ୟରେ ଟେଲିଫୋନ୍ ଜରିଆରେ ମନଖୋଲା କଥା ହେବାକୁ କୁଣ୍ଠା ବୋଧ କରୁଛନ୍ତି।

Advertisment

ସେମାନେ କୁଆଡ଼େ କହୁଛନ୍ତି, ମୁଖିଆ ତ ସହଜେ ସନ୍ଦେହୀ ଲୋକ, ତାଙ୍କୁ କିଛି ବତୀପେଲା ପୁଲିସ୍‌ବାଲା ଜୁଟି ଯାଇଛନ୍ତି, ଯାହାର କାମ କେବଳ ଦଳର ନେତାଙ୍କୁ ଫଲୋ କରିବା ଓ ସେମାନଙ୍କ ଫୋନ୍‌ ଟ୍ୟାପ୍ କରି ମୁଖିଆଙ୍କ କାନ ଭରିବା।

ଏହି ଭୟ ଯୋଗୁ କିଛି ନେତା ଏବେ ହ୍ୱାଟ୍‌ସଅପ୍ ଓ ଟେଲିଗ୍ରାମ୍ ଆପ୍ ମାଧ୍ୟମରେ ପରସ୍ପର ସହ କଥା ହେବାକୁ ଅଧିକ ସୁରକ୍ଷିତ ମଣୁଛନ୍ତି। ଆଉ ଯେଉଁ ନେତାମାନେ ସୋଶାଲ ମିଡିଆରେ କଥା ହେବାର କୌଶଳ ଜାଣିନାହାନ୍ତି ସେମାନେ କୁଆଡ଼େ ସାଧାରଣ ଫୋନ୍‌ରେ କଥା ହେବାବେଳେ ଯଥେଷ୍ଟ ସତର୍କତା ଅବଲମ୍ବନ କରୁଛନ୍ତି।

Advertisment

ବିଶେଷକରି ଏହି ନେତାମାନେ ନିଜର ଦଳ ଓ ସଂଗଠନ ସମ୍ପର୍କରେ କିମ୍ବା ତୃତୀୟ ମହଲା ବିଷୟରେ କଥା ହେବାବେଳେ କୁଆଡ଼େ କୋଡ୍ ୱାର୍ଡ ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି।

ଚର୍ଚ୍ଚା ହେଉଛି, ବିଜେଡିର ଏବେ ସବୁକିଛି ସଚିବାଳୟର ତୃତୀୟ ମହଲା ପାଲଟିଥିବାରୁ ଦଳର କିଛି ବରିଷ୍ଠ ନେତା, ବିଧାୟକ ଓ ସାଂସଦମାନେ କୁଆଡ଼େ ତୃତୀୟ ମହଲାର ବାବୁମାନଙ୍କୁ ଭିନ୍ନ ଭିନ୍ନ ନାଁରେ ସମ୍ବୋଧନ କରୁଛନ୍ତି।

ତୃତୀୟ ମହଲାର ସବୁଠୁ ପ୍ରଭାବଶାଳୀ ବାବୁଙ୍କୁ କୁଆଡ଼େ କୋଡ୍ ୱାର୍ଡରେ ‘ପାଣ୍ଡବ’, ଦଳୀୟ ବ୍ୟାପାର ବୁଝୁଥିବା ଜଣେ ଯୁଗ୍ମ ସଚିବଙ୍କୁ ‘ଗୋପୀ’, ଅନ୍ୟଜଣେ ଅତିରିକ୍ତ ସଚିବଙ୍କୁ ‘ଚାନ୍ଦି ’ ଓ ଜଣେ ଓଏସଡିଙ୍କୁ ‘କଣ୍ଟା’ ଭାବେ କୁଆଡ଼େ ବିଜେଡି ନେତାମାନେ ସମ୍ବୋଧନ କରୁଛନ୍ତି।

ଏହି କ୍ରମରେ କାହାର କୋଡ ନେମ 'ଅଳିଆ' ବା 'ଚୁପ ସଇତାନ' ରଖାଯାଇଛି, ତ ଆଉ କାହାକୁ 'ଦାନ୍ତ ନେଫେଡ଼ା' ନାଁରେ ଡକାଯାଉଛି ।

ଆଗକୁ ନିର୍ବାଚନ ଥିବାରୁ କିଛି ଏପଟସେପଟ ହେଲେ କାଳେ ଟିକେଟଟା କଟିଯିବ, ସେଇଥିପାଇଁ କୁଆଡ଼େ ଏହି ନେତାମାନେ ଏଭଳି ରୋଚକ କୋଡ୍ ୱାର୍ଡ ଉପଯୋଗ କରୁଥିବା ଚର୍ଚ୍ଚା।

ତେବେ ଏହି କୋଡ୍ ୱାର୍ଡର ଉଦ୍ଭାବକ କିଏ ଓ ଏହା କିଭଳି ଦଳ ଭିତରେ ଏତେଶୀଘ୍ର ନେତାମାନଙ୍କ ଦ୍ୱାରା ଗ୍ରହଣୀୟ ହୋଇଗଲା ତାହା କୁଆଡ଼େ କେହି କହିପାରୁନାହାନ୍ତି। ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି କରୁଥିବା ବିଜେଡି ଏବେ କିଛି ନେତାଙ୍କ ଟେଲିଫୋନ୍ ସର୍ଭେଲାନ୍ସ ଓ ଗୁଇନ୍ଦାଙ୍କ ନଜରରେ ରଖିଥିବାର ଆଶଙ୍କା କରି ନେତାମାନେ ଏଭଳି କୋଡ୍ ୱାର୍ଡରେ କଥା ହେବାକୁ କୁଆଡ଼େ ପସନ୍ଦ କରୁଛନ୍ତି ବୋଲି ଚର୍ଚ୍ଚା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe