Advertisment

ଆଜି ବିଜେପିରେ ଯୋଗ ଦେବେ ଜଣେ ବଡ଼ ନେତା

ନୂଆଦିଲ୍ଲୀ: କଂଗ୍ରେସରେ କନ୍ଦଳ ଜାରି ରହିଛି। ଅନେକ ନେତା ଦଳୀୟ କନ୍ଦଳ ପାଇଁ କୋଣଠେସା ହୋଇ ରହିଛନ୍ତି। ଏହାରି ଭିତରେ ବିଜେପି ମୁଖପାତ୍ର ଅନୀଲ ବାନୁଲି ଟ୍ୱିଟ୍ କରି କହିଛନ୍ତି ଆଜି ଅପରାହ୍ନ ୧ଟାରେ ଜଣେ ବଡ଼ ନେତା ବିଜେପିରେ ସାମିଲ୍ ହେବେ। ବାନୁଲୀଙ୍କ ଏହି ଟ୍ୱିଟ୍ ପରେ କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କ ଉପରେ ଚର୍ଚ୍ଚା ଜୋର ଧରିଛି। ଆସନ୍ତା ବର୍ଷ ଉତ୍ତରପ୍ରଦେଶ ନିର୍ବାଚନ ହେବ। ଏଭଳି ପରିସ୍ଥିତିରେ କଂଗ୍ରେସ ନେତା ଜିତିନ ପ୍ରସାଦଙ୍କ ନାମ ଚର୍ଚ୍ଚାରେ […]

ଅଦ୍ୟତନ ହୋଇଛି
ଏକଜିଟ ପୋଲ: ପୁଡୁଚେରୀରେ ଜିତିବ ବିଜେପି

BJP1

Advertisment

ନୂଆଦିଲ୍ଲୀ: କଂଗ୍ରେସରେ କନ୍ଦଳ ଜାରି ରହିଛି। ଅନେକ ନେତା ଦଳୀୟ କନ୍ଦଳ ପାଇଁ କୋଣଠେସା ହୋଇ ରହିଛନ୍ତି। ଏହାରି ଭିତରେ ବିଜେପି ମୁଖପାତ୍ର ଅନୀଲ ବାନୁଲି ଟ୍ୱିଟ୍ କରି କହିଛନ୍ତି ଆଜି ଅପରାହ୍ନ ୧ଟାରେ ଜଣେ ବଡ଼ ନେତା ବିଜେପିରେ ସାମିଲ୍ ହେବେ। ବାନୁଲୀଙ୍କ ଏହି ଟ୍ୱିଟ୍ ପରେ କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କ ଉପରେ ଚର୍ଚ୍ଚା ଜୋର ଧରିଛି।

Advertisment

ଆସନ୍ତା ବର୍ଷ ଉତ୍ତରପ୍ରଦେଶ ନିର୍ବାଚନ ହେବ। ଏଭଳି ପରିସ୍ଥିତିରେ କଂଗ୍ରେସ ନେତା ଜିତିନ ପ୍ରସାଦଙ୍କ ନାମ ଚର୍ଚ୍ଚାରେ ସବୁଠୁ ଅଧିକ ରହିଛି। ଏହାପୂର୍ବରୁ ୨୦୧୯ରେ ଜିତିନ ପ୍ରସାଦ କଂଗ୍ରେସ ଛାଡିବା ନେଇ କଳ୍ପନାଜଳ୍ପନା କରାଯାଇଥିଲା କିନ୍ତୁ ସେତେବେଳେ ତାହା ହୋଇ ନଥିଲା। ଆସନ୍ତା ବର୍ଷ ୟୁପିରେ ହେବାକୁ ଥିବା ନିର୍ବାଚନକୁ ଦୃଷ୍ଟିରୁ ୟୁପିରେ ଜିତିନ ପ୍ରସାଦଙ୍କ ଯୋଗଦାନ ବିଜେପି ପାଇଁ ଗୁରୁତ୍ୱ ହୋଇପାରେ। ଯଦିଓ ଏଯାବତ ଏହି ବିଜେପି ନେତା କିଏ ଯୋଗ ଦେବେ ବୋଲି କହି ନାହାନ୍ତି କିନ୍ତୁ ଆସନ୍ତା ବର୍ଷ ୟୁପିରେ ହେବାକୁ ଥିବା ନିର୍ବାଚନ ପାଇଁ ଜିତିନ ପ୍ରସାଦଙ୍କ ନାଁ ଚର୍ଚ୍ଚାରେ ରହିଛି।

https://twitter.com/anil_baluni/status/1402493216843198464?s=20

ରାଜସ୍ଥାନ କଂଗ୍ରେସରେ ମଧ୍ୟ ବିବାଦ ଜାରି ରହିଛି। ଗତ ବର୍ଷ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା କନ୍ଦଳ ଯଦିଓ ଉପରେ ଶାନ୍ତ ପଡ଼ିଛି ହେଲେ ଏବେ ବି କନ୍ଦଳ ଜାରି ରହିଛି। ଗତ ବର୍ଷ କଂଗ୍ରେସର ତିନି ଜଣିଆ ସମନ୍ୱୟ କମିଟି ସଚିନଙ୍କୁ ବୁଝାସୁଝା କରି ଦୁଇ ନେତାଙ୍କ ମଧ୍ୟରେ ବିବାଦ ସମାଧାନ କରିଥିଲେ। ହେଲେ ଏଯାବତ ଦାବି ପୂରଣ ହୋଇନଥିବାରୁ ପାଇଲଟ କ୍ୟାମ୍ପ ଏବେ ପୁଣିଥରେ ଗେହଲଟଙ୍କ ନେତୃତ୍ୱକୁ ନେଇ ମଝିରେ ମଝିରେ ବିବାଦୀୟ ମନ୍ତବ୍ୟ ଦେଉଥିବାର ନଜିର ରହିଛି। ହେଲେ ଗତକାଲି ସନ୍ଧ୍ୟାରେ ସଚିନ୍ ପାଇଲଟ୍ ବିଜେପି ଉପରେ ବର୍ଷିଥିଲେ ଏବଂ ତାଙ୍କୁ ଗୁଜରାଟର ପ୍ରଭାରୀ ଭାବରେ କଂଗ୍ରେସ ନିଯୁକ୍ତ କରିପାରେ। ତେଣୁ ପାଇଲଟ ପଦ୍ମ ଧରିବେ ନାହିଁ ବୋଲି ଏକ ପ୍ରକାର ସ୍ପଷ୍ଚ।

Advertisment

ସେହିପରି ଦୀର୍ଘ ଦିନ ଧରି ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଏବଂ ଆନନ୍ଦ ଶର୍ମା ମଧ୍ୟ କଂଗ୍ରେସରେ କୋଣଠେସା ହୋଇ ରହିଛନ୍ତି। ଗତ ବର୍ଷ ୨୩ ଜଣ କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଦଳର କାର୍ଯ୍ୟ ଶୈଳୀରେ ବଡ଼ ପରିବର୍ତ୍ତନ ଆଣିବାକୁ ଦାବି କରିଥିଲେ। ସେମାନଙ୍କ ମଧ୍ୟରେ ଆନନ୍ଦ ଶର୍ମା ଏବଂ ଗୁଲାମ ନବୀ ଆଜାଦ ମଧ୍ୟ ଥିଲେ।

Bjp Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe