Advertisment

ଅଧୀରଙ୍କୁ ବଳି ପକାଇ ଦିଦିଙ୍କୁ ଖୁସି କରାଇବ କଂଗ୍ରେସ !

ନୂଆଦିଲ୍ଲୀ: ଜୁନ୍ ୧୯ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ହେଲେ ଏହା ପୂର୍ବରୁ କଂଗ୍ରେସର ଲୋକସଭାର ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ତଥା ବିରୋଧୀ ଦଳ ନେତା ପଦରୁ କଂଗ୍ରେସ ହଟାଇବାକୁ ଯୋଜନା କରୁଛି। ଦଳ ଏଭଳି ବିଚାର କରିବା ପଛର ଦୁଇଟି ତର୍କ ଏବେ ସାମ୍ନାକୁ ଆସିଛି। ଗୋଟିଏ ହେଉଛି ଉଭୟ ସଂସଦ ଏବଂ ବାହାରେ ଶାସକ ବିଜେପିକୁ ଘେରିବାରେ ଅଧୀର ବିଫଳ ହୋଇଛନ୍ତି ଆଉ ଗୋଟିଏ କାରଣ ମମତା ବାନାର୍ଜୀଙ୍କ ନିକଟତର […]

ଅଦ୍ୟତନ ହୋଇଛି
ଅଧୀରଙ୍କୁ ବଳି ପକାଇ ଦିଦିଙ୍କୁ ଖୁସି କରାଇବ କଂଗ୍ରେସ !

adhir-mamata

Advertisment

ନୂଆଦିଲ୍ଲୀ: ଜୁନ୍ ୧୯ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ହେଲେ ଏହା ପୂର୍ବରୁ କଂଗ୍ରେସର ଲୋକସଭାର ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ତଥା ବିରୋଧୀ ଦଳ ନେତା ପଦରୁ କଂଗ୍ରେସ ହଟାଇବାକୁ ଯୋଜନା କରୁଛି। ଦଳ ଏଭଳି ବିଚାର କରିବା ପଛର ଦୁଇଟି ତର୍କ ଏବେ ସାମ୍ନାକୁ ଆସିଛି। ଗୋଟିଏ ହେଉଛି ଉଭୟ ସଂସଦ ଏବଂ ବାହାରେ ଶାସକ ବିଜେପିକୁ ଘେରିବାରେ ଅଧୀର ବିଫଳ ହୋଇଛନ୍ତି ଆଉ ଗୋଟିଏ କାରଣ ମମତା ବାନାର୍ଜୀଙ୍କ ନିକଟତର ହେବାକୁ ଯାଇ ଅଧୀରଙ୍କୁ ବଳି ପକାଇବାକୁ କଂଗ୍ରେସ ବିଚାର କରୁଥିବା ସୂଚନା ରହିଛି।

Advertisment

ସୂଚନା ଅନୁଯାୟୀ ଅଧୀର ଏବଂ ମମତା ପରସ୍ପରକୁ କଂଗ୍ରେସ ଦିନରୁ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିଚାର କରୁଛନ୍ତି। କିନ୍ତୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ଅଧିରୀଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଥିବା ବେଳେ କଂଗ୍ରେସ ଚିତପଟାଙ୍ଗ ମାରିଛି। ଏବେ ବିଜେପି ବିରୋଧରେ ମମତାଙ୍କ ଟିଏମସି ଅଧିକ ଆକ୍ରମଣାତ୍ମକ ରହିଛି। ତେଣୁ ଆଗକୁ ୟୁପି ବିଧାନସଭା ନିର୍ବାଚନ ସହିତ ୨୦୨୪ ସାଧାରଣ ନିର୍ବାଚନ ବେଳକୁ ଟିଏମସି ବିଜେପି ପାଇଁ ଅଧିକ ଚ୍ୟାଲେଞ୍ଜ ହେବ। ତେଣୁ ଏବେ ଟିଏମସି ସହିତ ମତଭେଦ ଦୂର କରି ମୋଦିଙ୍କୁ କେମିତି କ୍ଷମତାରୁ ହଟାଇ ହେବ ସେ ନେଇ ପ୍ରୟାସ ହେବା ଦରକାର ବୋଲି କଂଗ୍ରେସ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ରଫ୍ ଖାତାରେ ରାଜନୀତିର ଗଣିତ କଷି ଏଭଳି ବିଚାର କରୁଛି।

ଏବେ ବିରୋଧୀ ଦଳ ନେତା ଭାବରେ ମନୀଷ ତେୱାରୀ କିମ୍ବା ଶଶି ଥରୁରଙ୍କୁ କଂଗ୍ରେସ ବସାଇପାରେ। ତିୱାରୀ ପଞ୍ଜାବର ଆନନ୍ଦପୁର ସାହିବର ସାଂସଦ କିନ୍ତୁ ପୂର୍ବ ୟୁପିରେ ତାଙ୍କର ଭୋଟ୍ ବ୍ୟାଙ୍କ ରହିଛି। ସେହିପରି ମମତା ବାନାର୍ଜୀଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି। ଏଥିସହ ସେ ଜଣେ ବ୍ରାହ୍ମଣ ନେତା। ସେହିପରି କେରଳ ସାଂସଦ ଶଶୀ ଥରୁର ଅନେକ ପ୍ରସଙ୍ଗରେ କେନ୍ଦ୍ରକୁ ପ୍ରଶ୍ନ କରି ହଲାପଟା କରିଛନ୍ତି।

Advertisment

ହେଲେ ଅଧୀରଙ୍କୁ ଏହି ପଦରୁ ହଟାଇବା ସେପର୍ଯ୍ୟନ୍ତ ସମ୍ଭବ ନୁହେଁ ଯେ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ଗ୍ରୀନ ସିଗନାଲ ଦେଇ ନାହାନ୍ତି। କାରଣ ସେ ରାହୁଲଙ୍କ ନିକଟତମ ବ୍ୟକ୍ତି। ସେହିପରି ରାହୁଲ ଗାନ୍ଧୀଙ୍କୁ ମଧ୍ୟ ବିରୋଧୀ ଦଳର ନେତା ଭାବରେ ଦଳର କିଛି ସାଂସଦ ସମର୍ଥନ କରୁଥିବା ଜଣାପଡ଼ିଛି। ହେଲେ ରାହୁଲ ଏହି ପଦ ପାଇଁ ନିଜକୁ ପ୍ରସ୍ତୁତ କରିନଥିବା ୨୦୧୯ସାଧାରଣ ନିର୍ବାଚନରେ ପରାଜୟ ପରେ ଦେଇ ସାରିଛନ୍ତି।

ଉଭୟ ଥରୁର ଏବଂ ତିୱାରୀ ଜି -୨୩ଗୋଷ୍ଠୀର ରହିଛନ୍ତି। ଯେଉଁମାନେ ଦସ୍ତଖତ କରି ସୋନିଆ ଗାନ୍ଧୀଙ୍କୁ କହିଥିଲେ ଦଳରେ ବ୍ୟାପକ ସଂସ୍କାର ଆଣିବାକୁ ହେଲେ ଆମୁଳ ଚୂଳ ପରିବର୍ତ୍ତନ ହେବା ଦରକାର। ଏହାପରେ ସୋନିଆ ଗାନ୍ଧୀ ଯଦିଓ ଦାବି ଶୁଣିବାକୁ ରାଜି ହୋଇଛନ୍ତି। ଆଗାମୀ ଦିନରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ ବୋଲି କହିଛନ୍ତି। ହେଲେ ଏହି ଜି-୨୩ ନେତା ଏବେ କୋଣଠେସା।

Mamata Banerjee West Bengal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe