Advertisment

ମନ୍ତ୍ରୀଙ୍କୁ ଧମକାଇଲେ ସହକାରୀ ଯନ୍ତ୍ରୀ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଶାସକ ଦଳର ଜଣେ ବିଧାୟକଙ୍କ ସମ୍ମୁଖରେ ଜଣେ ସହକାରୀ ଯନ୍ତ୍ରୀ ଧମକ ଦେବା ଘଟଣାକୁ ନେଇ ପାୱାର କରିଡରରେ ଚର୍ଚ୍ଚା। ଶୁଣିବାକୁ ମିଳୁଛି, ସୋମବାର ପଶ୍ଚିମ ଓଡ଼ିଶାର ଜଣେ ବିଧାୟକ କୁଆଡ଼େ ରାଜ୍ୟର ଜଣେ ମନ୍ତ୍ରୀଙ୍କୁ ନିଜ ଅଞ୍ଚଳର ଜଣେ ଅଫିସରଙ୍କ କାରନାମା ସମ୍ପର୍କରେ ପ୍ରଶ୍ନ କରି କାହିଁକି ତାଙ୍କର ବଦଳି କରାଯାଉନି ବୋଲି ପ୍ରଶ୍ନ କରିଥିଲେ। ଆଉ ବିଧାୟକଙ୍କ ସହ ଆସିଥିବା ଜଣେ ସହକାରୀ ଯନ୍ତ୍ରୀ(ଆସିଷ୍ଟାଣ୍ଟ […]

author-image
Sampad Mahapatra
ମନ୍ତ୍ରୀଙ୍କୁ ଧମକାଇଲେ ସହକାରୀ ଯନ୍ତ୍ରୀ !

Minister-1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଶାସକ ଦଳର ଜଣେ ବିଧାୟକଙ୍କ ସମ୍ମୁଖରେ ଜଣେ ସହକାରୀ ଯନ୍ତ୍ରୀ ଧମକ ଦେବା ଘଟଣାକୁ ନେଇ ପାୱାର କରିଡରରେ ଚର୍ଚ୍ଚା।

Advertisment

ଶୁଣିବାକୁ ମିଳୁଛି, ସୋମବାର ପଶ୍ଚିମ ଓଡ଼ିଶାର ଜଣେ ବିଧାୟକ କୁଆଡ଼େ ରାଜ୍ୟର ଜଣେ ମନ୍ତ୍ରୀଙ୍କୁ ନିଜ ଅଞ୍ଚଳର ଜଣେ ଅଫିସରଙ୍କ କାରନାମା ସମ୍ପର୍କରେ ପ୍ରଶ୍ନ କରି କାହିଁକି ତାଙ୍କର ବଦଳି କରାଯାଉନି ବୋଲି ପ୍ରଶ୍ନ କରିଥିଲେ। ଆଉ ବିଧାୟକଙ୍କ ସହ ଆସିଥିବା ଜଣେ ସହକାରୀ ଯନ୍ତ୍ରୀ(ଆସିଷ୍ଟାଣ୍ଟ ଇଞ୍ଜିନିୟର) କୁଆଡ଼େ ମଉକା ଦେଖି ମନ୍ତ୍ରୀଙ୍କ ଉପରେ ମଧ୍ୟ ବର୍ଷିଥିଲେ।

ତାଙ୍କଠୁ ଟଙ୍କା ନେଇ କାହିଁକି ତାଙ୍କର ବଦଳି ସମ୍ପୃକ୍ତ ବିଧାୟକଙ୍କ ଅଞ୍ଚଳକୁ କରାଗଲାନି ବୋଲି ପଚାରି ବସିଥିଲେ। ଆଉ ଅଭିଯୋଗ କରିଥିଲେ ଯେ, ଯେଉଁ ଜିଲ୍ଲାସ୍ତରର ପଦବୀ ପାଇଁ ସେ ଟଙ୍କା ଦେଇଥିଲେ କାହିଁକି ସେ ଟଙ୍କା ବି ଫେରସ୍ତ ହୋଇନି।

Advertisment

ତହୁଁ ବିଧାୟକ କୁଆଡ଼େ କହିଥିଲେ ଯେ, ମନ୍ତ୍ରୀ ତ ଜିଲ୍ଲାରୁ ‘ପିସି’ ଉଠାଉଛନ୍ତି । ଆଉ ସେହି ଅଫିସର୍କୁ ଗେହ୍ଲାପୁଅ କରି ରଖିଛନ୍ତି । ଯଦି ସେହି ଅଫିସର୍ଙ୍କୁ ରଖିବାର ଥିଲା ତା’ହେଲେ ଏହି ସହକାରୀ ଯନ୍ତ୍ରୀଙ୍କଠୁ ବଦଳି ପାଇଁ କାହିଁକି ଟଙ୍କା ନେଉଥିଲ ବୋଲି ସେ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ସେହି ଜିଲ୍ଲାସ୍ତରର ଅଫିସର୍ଙ୍କ ବଦଳି ହୋଇଥିଲେ ମଧ୍ୟ କିଏ ଓ କାହିଁକି ସେହି ନିର୍ଦ୍ଦେଶକୁ ବାତିଲ କଲା ?

ମନ୍ତ୍ରୀଙ୍କ ପାଖରେ ବିଧାୟକ ବଡ଼ ପାଟିରେ ଏସବୁ କହୁଥିବାବେଳେ ସେହି ରୁମରେ ଅନ୍ୟ କିଛି ଅଫିସର୍ ଓ ଶାସକ ଦଳ କର୍ମୀମାନେ କୁଆଡ଼େ ଉପସ୍ଥିତ ଥିଲେ। ବିଧାୟକଜଣକ କୁଆଡ଼େ ସେହି ଅଫିସର୍ଙ୍କ କଳାକାରନାମା ପଛରେ ମନ୍ତ୍ରୀଙ୍କ ପ୍ରଚ୍ଛନ୍ନ ହାତ ରହିଛି ଓ ଉଭୟଙ୍କ ସଲାସୁତରାରେ ‘ପିସି’ କାରବାର କରି ଜିଲ୍ଲାକୁ ଲୁଟ୍ କରାଯାଉଛି ବୋଲି ଆକ୍ଷେପ କରିଥିଲେ।

ଯଦି ମନ୍ତ୍ରୀ ତୁରନ୍ତ ସେହି ଅଫିସର୍କୁ ଜିଲ୍ଲାରୁ ନହଟାଇବେ କିମ୍ବା କମ୍ପ୍ରମାଇଜ୍ ନକରିବେ ତା’ହେଲେ ମିଡିଆକୁ ସବୁକଥା ଜଣାଇଦେବେ ବୋଲି ଏହି ବିଧାୟକଜଣକ କୁଆଡ଼େ ଧମକ ଦେଇଥିଲେ। ଏତେ ଲୋକଙ୍କ ଆଗରେ ମନ୍ତ୍ରୀଙ୍କୁ କଡ଼ାଭାଷାରେ କହୁଥିଲେ ମଧ୍ୟ ମନ୍ତ୍ରୀ ମହୋଦୟ ଚୁପଚାପ୍ ବସିଥିଲେ।

ଆଉ ମନ୍ତ୍ରୀଙ୍କୁ ଭଲକରି ଦୁଇ ପଦ ଶୁଣାଇଥିବା ସେହି ସହକାରୀ ଯନ୍ତ୍ରୀ କୁଆଡ଼େ ବିଧାୟକଙ୍କ ଶାଳକ ବୋଲି ଚର୍ଚ୍ଚା।