Advertisment

ପ୍ୟାରୀ ଷ୍ଟ୍ରାଟେଜିରେ ନବଜୋତ ସିଂହ ସିଦ୍ଧୁ!

ଭୁବନେଶ୍ୱର: ୨୦୧୨ ମେ ୨୯ରେ କ୍ଷମତା କେନ୍ଦ୍ର ଅପହରଣକୁ ନେଇ ଚର୍ଚ୍ଚାରେ ଥିଲେ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ର। ସେତେବେଳେ ବିଜେଡି ବିଧାୟକଙ୍କୁ ଏକ ହୋଟେଲରେ ମେଳି କରି କ୍ଷମତା ହାତେଇବା ପାଇଁ ଷ୍ଟ୍ରାଟେଜି ଚାଲିଥିଲା ବୋଲି ରାଜ୍ୟ ବ୍ୟାପୀ ଚହଳ ସୃଷ୍ଟି କରିଥିଲା। ଯାହା ପରବର୍ତ୍ତୀ ସମୟରେ ବିଫଳ ହୋଇଥିଲା। ଏବେ ସମାନ ଚିତ୍ର ପଞ୍ଜାବ କଂଗ୍ରେସରେ ଦେଖିବାକୁ ମିଳିଛି। ଆଉ ଯେଉଁ ଫର୍ମୁଲାକୁ ନବ ପିସିସି ମୁଖିଆ ନବଜୋତ ସିଂ ସିଦ୍ଧୁ ଆପଣାଇଥିବା କୁହାଯାଉଛି। ଏଠି […]

author-image
Subhransu Sekhar
ଅଦ୍ୟତନ ହୋଇଛି
ପ୍ୟାରୀ ଷ୍ଟ୍ରାଟେଜିରେ ନବଜୋତ ସିଂହ ସିଦ୍ଧୁ!

sidhu-pyari

ଭୁବନେଶ୍ୱର: ୨୦୧୨ ମେ ୨୯ରେ କ୍ଷମତା କେନ୍ଦ୍ର ଅପହରଣକୁ ନେଇ ଚର୍ଚ୍ଚାରେ ଥିଲେ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ର। ସେତେବେଳେ ବିଜେଡି ବିଧାୟକଙ୍କୁ ଏକ ହୋଟେଲରେ ମେଳି କରି କ୍ଷମତା ହାତେଇବା ପାଇଁ ଷ୍ଟ୍ରାଟେଜି ଚାଲିଥିଲା ବୋଲି ରାଜ୍ୟ ବ୍ୟାପୀ ଚହଳ ସୃଷ୍ଟି କରିଥିଲା। ଯାହା ପରବର୍ତ୍ତୀ ସମୟରେ ବିଫଳ ହୋଇଥିଲା।

Advertisment

ଏବେ ସମାନ ଚିତ୍ର ପଞ୍ଜାବ କଂଗ୍ରେସରେ ଦେଖିବାକୁ ମିଳିଛି। ଆଉ ଯେଉଁ ଫର୍ମୁଲାକୁ ନବ ପିସିସି ମୁଖିଆ ନବଜୋତ ସିଂ ସିଦ୍ଧୁ ଆପଣାଇଥିବା କୁହାଯାଉଛି। ଏଠି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ରହିଛନ୍ତି। ହେଲେ ଆଜି ସିଦ୍ଧୁ ଡାକିଥିବା ଜଳଖିଆ ଭୋଜିରେ ୬୨ ଜଣ ଦଳୀୟ ବିଧାୟକ ଉପସ୍ଥିତ ଥିବା ବେଳେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ଏବଂ ତାଙ୍କ ସମର୍ଥନରେ ଥିବା ୧୫ ବିଧାୟକଙ୍କୁ ଦେଖିବାକୁ ମିଳିନଥିଲା। ଯାହାକି ରାଜ୍ୟ ରାଜନୀତିକୁ ଚକିତ କରିଛି। ବୈଠକରେ ସିଦ୍ଧୁଙ୍କ ପ୍ରତି ଅଧିକ ସମର୍ଥନ ଥିବା ପଦାକୁ ଆସିଛି। କ୍ୟାପଟେନ ଯଦିଓ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି ହେଲେ ଅସଲରେ ସମସ୍ତ ବିଧାୟକ ଏବେ ସିଦ୍ଧୁଙ୍କ ସମର୍ଥନରେ ଥିବା କୁହାଯାଉଛି।

ନୂଆ କରି ପିସିସି ସଭାପତି ଭାବରେ ସିଦ୍ଧୁ ଦାୟିତ୍ୱ ପାଇବା ପରେ ଏବେ ଦଳକୁ କିଭଳି ମଜବୁତ କରିବେ ସେ ନେଇ ଘନଘନ ବୈଠକ କରୁଛନ୍ତି। ଏମିତିକି ଅମରିନ୍ଦରଙ୍କ ନିକଟତମ ନେତାଙ୍କୁ ମଧ୍ୟ ବୁଝାଇ ସୁଝାଇ ନିଜ ଆଡୁକୁ ଟାଣିବାରେ ସଫଳ ହୋଇଛନ୍ତି ସିଦ୍ଧୁ। ବୁଧବାର ସକାଳେ ନବଜୋତ ଏକ ଜଳଖିଆ ଭୋଜି ଦେଇଛନ୍ତି ଦଳୀୟ ବିଧାୟକଙ୍କୁ। ଏହି ଭୋଜିରେ ଉପସ୍ଥିତ ଥିଲେ ୬୨ କଂଗ୍ରେସ ବିଧାୟକ। କିନ୍ତୁ ଅମରିନ୍ଦର ସିଂ ଉପସ୍ଥିତ ନଥିଲେ।

Advertisment

ଅମରିନ୍ଦର ଦାବି କରିଛନ୍ତି ଯେ ସିଦ୍ଧୁ ପ୍ରଥମେ ତାଙ୍କୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ମାଗିବା ଦରକାର। ଯେପର୍ଯ୍ୟନ୍ତ ସିଦ୍ଧୁ କ୍ଷମା ମାଗି ନାହାନ୍ତି ସେପର୍ଯ୍ୟନ୍ତ ସେ ଭେଟିବେ ନାହିଁ ବୋଲି କହିଥିବା ସୂଚନା ରହିଛି।

https://twitter.com/ANI/status/1417722273985744904?s=20

ଏହାରି ଭିତରେ କଂଗ୍ରେସ ବିଧାୟକ ପ୍ରତାପ ସିଂହ ଯିଏକି ଏକଦା ଅମରିନ୍ଦରଙ୍କ ଗୋଷ୍ଠୀରେ ଥିଲେ ଆଜି କହିଛନ୍ତି, ସିଦ୍ଧୁ କାହିଁକି ମୁଖ୍ୟମନ୍ତ୍ରୀଙ୍କୁ କ୍ଷମା ମାଗିବେ? ଏହା କୌଣସି ସାର୍ବଜନୀତ ମୁଦ୍ଦା ନୁହେଁ। ମୁଖ୍ୟମନ୍ତ୍ରୀ ଅନେକ ପ୍ରସଙ୍ଗରେ କ୍ଷମା ମାଗି ନାହାନ୍ତି। ତେଣୁ ସେ ଏବେ କ୍ଷମା ମାଗିବା ଦରକାର। ଜଣେ ମୁଖ୍ୟମନ୍ତ୍ରୀ ତଥା ଦଳର ଶୀର୍ଷ ନେତାଙ୍କୁ ଦଳୀୟ ବିଧାୟକ ଏଭଳି କହିବା ଦଳରେ ଫାଟ ବଡ଼ ହେଲାଣି ବୋଲି ସୂଚାଇଛି। କହିବାକୁ ଗଲେ ସିଦ୍ଧୁଙ୍କ ପ୍ରତି ଏବେ ଦଳୀୟ ନେତା ବିଧାୟକ ଢଳୁଥିବା କୁହାଯାଉଛି। ଚଣ୍ଡିଗଡ, ଅମୃତସର ଆଦି ସ୍ଥାନରେ ଅମରିନ୍ଦରଙ୍କ ପୋଷ୍ଟର ମଧ୍ୟ ଦଳୀୟ କର୍ମୀ ହଟାଇ ଦେଇ ସିଦ୍ଧୁଙ୍କ ଫଟୋ ଲଗାଉଥିବା ଦେଖିବାକୁ ମିଳିଛି।

ଏହି ବୈଠକରେ ଦଳର ୪କାର୍ଯ୍ୟକାରୀ ଅଧ୍ୟକ୍ଷ, ଅମରିନ୍ଦରଙ୍କ ପ୍ରତିଦ୍ୱନ୍ଦୀ ନେତା ଆଦି ସାମିଲ ହୋଇଥିଲେ। ଏବେ ଦୁଇ ନେତାଙ୍କ ମଧ୍ୟରେ ତାଳମେଳ ଠିକ୍ ରହୁନଥିବା ବେଳେ ଆଗାମୀ ଦିନରେ ବିଧାନସଭା ନିର୍ବାଚନ ବେଳେ କିଭଳି ରାଜନୀତିକ ପ୍ରସଙ୍ଗ ପ୍ରସ୍ତୁତ ହେବ, ଟିକେଟ୍ କେମିତି ବଣ୍ଟା ହେବ ଏବଂ ଦୁଇ ନେତା କିଭଳି ଏକାଠି ହେବେ ତାହା ଏବେ ବଡ଼ ପ୍ରଶ୍ନ।