ରାହୁଲ ଓ ପ୍ରିୟଙ୍କାଙ୍କ ଚା' ବଗିଚା ପଲିଟିକ୍ସ ଫେଲ୍, ପୁଣିଥରେ ସରକାର ଗଢ଼ିବ ବିଜେପି

ନୂଆଦିଲ୍ଲୀ: ଆସାମରେ ବିଜେପି ପୁଣିଥରେ ସରକାର ଗଢ଼ିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନାଓ୍ୱାଲାଙ୍କ ନେତୃତ୍ୱାଧୀନ ସରକାରକୁ ନେଇ ନିର୍ବାଚନ ବେଳେ ବିରୋଧୀ ଯେଉଁ ମାହୋଲ ତିଆରି କରିଥିଲେ ସେଥିରେ ଏକ ପ୍ରକାର ବିଫଳ ହୋଇଛନ୍ତି। ସିଏଏ, ଏନଆରସି ଆଦି ପ୍ରସଙ୍ଗକୁ ଜୋରଦାର କରି କ୍ଷମତାକୁ ଫେରିବା ପାଇଁ ଲକ୍ଷ୍ୟ ରଖିଥିବା କଂଗ୍ରେସ କିନ୍ତୁ ପୁଣିଥରେ ବିଫଳ ହୋଇଛି। ଏବେର ଭୋଟ ଗଣତି ଅନୁଯାୟୀ ୧୨୬ ଆସନରୁ ବିଜେପି ୮୦ଟି ଆସନରେ ଆଗରେ ଥିବା […]

ASSAM-BJP

ASSAM-BJP

Subhransu Sekhar
  • Published: Sunday, 02 May 2021
  • Updated: 02 May 2021, 08:01 PM IST

Sports

Latest News

ନୂଆଦିଲ୍ଲୀ: ଆସାମରେ ବିଜେପି ପୁଣିଥରେ ସରକାର ଗଢ଼ିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନାଓ୍ୱାଲାଙ୍କ ନେତୃତ୍ୱାଧୀନ ସରକାରକୁ ନେଇ ନିର୍ବାଚନ ବେଳେ ବିରୋଧୀ ଯେଉଁ ମାହୋଲ ତିଆରି କରିଥିଲେ ସେଥିରେ ଏକ ପ୍ରକାର ବିଫଳ ହୋଇଛନ୍ତି। ସିଏଏ, ଏନଆରସି ଆଦି ପ୍ରସଙ୍ଗକୁ ଜୋରଦାର କରି କ୍ଷମତାକୁ ଫେରିବା ପାଇଁ ଲକ୍ଷ୍ୟ ରଖିଥିବା କଂଗ୍ରେସ କିନ୍ତୁ ପୁଣିଥରେ ବିଫଳ ହୋଇଛି। ଏବେର ଭୋଟ ଗଣତି ଅନୁଯାୟୀ ୧୨୬ ଆସନରୁ ବିଜେପି ୮୦ଟି ଆସନରେ ଆଗରେ ଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ୪୬ଟି ଆସନରେ ଆଗରେ ରହିଛି।

ରାଜ୍ୟରେ ସିଏଏ, ଏନଆରସିକୁ ବିରୋଧୀ କଂଗ୍ରେସ ପ୍ରସଙ୍ଗ କରିବ ବୋଲି ପୂର୍ବରୁ ବିଜେପି ଭଲ ଭାବରେ ଜାଣିଥିଲା। ଆଉ ଦଳକୁ ଆଗକୁ ନେବା ପାଇଁ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ଆସାମର ପ୍ରଭାରୀ ଭାବରେ ନିଯୁକ୍ତ କରି ପ୍ରଚାର ଦାୟିତ୍ୱ ଦେଇଥିଲା। ଆଉ ପରେ ପରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କୁ ମଧ୍ୟ ବିଜେପି ଦଳ ମଧ୍ୟରେ ସମନ୍ୱୟ ରଖିବାକୁ ଦାୟିତ୍ୱ ଦେଇଥିଲା। ହେଲେ କଂଗ୍ରେସର ଭୁଲ୍ ଷ୍ଟ୍ରାଟେଜି ପାଇଁ ବିଜେପି ପୁଣିଥରେ କ୍ଷମତାକୁ ବାଉନ୍ସ ବ୍ୟାକ କରିବାକୁ ଯାଉଛି।

ବିଜେପିର ଏହି ବିଜୟ ପଛରେ ଭୋଟର ପୋଲାରାଇଜେସନ୍ ବୋଲି ନିର୍ବାଚନ ବିଶେଷଜ୍ଞ ମାନେ ଅନୁମାନ କରିଛନ୍ତି। ଏହି ବିଧାନସଭା ନିର୍ବାଚନରେ ଭୋଟର ପୋଲାରାଇଜେସନ୍ ହୋଇଥିଲା। ବିଶେଷକରି ଉପର ଆସାମରେ ବିଜେପି ବିରୋଧୀ ଭୋଟ୍ ସମ୍ପୂର୍ଣ୍ଣ ବିଭାଜିତ ହୋଇଥିଲା। ଭୋଟର ଏହି ବିଭାଜନ ଦୁଇଟି ଭାଗରେ ବିଭକ୍ତ ହୋଇଥିଲା।

ବିଜେପି ବିରୋଧୀ ଭୋଟରର ଏକ ଅଂଶ ଆଞ୍ଚଳିକ ଦଳ ସହ ଯାଇଥିବାବେଳେ ଆଉ ଏକ ଅଂଶ କଂଗ୍ରେସ ମିଳିତ ମେଣ୍ଟକୁ ଯାଇଥିଲା। ହେଲେ ଅଧିକାଂଶ ହିନ୍ଦୀ ବେଲ୍ଟ ଭୋଟର ବିଜେପିକୁ ସମର୍ଥନ କରିଥିବା ଜଣାପଡିଛି।

ସେହିପରି ଆସାମର ତଳ ଏବଂ ବାରକ ଉପତ୍ୟକାରେ ଭୋଟର ପୋଲାରାଇଜେସନ୍ ମଧ୍ୟ ହୋଇଛି। ଏହି ଉଭୟ ଅଞ୍ଚଳରେ ବାଂଲାଦେଶୀ ଏବଂ ଆସାମ ହିନ୍ଦୁମାନେ ବିଜେପିକୁ ସମର୍ଥନ ଦେଇଥିବା ବେଳେ ମୁସଲମାନ ଭୋଟ୍ ମଧ୍ୟ ପୋଲାରାଇଜ୍ ହୋଇଥିଲା। ମୁସଲିମ ଭୋଟର ଏକ ଅଂଶ ଆଞ୍ଚଳିକ ଦଳ ଏବଂ କଂଗ୍ରେସ ସହଯୋଗୀ ଦଳ ସହିତ ଯାଇଥିଲା।

AIUDF ସହ ମେଣ୍ଟ କରି ଫସିଗଲା କଂଗ୍ରେସ

ତେବେ AIUDF ଦଳ ପାଇଁ ଆସାମର ତଳ ଭାଗରେ ଥିବା ଭୋଟର ଏବଂ ବାରକ ଉପତ୍ୟକାର ହିନ୍ଦୁ ଭୋଟରମାନେ କଂଗ୍ରେସକୁ ସମର୍ଥନ କରିନଥିଲେ। ଏହି ଦୁଇଟି କ୍ଷେତ୍ରରେ କଂଗ୍ରେସର ଅବସ୍ଥା ଭଲ ଥିଲା, କିନ୍ତୁ ଏଥର ବଦରୁଦ୍ଦିନ ଅଜମଲଙ୍କ ଦଳ AIUDF ଯୋଗୁଁ କଂଗ୍ରେସ ନିଜର ବେସ୍ ଭୋଟ୍ ହାତେଇଥିଲା। ଆସାମରେ ପ୍ରାୟ ୩୦ ପ୍ରତିଶତ ମୁସଲମାନ ଜନସଂଖ୍ୟା ଅଛନ୍ତି। ରାଜ୍ୟରେ ଅତି କମରେ ୩୩ ଟି ଆସନ ଅଛି ଯେଉଁଠାରେ ମୁସଲମାନ ଭୋଟରମାନେ ନିର୍ବାଚନ ଫଳାଫଳ ସ୍ଥିର କରନ୍ତି। ନିର୍ବାଚନ ପୂର୍ବରୁ ବିଶେଷଜ୍ଞମାନେ ବିଶ୍ୱାସ କରିଥିଲେ ଯେ ଯଦି ମୁସଲମାନ ଭୋଟ୍ ଡିଭାଇଡ୍ ନହେବ ତେବେ କଂଗ୍ରେସ-AIUDF ମିଳିତ ମଞ୍ଚ ଅତି କମରେ ୪୦ଟି ଆସନରେ ଜିତିପାରେ।

AIUDF ସହ କଂଗ୍ରେସର ମେଣ୍ଟକୁ ନେଇ ଭୋଟର ଅସନ୍ତୁଷ୍ଚ, ଫାଇଦା ନେଲା ବିଜେପି

ହେଲେ AIUDF ସହ କଂଗ୍ରେସ ମେଣ୍ଟ କରିବା ପରେ ବିଜେପି ଟାର୍ଗେଟରେ ଥିଲା ଏହି ଦୁଇ ଦଳ। ଆଉ ଅଜମଲଙ୍କୁ ନେଇ ବିଜେପି କଂଗ୍ରେସ ଉପରେ ଜୋରଦାର ବର୍ଷିଥିଲା। ଆଉ ମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଥିଲେ ଅଜମଲ ଆସାମର ସଂସ୍କୃତି ପାଇଁ ବଡ଼ ବିପଦ। ଶର୍ମା କହିଥିଲେ ଯେ ଆସାମର ସଂସ୍କୃତି ଏବଂ ପରିଚୟ ପ୍ରତି 'ବିପଦ' ପାଇଁ କଂଗ୍ରେସ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି କହିଥିଲା ବିଜେପି।

ରାହୁଲ ଓ ପ୍ରିୟଙ୍କାଙ୍କ ଚା ବଗିଚା ପଲିଟିକ୍ସ ଫେଲ୍

ସେହିପରି ରାଜ୍ୟରେ ଚା ’ବଗିଚାର କର୍ମଚାରୀ ମଧ୍ୟ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିଛନ୍ତି। ଚା ବଗିଚା କର୍ମଚାରୀମାନେ ୧୨୬ ବିଧାନସଭା ଆସନ ମଧ୍ୟରୁ ପ୍ରାୟ ୪୦ ଟି ଆସନର ନିର୍ବାଚନ ଫଳାଫଳକୁ ପ୍ରଭାବିତ କରନ୍ତି। ହେଲେ ଏହି ବର୍ଗର ଲୋକେ ଏକଜୁଟ ହୋଇ ଗୋଟିଏ ରାଜନୀତିକ ଦଳକୁ ଯଦି ସମର୍ଥନ କରିବେ ତାହେଲେ ସେହି ଦଳ ସରକାର ଗଢ଼ିବା ଏକ ପ୍ରକାର ଥୟ। ସାରା ରାଜ୍ୟରେ ୮୦୦ ରୁ ଅଧିକ ଚା ବଗିଚା ରହିଛି। ଏହି ଭୋଟକୁ ହାତେଇବା ପାଇଁ କଂଗ୍ରେସର ଟପ୍ ନେତା ରାହୁଲ ଏବଂ ପ୍ରିୟଙ୍କା ଅନେକ ଥର ଚା ବଗିଚା ଯାଇ ପ୍ରଚାର କରିଥିଲେ। ହେଲେ ବିଜେପି ଚା ବଗିଚାରେ କାମ କରୁଥିବା କର୍ମଚାରୀଙ୍କ ପଲ୍ସ ଜାଣିପାରିଥିବାରୁ ରାହୁଲ ଓ ପ୍ରିୟଙ୍କା ଭୋଟ୍ ହାତେଇବାରେ ବିଫଳ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story