123--111
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କୋପ ଦେଖି ସରକାର ବି ବାଟବଣା ହୋଇଗଲେଣି। ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟ ସ୍ଥିତି ଭଲ ଥିବା ସରକାର ଡେଙ୍ଗୁରା ପିଟୁଥିବା ବେଳେ ଦିନକୁ ଦିନ କିନ୍ତୁ ଏହି ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ସବୁଠୁ ଅଧିକ ଚିନ୍ତା ବଢ଼ାଉଛି ଲୋକାଲ ସଂକ୍ରମଣ। ଏହି ଅମାନିଆ ମହାମାରୀକୁ କାବୁ କରିବାକୁ ଏଯାଏ କୌଣସି ଭ୍ୟାକସିନ୍ ବାହାରି ନ ଥିବାରୁ ସରକାର ଲକ୍ଡାଉନ୍, ଶଟଡାଉନ୍ ଥିଓରି ଆପଣାଇବାକୁ ବାଧ୍ୟ ହେଉଛନ୍ତି।
ସେହିପରି କିଛି ମାସ ହେବ କରୋନା ଯୋଗୁ ନନ୍ଷ୍ଟପ୍ ଖଟଣି ପଡ଼ୁଥିବାରୁ ଚାପରେ ରହୁଛନ୍ତି ସରକାରୀ ଅଧିକାରୀ । ଉପରୁ ଘଡ଼ିକି ଘଡ଼ି ମୁଖିଆଙ୍କ ନିର୍ଦ୍ଦେଶ ବଦଳୁ ଥିବା ବେଳେ କେତେବେଳେ କାହା ଭାଗ୍ୟରେ କେଉଁ ଦାୟିତ୍ୱ ପଡ଼ୁଛି ତାହାର ବି ଠିକ୍ ରହୁନି। ଏପରି ସ୍ଥିତିରେ ଅଧିକାରୀଙ୍କ କଥାରେ ବି ତାଳମେଳ ରହୁନି। ଫଳରେ ସେମାନଙ୍କୁ ଲୋକହସା ହେବାକୁ ପଡ଼ୁଛି।
ଗତକାଲି ରାତିରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ଆଜି ରାତିରୁ ଆରମ୍ଭ ହେବାକୁ ଥିବା ଲକ୍ଡାଉନ୍ କଟକଣା ୩୧.୭.୨୦୨୦ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଅବଗତ କରାଇଥିଲେ। ଏହାପରେ ରାଜ୍ୟ ସରକାରଙ୍କର ବହୁ ଅଧିକାରୀ ମଧ୍ୟ ଜନସାଧାରଣଙ୍କ ଅବଗତି ନିମନ୍ତେ ଏ ସମ୍ପର୍କରେ ଟ୍ୱିଟ କରିଥିଲେ। କିନ୍ତୁ SRC ପ୍ରଦୀପ ଜେନାଙ୍କ ଟ୍ୱିଟରେ ଦେଖିବାକୁ ମିଳିଥିଲା କିଛି ତ୍ରୁଟି। ଲକ୍ଡାଉନ୍ କଟକଣା ୩୧.୭.୨୦୨୦ ପର୍ଯ୍ୟନ୍ତ ବଳବତ୍ତର ଥିବା ବେଳେ SRC ଏହାକୁ ଟ୍ୱିଟ କରି ୩୧.୭.୩୦୨୦ ମସିହା ଯାଏ ଲକ୍ଡାଉନ୍ ବୋଲି ଟ୍ୱିଟ କରିଥିଲେ।
/odisha-reporter/media/post_attachments/wp-content/uploads/2020/07/pradeep-2.jpg)
ଏହାକୁ ବହୁ ଲୋକ ରିଟ୍ୱିଟ କରିବା ପରେ SRC ସାର୍ଙ୍କ ଚେତା ପଶିଲା। ଫଳରେ କିଛି ସମୟ ମଧ୍ୟରେ ସେ ଏହାକୁ ନିଜ ପେଜରୁ ଡିଲିଟ୍ କରି ଭୁଲ୍ ସୁଧାରି ନେଇଥିବା ଦେଖିବାକୁ ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/07/123-111.jpg)