Advertisment

ନିର୍ବାଚନ ଶେଷ ହୋଇନି, ବିଜେପି ବଙ୍ଗ ଜିତିବ ବୋଲି କହିବା ପଛର କାରଣ କ'ଣ?

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ବାକି ଅଛି ଆହୁରି ୫ଟି ପର୍ଯ୍ୟାୟ। ହେଲେ ପ୍ରଥମ ପର୍ଯ୍ୟାୟ ମତଦାନ ପରେ ବିଜେପି ନିର୍ବାଚନୀ ପ୍ରଚାରରେ ଦମ୍ଭୋକ୍ତି ପ୍ରକାଶ କରୁଛି ‘ଲୋକେ ସ୍ଥିର କରିସାରିଛନ୍ତି ମେ’ ୨ରେ ଦିଦିଙ୍କୁ ହଟାଇବେ। ରାଜ୍ୟରେ ବିକାଶ ହେବ, ଅପରାଧୀ ସାବାଡ ହେବେ’। ଟିଏମସି ବି ସମାନ ନାରା ବିଜେପି ବିରୋଧରେ ଦେଉଛି। ରାଜ୍ୟରୁ ଗୁଣ୍ଡା ହଟାଯିବ। ରାଜ୍ୟର ଗୋଟିଏ ଇଞ୍ଚ ଜାଗା ବିଜେପିକୁ ଦେବେନି […]

author-image
Subhransu Sekhar
ଅଦ୍ୟତନ ହୋଇଛି
ନିର୍ବାଚନ ଶେଷ ହୋଇନି, ବିଜେପି ବଙ୍ଗ ଜିତିବ ବୋଲି କହିବା ପଛର କାରଣ କ'ଣ?

amit-shah-mamata

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ବାକି ଅଛି ଆହୁରି ୫ଟି ପର୍ଯ୍ୟାୟ। ହେଲେ ପ୍ରଥମ ପର୍ଯ୍ୟାୟ ମତଦାନ ପରେ ବିଜେପି ନିର୍ବାଚନୀ ପ୍ରଚାରରେ ଦମ୍ଭୋକ୍ତି ପ୍ରକାଶ କରୁଛି 'ଲୋକେ ସ୍ଥିର କରିସାରିଛନ୍ତି ମେ’ ୨ରେ ଦିଦିଙ୍କୁ ହଟାଇବେ। ରାଜ୍ୟରେ ବିକାଶ ହେବ, ଅପରାଧୀ ସାବାଡ ହେବେ'। ଟିଏମସି ବି ସମାନ ନାରା ବିଜେପି ବିରୋଧରେ ଦେଉଛି। ରାଜ୍ୟରୁ ଗୁଣ୍ଡା ହଟାଯିବ। ରାଜ୍ୟର ଗୋଟିଏ ଇଞ୍ଚ ଜାଗା ବିଜେପିକୁ ଦେବେନି ବୋଲି ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି

Advertisment

ଏହାରି ଭିତରେ ବିଜେପିର ଚାଣକ୍ୟ ତଥା ଗୃହମନ୍ତ୍ରୀ ଅମିତ ଶାହ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି, ୨୦୧୭ରେ ୟୁପିରେ ଯେଉଁଭଳି ବିଜେପି ବମ୍ପର ଭୋଟ୍ ପାଇ ସରକାର ଗଢ଼ିଛି, ସେହିଭଳି ପଶ୍ଚିମବଙ୍ଗରେ ବିଜେପି ଭୋଟ୍ ପାଇବ।

୨୦୧୭ରେ ହୋଇଥିବା ୟୁପି ନିର୍ବାଚନରେ ବିଜେପି ୪୦୩ ଆସନରୁ ୩୧୨ଟି ଆସନରେ ବିଜୟୀ ହୋଇଥିଲା। ଅର୍ଥାତ ବିଜେପି ସର୍ବାଧିକ ଆସନରେ ବିଜୟୀ ହୋଇଥିଲା। ଏବେ ପଶ୍ଚିମବଙ୍ଗରେ ମଧ୍ୟ ଏଭଳି ଫଳାଫଳ ଦେଖିବାକୁ ମିଳିବ ବୋଲି ଶାହ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି। ହେଲେ ବିଜେପି ଏଭଳି ଦାବି କେଉଁ ଆଧାରରେ କରୁଛି ତାହା ହେଉଛି ପ୍ରଶ୍ନ?

Advertisment

ମମତାଙ୍କ ଲୋକପ୍ରିୟତା ପଶ୍ଚିମବଙ୍ଗରେ ଅକ୍ଷୁର୍ଣ୍ଣ ରହିଛି। ରାଜ୍ୟରେ ବିଜେପିର ବିଧାନସଭା ପ୍ରାର୍ଥୀ ସେମିତି କେହି ନାମକରା ନେତା ନାହାନ୍ତି। ସ୍ଥିତି ଏମିତି ଯେ ଆଜି ଯେଉଁମାନେ ବିଜେପିର ଆଗ ଧାଡ଼ିର ନେତା ସେମାନେ ଏକଦା ଟିଏମସିରେ ମମତା ବାନାର୍ଜୀଙ୍କ ଆଖ ବାଖରେ ରହୁଥିଲେ। ତେବେ ବିଜେପିର ବିଜୟ ଆତ୍ମବିଶ୍ୱାସ ପଛରେ ମୁସଲିମ୍ ଭୋଟ୍ ବ୍ୟାଙ୍କ ବୋଲି କୁହାଯାଉଛି।

ରାଜ୍ୟରେ ମୁସଲମାନ ଭୋଟର ୩୦ ପ୍ରତିଶତ ରହିଛନ୍ତି। ଆଉ ଯଦି ଏହି ଭୋଟର ଏକ ତରଫା ଭୋଟ୍ ଦେବେ ତାହେଲେ ୭୦ରୁ ୧୦୦ ଆସନ ପ୍ରଭାବିତ ହେବ। ଆସଦ୍ଦୁଦିନ ଓବେସୀଙ୍କ ଦଳ ଏଆଇଏମଆଇଏମ ପଶ୍ଚିମବଙ୍ଗରେ ୭ଟି ଆସନରେ ନିର୍ବାଚନ ଲଢ଼ୁଛି, ସେହିପରି ଅବ୍ବାସ ସିଦ୍ଦିକିଙ୍କ ଇଣ୍ଡିଆନ ସେକୁଲାର ଫ୍ରଣ୍ଟ ୨୮ଟି ଆସନରେ ନିର୍ବାଚନ ଲଢ଼ୁଛି। ଆଉ ଏହି ଆଇଏସଏଫ କଂଗ୍ରେସ ଏବଂ ବାମ ଦଳ ସହ ମେଣ୍ଟ କରିଛି। କୁହାଯାଉଛି, ଏଆଇଏମଆଇଏମ ମୁସଲମାନ ଭୋଟରଙ୍କୁ ଡିଭାଇଡ କରିବ। ଯାହାର ଫାଇଦା ବିଜେପି ନେବ। କହିବାକୁ ଗଲେ ବିଜେପି ବିଜୟ ପଛରେ ଏଆଇଏମଆଇଏମର ହାତ ରହିବ।

ଆଉ ଟିଏମସି ମଧ୍ୟ ସମାନ ରାଜନୀତିକ ଗଣିତ କଷି ସାରିଛି। ତେଣୁ ଆଗୁଆ ସାବଧାନ ହୋଇ ୨୦୧୬ ବିଧାନସଭା ନିର୍ବାଚନ ତୁଳନାରେ ଚଳିତଥର କମ୍ ମୁସଲମାନ ପ୍ରାର୍ଥୀ ଦେଇଛି ଟିଏମସି। ୨୦୧୬ରେ ଟିଏମସି ୫୭ ଜଣ ମୁସଲମାନଙ୍କୁ ବିଧାୟକ ପ୍ରାର୍ଥୀ କରିଥିବାବେଳେ ୨୦୨୧ରେ ୪୨ ଜଣଙ୍କୁ ପ୍ରାର୍ଥୀ କରିଛି। ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଯେଉଁଠି ବିଜୟୀ ହୋଇଛି ଚଳିତ ବିଧାନସଭାରେ ସେହି ଆସନରେ ଟିଏମସି ମୁସଲମାନ ପ୍ରାର୍ଥୀ ଦେଇ ନାହିଁ। ହିନ୍ଦୁ ଭୋଟରଙ୍କ ସମର୍ଥନ ପାଇବାକୁ ଯାଇ ମମତା ଏଭଳି ରଣନୀତି କରିଛନ୍ତି ବୋଲି କୁହାଯାଉଛି। ଆଉ ଏଭଳି ହେଲେ ବିଜେପିକୁ ଚେକ୍ ଦେଇହେବ। କିନ୍ତୁ ଏଆଇଏମଆଇଏମର ନେତା ଭୋଟ୍ ପାଇଲେ ଟିଏମସର ଭୋଟ୍ ହାର କମିବ ତାହା ବୋଧହୁଏ ଆକଳନ କରି ନାହାନ୍ତି ମମତା।

ଅନ୍ୟପଟେ ବିଜେପି ମଧ୍ୟ ମୁସଲନମାନ ଭୋଟର ହାତେଇବା ପାଇଁ ଆରମ୍ଭ କରିଛି ରଣନୀତି। ଆଉ ପ୍ରଚାର ମୈଦାନକୁ ଦଳ ଓହ୍ଲାଇଛି ବରିଷ୍ଠ ନେତା ଶାହାନଓ୍ୱାଜ ହୁସେନଙ୍କୁ। ହେଲେ ସେ ପ୍ରଚାର କରିବା ବେଳେ ପଥର ମାଡ଼ର ଶିକାର ହୋଇଛନ୍ତି।

ଚଳିତ ବିଧାନସଭା ନିର୍ବାଚନ ଆରମ୍ଭ ପୂର୍ବରୁ ବିଜେପି ପ୍ରଚାର ବେଳେ ଟିଏମସି ବିରୋଧରେ ମୁସଲିମ ତୁଷ୍ଟିକରଣର ଅଭିଯୋଗ ଆଣିଛି। ବିଜେପି ଏଭଳି କରି ହିନ୍ଦୁ ଭୋଟରଙ୍କ ସଂଖ୍ୟା ବଢ଼ାଇବାରେ ସକ୍ଷମ ହୋଇଛି। ଆଉ ମମତା ମଧ୍ୟ ବିଜେପିର ବାରମ୍ବାର ତୁଷ୍ଟିକରଣ ଅଭିଯୋଗରେ କେଉଁଠି ନା କେଉଁଠି ପ୍ରଭାବିତ ହୋଇଛନ୍ତି। ଯେଉଁଥିପାଇଁ ସେ ନିର୍ବାଚନ ରାଲିରେ ତାଙ୍କ ଗୋତ୍ର ସଂପର୍କରେ ସୂଚନା ଦେଉଛନ୍ତି। ସେ ହିନ୍ଦୁ ଝିଅ ଓ ବିଭିନ୍ନ ପୂଜାର୍ଚ୍ଚନା କରନ୍ତି ବୋଲି ମଧ୍ୟ କହିବାକୁ ଭୁଲୁ ନାହାନ୍ତି।  ତେଣୁ ସେ ବି କେଉଁଠି ନାଁ କେଉଁଠି ଆଶଙ୍କା କରୁଛନ୍ତି ଯେ ଧର୍ମ ଆଧାରରେ ଭୋଟ୍ ବ୍ୟାଙ୍କ ବାଣ୍ଟି ହୋଇଯାଉଛି। ଆଉ ଏହାର ଫାଇଦା ବିଜେପି ନେଇପାରେ।

West Bengal Assembly Election West Bengal Election 2021