Advertisment

ନିର୍ବାଚନ ବେଳେ କାହିଁକି ରାଜନୀତିକୁ ବାଏ ବାଏ କହିଲେ ଚିନ୍ନାମ୍ମା?

ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଛି। ଏହାରି ଭିତରେ ରାଜନୀତିକୁ ବାଏ ବାଏ କହିଛନ୍ତି ଚିନ୍ନାମା ଓରଫ୍ ଭିକେ ଶଶିକଳା। ଦୁର୍ନୀତି ଅଭିଯୋଗରେ ଜେଲରୁ ଫେରିବା ପରେ ଆଶା କରାଯାଉଥିଲା ଶଶିକଳା ରାଜନୀତିରେ ସାମିଲ ହେବେ। ହେଲେ ଏହି ଚର୍ଚ୍ଚାରେ ଏବେ ଫୁଲଷ୍ଟପ ପଡ଼ିଛି। ତେବେ ସେ ରାଜନୀତିକୁ ଛାଡ଼ିବା ପୂର୍ବରୁ ଏଆଇଏମଡିଏମକେକୁ ଏକାଠି ହୋଇ ନିର୍ବାଚନ ଲଢ଼ିବାକୁ କହିଛନ୍ତି। ଡିଏମକେ ବିରୋଧରେ ଲଢ଼ିବାକୁ ହେଲେ ଏଆଇଡିଏମକେ ଏକ ହେବା ଦରକାର ବୋଲି ଶଶିକଳା […]

ଅଦ୍ୟତନ ହୋଇଛି
ନିର୍ବାଚନ ବେଳେ କାହିଁକି ରାଜନୀତିକୁ ବାଏ ବାଏ କହିଲେ ଚିନ୍ନାମ୍ମା?

sasahi-kala

Advertisment

ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଛି। ଏହାରି ଭିତରେ ରାଜନୀତିକୁ ବାଏ ବାଏ କହିଛନ୍ତି ଚିନ୍ନାମା ଓରଫ୍ ଭିକେ ଶଶିକଳା। ଦୁର୍ନୀତି ଅଭିଯୋଗରେ ଜେଲରୁ ଫେରିବା ପରେ ଆଶା କରାଯାଉଥିଲା ଶଶିକଳା ରାଜନୀତିରେ ସାମିଲ ହେବେ। ହେଲେ ଏହି ଚର୍ଚ୍ଚାରେ ଏବେ ଫୁଲଷ୍ଟପ ପଡ଼ିଛି।

Advertisment

ତେବେ ସେ ରାଜନୀତିକୁ ଛାଡ଼ିବା ପୂର୍ବରୁ ଏଆଇଏମଡିଏମକେକୁ ଏକାଠି ହୋଇ ନିର୍ବାଚନ ଲଢ଼ିବାକୁ କହିଛନ୍ତି। ଡିଏମକେ ବିରୋଧରେ ଲଢ଼ିବାକୁ ହେଲେ ଏଆଇଡିଏମକେ ଏକ ହେବା ଦରକାର ବୋଲି ଶଶିକଳା କହିଛନ୍ତି। ତେବେ ଶଶିକଳାଙ୍କ ଏଭଳି ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

ଶଶିକଳା ତାମିଲନାଡୁର ରାଜନୀତିରେ ଚିନ୍ନାମ୍ମା ଭାବରେ ପରିଚିତ। ଯାହାକୁ 'ଆମ୍ମା' ଜୟଲଳିତାଙ୍କ ଛାଇ ବୋଲି କୁହାଯାଉଥିଲା। ହେଲେ ଏବେ ସେ ରାଜନୀତି ଛାଡିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି।

Advertisment

ଶଶିକଳା ତାମିଲ ସିନେମା ସହିତ ମଧ୍ୟ ଜଡିତ ଥିଲେ। ଜୟଲଳିତାଙ୍କ ଶାସନ କାଳରେ ତାଙ୍କର ସ୍ଥିତି ଏପରି ଥିଲା ଯେ ଯଦି ଶଶିକଳା କିଛି କହିଛନ୍ତି, ତାହେଲେ ବୁଝିବାକୁ ପଡ଼ୁଥିଲା ଯେ ଜୟଲଳିତା ହିଁ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ ପଦରେ ନଥାଇ ବି ଚିନ୍ନାମ୍ମାଙ୍କ ଦବଦବା କିଛି କମ୍ ନଥିଲା।

ରାଜନୀତିରେ ତାଙ୍କର ବୁଝାମଣା ଏବଂ ଜୟଲଳିତାଙ୍କ ସହ ଭଲ ସମ୍ପର୍କ ତାଙ୍କୁ ତାମିଲନାଡୁର ଏକ ଚେହେରା ବୋଲି କୁହାଯାଉଥିଲା। ତେବେ ଜୟଲଳିତାଙ୍କ ମୃତ୍ୟୁ ପରେ ଶଶିକଳାଙ୍କ ରାଜନୀତିକ ଇନିଂସ ମଧ୍ୟ ଏକ ପ୍ରକାରରେ ଶେଷ ହୋଇଯାଇଥିଲା। ଏଥିପାଇଁ କ୍ଷମତା ଲୋଭ ଏବଂ ସେଥିରୁ ସୃଷ୍ଟି ଦଳୀୟ କନ୍ଦଳ ଏହାର ପ୍ରମୁଖ କାରଣ ବୋଲି କୁହାଯାଏ। ଜୟଲଳିତାଙ୍କ ପରେ ତାଙ୍କର ଘନିଷ୍ଠ ସହଯୋଗୀ ପଲାନିସ୍ୱାମୀଙ୍କୁ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ କରାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ସେହି ଇ ପଲାନିସ୍ୱାମୀ ହିଁ ତାଙ୍କୁ ଦଳର ମହାସଚିବ ପଦରୁ ହଟାଇ ଦେଇଥିଲେ।

ହେଲେ ଜେଲରୁ ସଜା କାଟି ଫେରି ଶଶିକଳା ରାଜନୀତିକ ଅବସର ଘୋଷଣା କରିବା ପରେ ଗରମ ହୋଇଛି ଗୁଜବ ବଜାର। କିଛି ଲୋକ କହୁଛନ୍ତି ଯେ ଶଶିକଳାଙ୍କ ଅବସର ପଛରେ ବିଜେପି। ତାମିଲନାଡୁରେ ଏଆଇଡିଏମକେ ସହିତ ବିଜେପିର ଏକ ମିଳିତ ସମ୍ପର୍କ ରହିଛି। ତେଣୁ ଯେତେବେଳେ ବି ଏଆଇଡିଏମକେରେ କୌଣସି ଅସୁବିଧା ଥାଏ, ସେତେବେଳେ ବିଜେପି ଆଗକୁ ଆସେ।

ତେବେ ଶଶିକଳା ଏବଂ ତାଙ୍କ ପୁତୁରାଙ୍କୁ ଏଆଇଡିଏମକେରୁ ହଟାଇ ଦିଆଗଲା ସେତେବେଳେ ସମସ୍ତେ ଅନୁଭବ କଲେ ଯେ ଶଶିକଳା ଆଉ ଏକ ଦଳ ଗଠନ କରିବେ। ହେଲେ ସେ କରି ନାହାନ୍ତି। ତାଙ୍କ ପୁତୁରା ଦିନାକରନ୍ 'ଏମ୍ଏମକେ' ନାମରେ ଦଳ ଗଠନ କରିଛନ୍ତି। ଲୋକସଭା ନିର୍ବାଚନରେ ଏହି ଦଳ ୫.୨ ପ୍ରତିଶତ ଭୋଟ୍ ପାଇଥିବା ବେଳେ ବିଧାନସଭା ନିର୍ବାଚନରେ ୭ ପ୍ରତିଶତ ଭୋଟ୍ ପାଇଥିଲା ଏହି ଦଳ।

ହେଲେ ବିଜେପି ଏବଂ ଏଆଇଡିଏମକେ ଅନୁଭବ କରିଥିଲେ ଯେ ଯଦି ଶଶିକଳା ଏହି ଦଳରେ ଯୋଗ ଦେବେ ତେବେ ତାମିଲନାଡୁକୁ ଏକ ଚେହେରା ମିଳିଯିବ। ଯାହାକି ଜୟଲଳିତା ଏବଂ କରୁଣାନିଧିଙ୍କ ବିୟୋଗ ପରେ ଖାଲି ଅଛି। ତେଣୁ ଶଶିକଳାଙ୍କୁ ରାଜନୀତିରୁ ହଟାଇବାକୁ ହେବ।

ତେବେ ବିଜେପି ଉପରେ ପ୍ରଥମ ଥର ପାଇଁ ଏଭଳି ପ୍ରଶ୍ନ ଉଠିନାହିଁ। ଶଶିକଳା ଜେଲରୁ ବାହାରିବା ପୂର୍ବରୁ ମଧ୍ୟ ରାଜନୀତିକ କରିଡରରେ ଏଭଳି ଆଲୋଚନା ହେଉଥିଲା ଯେ ବିଜେପି ଏହା ପଛରେ ଅଛି ଏବଂ ଆସନ୍ତା ବିଧାନସଭା ନିର୍ବାଚନରେ ​​ଶଶିକଳା ଏଆଇଡିଏମକେ ପାଇଁ ଚେହେରା ହୋଇ ଦଳ ପାଇଁ ପ୍ରଚାର କରିବେ।

TamilnaduAssemblyElection2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe