BL-SANTOSH
ବେଙ୍ଗାଲୁରୁ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବି.ଏସ ୟେଦ୍ୟୁରପ୍ପା। ଏବେ କିଏ ହେବେ ୟେଦ୍ୟୁରପ୍ପାଙ୍କ ଉତ୍ତରାଧିକାରୀ ସେ ନେଇ ଚର୍ଚ୍ଚା ଚାଲିଛି। ଆଜି ବିଜେପି ବିଧାୟକ ଦଳର ବୈଠକ ବସିବାର ସମ୍ଭାବନା ରହିଛି। ଏହି ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ଭଲ ଭାବମୂର୍ତ୍ତି ରଖୁଥିବା ଚେହେରାକୁ ମୁଖ୍ୟମନ୍ତ୍ରୀ କରାଇବାକୁ ଯୋଜନା କରୁଥିବା ସୂଚନା ରହିଛି।
ନୂଆଦିଲ୍ଲୀରେ ଥିବା ବିଜେପିର ଶୀର୍ଷ ନେତାଙ୍କ ଅନୁଯାୟୀ, ଦଳ ରାଷ୍ଟ୍ରୀୟ ମହାସଚିବ ବି.ଏଲ ସନ୍ତୋଷଙ୍କୁ ମୁଖ୍ୟମନ୍ତ୍ରୀ କରାଇ ଚାରି ଉପମୁଖ୍ୟମନ୍ତ୍ରୀ କରାଇବାକୁ ବିଚାର କରୁଛନ୍ତି। ମୁଖ୍ୟତଃ ରାଜ୍ୟରେ ୟେଦ୍ୟୁରପ୍ପାଙ୍କ ପରେ ଦଳରେ ସମାନ ବୟସର ନେତା ଅଧିକ ରହିଛନ୍ତି। ସେହିପରି ବିଭିନ୍ନ ସମୁଦାୟ ସରକାରର ଏହି ଶୀର୍ଷ ପଦରେ ବସିବା ପାଇଁ ଦାବି କରୁଛନ୍ତି। ହେଲେ ରାଜ୍ୟରେ ଲିଙ୍ଗାୟତ ବର୍ଗର ଲୋକେ ପ୍ରାୟ ୧୫ ପ୍ରତିଶତ ରହିଛନ୍ତି।
ରାଜ୍ୟର ମୋଟ୍ ଜନସଂଖ୍ୟାର ପ୍ରାୟ ୨ ପ୍ରତିଶତ ହେଉଛନ୍ତି ବ୍ରାହ୍ମଣ ସମୁଦାୟ। ଏହି ବର୍ଗରେ ରହିଛନ୍ତି ସନ୍ତୋଷ। ଜାତି ସମୀକରଣକୁ ସନ୍ତୁଳିତ କରିବା ପାଇଁ ବରିଷ୍ଠ ବିଜେପି ଚାରୋଟି ଉପ ମୁଖ୍ୟମନ୍ତ୍ରୀ ରଖିବାକୁ ଯୋଜନା କରିଛନ୍ତି। ଏହି ଚାରି ଜାତି ହେଲେ ଲିଙ୍ଗାୟତ, ଭୋକାଲିଗା, ଓବିସି ଏବଂ ଏସସି/ ଏସଟି।
ଏବେ ରାଜ୍ୟରେ ତିନି ଜଣ ଉପ ମୁଖ୍ୟମନ୍ତ୍ରୀ ରହିଛନ୍ତି। ସେଥିମଧ୍ୟରୁ ଲକ୍ଷ୍ମଣ ସୁଭାଡି ଉପ ମୁଖ୍ୟମନ୍ତ୍ରୀ ପଦରେ ରହିବେ ବୋଲି ଜଣାପଡ଼ିଛି। ତାଙ୍କ ନାଁ ମଧ୍ୟ ମୁଖ୍ୟମନ୍ତ୍ରୀ ରେସରେ ରହିଛି। ସେହିପରି ଭୋକାଲିଗା ସମ୍ପ୍ରଦାୟରୁ ସିଏନ୍ ଅଶ୍ୱତ ନାରାୟଣ, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାନନ୍ଦ ଗୌଡା ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି।
ସେହିପରି କରୱାରର ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ଓବିସି ମରାଠା ସମ୍ପ୍ରଦାୟର ରୁପାଲି ନାଏକ, ଓବିସି ବର୍ଗରେ ଉପମୁଖ୍ୟମନ୍ତ୍ରୀ ପଦ ପାଇବା ସମ୍ଭାବନା ରହିଛି।
୨୦୨୩ରେ ବିଧାନସଭା ନିର୍ବାଚନ ରହିଛି। ରାଜ୍ୟରେ ଏସସି କିମ୍ୱା ଏସଟି ଭୋଟର ବି ରହିଛନ୍ତି। ଏହି ବର୍ଗରୁ ଅଧିକ ଭୋଟ ହାସଲ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦିଆଯିବ କି ନାହିଁ ଚିନ୍ତା କରାଯାଉଥିବା ସୂଚନା ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/07/BL-SANTOSH.jpg)