Advertisment

ଜାଲିଆତି ସଂସ୍ଥା ଜାଣି ବି ନେଇଥିଲେ ‘ଆଦର୍ଶ’ ସାର୍ଟିଫିକେଟ୍

ଚର୍ଚ୍ଚା ହେଉଛି, ଜାଲିଆତି କରିଥିବା ସଂସ୍ଥା ମୁଖ୍ୟମନ୍ତ୍ରୀଙ୍କୁ ‘ଆଦର୍ଶ’ ସାର୍ଟିଫିକେଟ୍ ଦେଇଥିବା କଥାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଠାଇଥିବାରୁ କାଳେ ଏନେଇ ଗଣମାଧ୍ୟମରେ କୌଣସି ପ୍ରତିକୂଳ ରିପୋର୍ଟ ପ୍ରକାଶ ପାଇବ, ସେଥିପାଇଁ ଦଳର ମିଡିଆ ମ୍ୟାନେଜରମାନେ ଏବେ ସକ୍ରିୟ ହୋଇପଡ଼ିଛନ୍ତି। ଚଳିତବର୍ଷ ଜାନୁୟାରୀ ମାସରେ ମହାରାଷ୍ଟ୍ରର ପୁଣେ ସ୍ଥିତ ଏମଆଇଟି ( ମହାରାଷ୍ଟ୍ର ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲଜି) ସ୍କୁଲ ଅଫ୍ ଗଭର୍ଣ୍ଣାନ୍ସ ନାମକ ଏକ ପ୍ରତିଷ୍ଠାନ ପକ୍ଷରୁ ନବୀନଙ୍କୁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ସାର୍ଟିଫିକେଟ୍ ମିଳିଥିଲା। ପଞ୍ଚାୟତ […]

ଜାଲିଆତି ସଂସ୍ଥା ଜାଣି ବି ନେଇଥିଲେ ‘ଆଦର୍ଶ’ ସାର୍ଟିଫିକେଟ୍

GUSS

Advertisment

ଚର୍ଚ୍ଚା ହେଉଛି, ଜାଲିଆତି କରିଥିବା ସଂସ୍ଥା ମୁଖ୍ୟମନ୍ତ୍ରୀଙ୍କୁ ‘ଆଦର୍ଶ’ ସାର୍ଟିଫିକେଟ୍ ଦେଇଥିବା କଥାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଠାଇଥିବାରୁ କାଳେ ଏନେଇ ଗଣମାଧ୍ୟମରେ କୌଣସି ପ୍ରତିକୂଳ ରିପୋର୍ଟ ପ୍ରକାଶ ପାଇବ, ସେଥିପାଇଁ ଦଳର ମିଡିଆ ମ୍ୟାନେଜରମାନେ ଏବେ ସକ୍ରିୟ ହୋଇପଡ଼ିଛନ୍ତି।

Advertisment

ଚଳିତବର୍ଷ ଜାନୁୟାରୀ ମାସରେ ମହାରାଷ୍ଟ୍ରର ପୁଣେ ସ୍ଥିତ ଏମଆଇଟି ( ମହାରାଷ୍ଟ୍ର ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲଜି) ସ୍କୁଲ ଅଫ୍ ଗଭର୍ଣ୍ଣାନ୍ସ ନାମକ ଏକ ପ୍ରତିଷ୍ଠାନ ପକ୍ଷରୁ ନବୀନଙ୍କୁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ସାର୍ଟିଫିକେଟ୍ ମିଳିଥିଲା। ପଞ୍ଚାୟତ ନିର୍ବାଚନ ଓ ବିଜେପୁର ଉପନିର୍ବାଚନରେ ଫାଇଦା ନେବାକୁ ବିଜେଡି ସେତେବେଳେ ନବୀନଙ୍କ ଏହି ପୁରସ୍କାରକୁ ରାଜ୍ୟବ୍ୟାପୀ ମାର୍କେଟିଂ କରାଇଥିଲା।

ମାତ୍ର ନବୀନଙ୍କୁ ‘ଆଦର୍ଶ’ ସାର୍ଟିଫିକେଟ୍ ଦେଇଥିବା ସଂସ୍ଥା ଖୋଦ୍ ତଳଠୁ ଉପରଯାଏ ଜାଲିଆତିରେ ପରିପୂର୍ଣ୍ଣ ଓ ଭାରତ ସରକାରଙ୍କ ‘ସ୍କିଲ୍ ଇଣ୍ଡିଆ’ ଯୋଜନାର ଅର୍ଥକୁ ହଡ଼ପ କରିବାକୁ ପଛାଇ ନଥିବା ଏବେ ଲୋକଲୋଚନକୁ ଆସିଛି।

Advertisment

ଶୁଣିବାକୁ ମିଳୁଛି, ଏହି ସଂସ୍ଥାର ଜାଲିଆତି କଥା କୁଆଡ଼େ ବହୁ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜାଣିଥିଲା। ଯେଉଁଥିପାଇଁ ଏହି ସଂସ୍ଥାର ମୁଖିଆଙ୍କୁ ଡାକି ଓଡ଼ିଶା ବୁଲାଇବା ସହ ଦଳୀୟ ବିଧାୟକମାନଙ୍କ ନିମନ୍ତେ ଦୀକ୍ଷାନ୍ତ ଭାଷଣ କାର୍ଯ୍ୟକ୍ରମ ଆୟୋଜନ କରାଇଥିବା ତୃତୀୟ ମହଲା କୁଆଡ଼େ ପରବର୍ତ୍ତୀ ସମୟରେ ଭୁବନେଶ୍ୱରରେ ତାଙ୍କୁ ୧୦୦ଏକର ଜମି ଦେବାକୁ ରାଜି ହୋଇନଥିଲା।

ଚର୍ଚ୍ଚା ହେଉଛି, ନବୀନଙ୍କୁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ପୁରସ୍କାର ପ୍ରଦାନ କରି ଏହି ସଂସ୍ଥା କୁଆଡ଼େ ଓଡ଼ିଶାରେ ନିଜର ଏକ କ୍ୟାମ୍ପସ୍ ଖୋଲିବାକୁ ଚାହିଁଥିଲା। ଆଉ ଏସବୁ କଥାରେ ନବୀନଙ୍କ ଜଣେ ନିକଟ ସମ୍ପର୍କୀୟଙ୍କ ପ୍ରମୁଖ ଭୂମିକା ରହିଥିଲା।

ନବୀନଙ୍କୁ ପୁରସ୍କାର ଦେଉଥିବା ସଂସ୍ଥା ଆମେରିକାର ମାସାଚୁସେଟସ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜି(ଏମଆଇଟି) ବୋଲି ତୃତୀୟ ମହଲାର ବାବୁମାନେ ପ୍ରଥମେ ଭାବିଥିଲେ। କିନ୍ତୁ ପୁରସ୍କାର ମିଳିବାର ସପ୍ତାହକ ପୂର୍ବରୁ ଏହା ବାପ-ପୁଅଙ୍କ ଏକଛତ୍ରବାଦୀ ନୀତିରେ ପରିଚାଳିତ ହେଉଥିବା ଏକ ତେଲମରା ସଂସ୍ଥା ବୋଲି ତୃତୀୟ ମହଲା ଜାଣିବାକୁ ପାଇଥିଲା।

ତା’ ସତ୍ତ୍ୱେ ସେତେବେଳେ ନିର୍ବାଚନ ଥିବାରୁ କୁଆଡ଼େ ଏହି ଜାଲିଆତି ସଂସ୍ଥାର ‘ଆଦର୍ଶ’ ସାର୍ଟିଫିକେଟକୁ ମାର୍କେଟିଂ କରିବା ପାଇଁ ସୁଯୋଗକୁ 'ଦ୍ୱିତୀୟ କ୍ଷମତାକେନ୍ଦ୍ର' ହାତଛଡ଼ା କରିବାକୁ ଚାହିଁ ନଥିଲେ। ଯଦିଓ ସଂସ୍ଥାର ବାସ୍ତବତା କ’ଣ , ନବୀନଙ୍କୁ କେଉଁ ଆଧାରରେ ଏହି ସମ୍ମାନ ମିଳୁଛି ଏବଂ ତା’ପଛରେ କ’ଣ ଡିଲ୍ ହୋଇଛି ସେ ସମ୍ପର୍କରେ କୁଆଡ଼େ ଟିକିନିଖି କ୍ଷମତାକେନ୍ଦ୍ର ବାବୁ ଜାଣିଥିଲେ। କିନ୍ତୁ ପୁରସ୍କାର ଆଣିବା ଆଗରୁ ମୁଖିଆଙ୍କୁ ସଂସ୍ଥାର କାରବାର ସମ୍ପର୍କରେ କୁଆଡ଼େ ଅବଗତ କରାଯାଇ ନଥିଲା।

ଏହି ସଂସ୍ଥାକୁ କୁଆଡ଼େ ସେତେବେଳେ ଓଡ଼ିଶା ସରକାରଙ୍କ ତହବିଲରୁ ମୋଟା ଅଙ୍କର ଅର୍ଥ ଦେବାର ବ୍ୟବସ୍ଥା ହୋଇଥିଲା। କିନ୍ତୁ ସରକାରୀ ଜମି ଦେଲେ କାଳେ ବିରୋଧୀ ହୋ-ହାଲ୍ଲା କରିବେ ସେହି ଭୟରେ କୁଆଡ଼େ ସଂସ୍ଥା ଦ୍ୱାରା ଭୁବନେଶ୍ୱରରେ କ୍ୟାମ୍ପସ ପ୍ରତିଷ୍ଠା ପ୍ରକଳ୍ପକୁ ଗ୍ରୀନ୍ ସିଗନାଲ ମିଳିନଥିଲା।

ଚର୍ଚ୍ଚା ହେଉଛି, ଜାଲିଆତି କରିଥିବା ସଂସ୍ଥା ମୁଖ୍ୟମନ୍ତ୍ରୀଙ୍କୁ ‘ଆଦର୍ଶ’ ସାର୍ଟିଫିକେଟ୍ ଦେଇଥିବା କଥାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଠାଇଥିବାରୁ କାଳେ ଏନେଇ ଗଣମାଧ୍ୟମରେ କୌଣସି ପ୍ରତିକୂଳ ରିପୋର୍ଟ ପ୍ରକାଶ ପାଇବ, ସେଥିପାଇଁ ଦଳର ମିଡିଆ ମ୍ୟାନେଜରମାନେ ଏବେ ସକ୍ରିୟ ହୋଇପଡ଼ିଛନ୍ତି। ଯାହାଙ୍କ ପ୍ରୟାସରେ ଏହି ପୁରସ୍କାର ନବୀନ ପାଇଥିଲେ ତାଙ୍କୁ କିଛି କହିବା ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ପକ୍ଷରେ ସମ୍ଭବପର ନଥିବାରୁ ବାବୁ ଏବେ ଅକଳରେ ପଡ଼ିଛନ୍ତି।

ଏବେ ତାଙ୍କ ଭାବମୂର୍ତ୍ତିରେ କାଳିମା ଲାଗିଯିବ ବୋଲି କାଳେ ମୁଖିଆ ରାଗିବେ, ସେହି ଭୟରେ ଏବେ ମିଡିଆ ମ୍ୟାନେଜମେଣ୍ଟ ଟିମ୍ ସକ୍ରିୟ ହୋଇ ବିଭିନ୍ନ ଗଣମାଧ୍ୟମକୁ ଏ ବିଷୟରେ କିଛି ନ ଲେଖିବାକୁ ତାଗିଦ କରିଛନ୍ତି ବୋଲି ଚର୍ଚ୍ଚା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe