Advertisment

ସୁପ୍ରିମୋ ନୁହେଁ, 'ଯୁବନେତା'ଙ୍କୁ ସନ୍ତୁଷ୍ଟ କରି ପଦବୀ ନିଅ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯ବର୍ଷ ଧରି କ୍ଷମତାସୀନ ବିଜେଡିରେ ଏବେ ଏକ ନୂଆ ଟ୍ରେଣ୍ଡ୍ ଆରମ୍ଭ ହୋଇଥିବା ନେଇ ଚର୍ଚ୍ଚା। ଦଳର ବରିଷ୍ଠ ତଥା ଅନୁଭବୀ ନେତାମାନଙ୍କୁ ଏବେ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇ ଜଣେ ଯୁବନେତାଙ୍କୁ କୁଆଡ଼େ ସାଂଗଠନିକ କ୍ଷେତ୍ରରେ ସର୍ବେସର୍ବା ଭାବେ ଉପସ୍ଥାପିତ କରାଯାଉଛି। ଦଳୀୟ ଟିକେଟଠୁ ଆରମ୍ଭ କରି ସାଂଗଠନିକ ପଦପଦବୀ କୁଆଡ଼େ ଏହି ଯୁବନେତାଙ୍କ ଦୟାରେ ମିଳୁଛି ବୋଲି ତାଙ୍କର ସହଯୋଗୀମାନେ ପ୍ରଚାର କରୁଥିବା ଓ ତୃତୀୟ ମହଲା ଏହାକୁ ନିରବ ସମର୍ଥନ ଜଣାଉଥିବାରୁ ଦଳ […]

ସୁପ୍ରିମୋ ନୁହେଁ, 'ଯୁବନେତା'ଙ୍କୁ ସନ୍ତୁଷ୍ଟ କରି ପଦବୀ ନିଅ!

ga

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯ବର୍ଷ ଧରି କ୍ଷମତାସୀନ ବିଜେଡିରେ ଏବେ ଏକ ନୂଆ ଟ୍ରେଣ୍ଡ୍ ଆରମ୍ଭ ହୋଇଥିବା ନେଇ ଚର୍ଚ୍ଚା। ଦଳର ବରିଷ୍ଠ ତଥା ଅନୁଭବୀ ନେତାମାନଙ୍କୁ ଏବେ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇ ଜଣେ ଯୁବନେତାଙ୍କୁ କୁଆଡ଼େ ସାଂଗଠନିକ କ୍ଷେତ୍ରରେ ସର୍ବେସର୍ବା ଭାବେ ଉପସ୍ଥାପିତ କରାଯାଉଛି। ଦଳୀୟ ଟିକେଟଠୁ ଆରମ୍ଭ କରି ସାଂଗଠନିକ ପଦପଦବୀ କୁଆଡ଼େ ଏହି ଯୁବନେତାଙ୍କ ଦୟାରେ ମିଳୁଛି ବୋଲି ତାଙ୍କର ସହଯୋଗୀମାନେ ପ୍ରଚାର କରୁଥିବା ଓ ତୃତୀୟ ମହଲା ଏହାକୁ ନିରବ ସମର୍ଥନ ଜଣାଉଥିବାରୁ ଦଳ ଭିତରେ ଅସନ୍ତୋଷ ଚରମସୀମାରେ ପହଞ୍ଚିଲାଣି।

Advertisment

ଚର୍ଚ୍ଚା ହେଉଛି, ଉପକୂଳ ଓଡ଼ିଶାର ଏହି ଯୁବନେତା ତଥା ପୂର୍ବତନ ମନ୍ତ୍ରୀ ଏବେ କୁଆଡ଼େ ପୁଣିଥରେ ଦଳର ପାଣ୍ଠି ସଂଗ୍ରହ ଦାୟିତ୍ୱ ସମ୍ଭାଳିବାରେ ସକ୍ରିୟ ଭୂମିକା ତୁଲାଉଛନ୍ତି। ଅବଶ୍ୟ ଦଳରେ ଜଣେ ପୂର୍ବତନ ବରିଷ୍ଠ ପ୍ରଶାସକ ସାମିଲ ହେବାପରେ ପାଣ୍ଠି ସଂଗ୍ରହର କିଛି ଦାୟିତ୍ୱ ତାଙ୍କ ହାତରେ ନ୍ୟସ୍ତ ହୋଇଛି।

ଏହି ଯୁବନେତା ଏବେ ତୃତୀୟ ମହଲାର ଅଧିକ ନିକଟତର ବୋଲି ପ୍ରଚାର ଚାଲିଥିବାରୁ ତାଙ୍କର ଅନୁଗତମାନେ କୁଆଡ଼େ ବିଭିନ୍ନ ଉପାୟରେ ନିଜର ତହବିଲ ବୃଦ୍ଧି କରିବାରେ ଲାଗିଛନ୍ତି। ସେମାନେ ବିଭିନ୍ନ ସରକାରୀ କାର୍ଯ୍ୟରେ ଡିଲ୍ ସମେତ ପ୍ରତିଷ୍ଠିତ କମ୍ପାନୀଗୁଡ଼ିକଠୁ ମଧ୍ୟ ମୋଟା ଅଙ୍କ ଆଦାୟ କରି ନିଜର ବ୍ୟାଙ୍କ ବାଲାନ୍ସ ବଢ଼ାଇବାରେ ଲାଗିଛନ୍ତି। ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ଜୋରିମାନା ପୈଠ କରିନଥିବା କେତେକ ଖଣି ଲିଜଧାରୀଙ୍କୁ ସରକାରୀ ଅନୁକମ୍ପା ଦେଖାଇବା ପାଇଁ କୁଆଡ଼େ ଏହି ଗୋଷ୍ଠୀ ପୁରା ଦମରେ ଲାଗିପଡ଼ିଛି।

Advertisment

ତୃତୀୟ ମହଲା ସହ ଘନିଷ୍ଠତାର ଆଳ ଦେଖାଇ ଅନ୍ୟ ସରକାରୀ ଅଫିସରମାନଙ୍କୁ ଏହି ଗୋଷ୍ଠୀ ପ୍ରଭାବିତ କରିବାରେ ଲାଗିଛି। ଯେଉଁଥିପାଇଁ ବର୍ଷେ ପରେ ବି ଜିଲ୍ଲା ପ୍ରଶାସନ ଏପର୍ଯ୍ୟନ୍ତ କୌଣସି ଗୋଟିଏ ଖିଲାପୀ ଖଣି ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିବାରେ ସକ୍ଷମ ହୋଇପାରିନି। ଏହି ଗୋଷ୍ଠୀରେ ଥିବା ସଦସ୍ୟମାନଙ୍କୁ କୁଆଡ଼େ ଏବେ ବିଭିନ୍ନ ସାଂଗଠନିକ ପଦପଦବୀରେ ଅବସ୍ଥାପିତ କରାଇ ସେମାନଙ୍କ ପ୍ରଭାବ ଦଳରେ ଅଧିକ ବୋଲି ସନ୍ଦେଶ ଦିଆଯାଉଛି। ଯାହାକି ସେମାନଙ୍କୁ ଏଭଳି ଡିଲ୍ କରାଇବାରେ ସହାୟକ ହେବ।

ଚର୍ଚ୍ଚା ହେଉଛି, ଖଣି କାରବାରରେ ଗତ କିଛିବର୍ଷ ପୂର୍ବରୁ ଜଡ଼ିତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ କୁଆଡ଼େ ନିକଟରେ ଦଳୀୟ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରାଯାଇଛି। ତା’ପୁଣି କୁଆଡ଼େ ସମ୍ପୃକ୍ତ ପ୍ରଭାବଶାଳୀ ଯୁବନେତାଙ୍କ ପ୍ରତ୍ୟକ୍ଷ ସୁପାରିସରେ।

ଶୁଣିବାକୁ ମିଳୁଛି, ସୁପ୍ରିମୋଙ୍କୁ ଖୁସି କରିବା ପାଇଁ ଗୁଇନ୍ଦା ବିଭାଗ ଓ ପ୍ରଶାସନ ସୁହାଇବା ଭଳି ରିପୋର୍ଟ ଦେଉଥିବାରୁ ତୃତୀୟ ମହଲା ବାବୁ କୁଆଡ଼େ ବାସ୍ତବ ତଥ୍ୟ ଜାଣିବାରେ ସକ୍ଷମ ହେଉନାହାନ୍ତି। ଆଉ ଦଳରେ ଦୀର୍ଘଦିନ ଧରି ପଡ଼ି ରହିଥିବା ନେତାମାନଙ୍କ ପରିବର୍ତ୍ତେ ଏଭଳି ନବାଗତମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ପଦବୀରେ ପୁରସ୍କୃତ କରାଯାଉଥିବା ଚର୍ଚ୍ଚା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe