Advertisment

ଆଇଏଏସ ବାବୁଙ୍କ ଟ୍ରାଭେଲ୍ ବିଜିନେସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଜଣେ ଆଇଏଏସ ଅଫିସରଙ୍କ ଆଶ୍ଚର୍ଯ୍ୟଜନକ ସମ୍ପତ୍ତି ବୃଦ୍ଧିକୁ ନେଇ ପାୱାର କରିଡରରେ ଚର୍ଚ୍ଚା। ରାଜ୍ୟ ପ୍ରଶାସନିକ କରିଡରରେ ଏଣ୍ଟ୍ରି ମାରିଥିବା ଏହି ଅଣଓଡ଼ିଆ ଆଇଏଏସ ଏବେ କୁଆଡ଼େ ଓଡ଼ିଶାରେ ଟ୍ରାଭେଲ୍ ବିଜିନେସ୍ ଆରମ୍ଭ କରିଛନ୍ତି। ଶୁଣିବାକୁ ମିଳୁଛି, ମାତ୍ର ୮-୯ବର୍ଷର ଚାକିରୀ କାଳ ଭିତରେ ଏହି ବାବୁ କୁଆଡ଼େ କୋଟି କୋଟି ଟଙ୍କାର ମାଲିକ ପାଲଟିଛନ୍ତି। ବାବୁ କୁଆଡ଼େ ଅନେକ ଦାମୀ କାର କିଣି ସେସବୁ ଭଡ଼ାରେ ଲଗାଉଛନ୍ତି। ତା’ପୁଣି ସରକାରୀ ଓ […]

author-image
Sampad Mahapatra
ଆଇଏଏସ ବାବୁଙ୍କ ଟ୍ରାଭେଲ୍ ବିଜିନେସ୍

CARTOON final

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଜଣେ ଆଇଏଏସ ଅଫିସରଙ୍କ ଆଶ୍ଚର୍ଯ୍ୟଜନକ ସମ୍ପତ୍ତି ବୃଦ୍ଧିକୁ ନେଇ ପାୱାର କରିଡରରେ ଚର୍ଚ୍ଚା। ରାଜ୍ୟ ପ୍ରଶାସନିକ କରିଡରରେ ଏଣ୍ଟ୍ରି ମାରିଥିବା ଏହି ଅଣଓଡ଼ିଆ ଆଇଏଏସ ଏବେ କୁଆଡ଼େ ଓଡ଼ିଶାରେ ଟ୍ରାଭେଲ୍ ବିଜିନେସ୍ ଆରମ୍ଭ କରିଛନ୍ତି। ଶୁଣିବାକୁ ମିଳୁଛି, ମାତ୍ର ୮-୯ବର୍ଷର ଚାକିରୀ କାଳ ଭିତରେ ଏହି ବାବୁ କୁଆଡ଼େ କୋଟି କୋଟି ଟଙ୍କାର ମାଲିକ ପାଲଟିଛନ୍ତି। ବାବୁ କୁଆଡ଼େ ଅନେକ ଦାମୀ କାର କିଣି ସେସବୁ ଭଡ଼ାରେ ଲଗାଉଛନ୍ତି। ତା’ପୁଣି ସରକାରୀ ଓ ବେସରକାରୀ ଅଫିସରେ। ସରକାରଙ୍କ ବିଭିନ୍ନ ବିଭାଗରେ ଆବଶ୍ୟକ ପଡ଼ୁଥିବା ଗାଡ଼ି କୁଆଡ଼େ ଏହି ବାବୁଙ୍କ ଟ୍ରାଭେଲ୍ ଏଜେନ୍ସିରୁ ଯାଉଛି। ତା’ଛଡ଼ା ବାବୁ ଏବେ ଗତ କିଛିମାସ ତଳେ କୁଆଡ଼େ ପ୍ରାୟ ଅଢ଼େଇ କୋଟି ଟଙ୍କାର ଏକ କୋଠା କିଣିଛନ୍ତି। କ୍ଷମତାକେନ୍ଦ୍ରଙ୍କ ଖାସ୍ ହୋଇଥିବାରୁ ବାବୁ କୁଆଡ଼େ ଏକ ଦୁହାଁଳିଆ ପଦବୀରେ ଅବସ୍ଥାପିତ ହୋଇଛନ୍ତି। ଯେଉଁଠି କୋଟି କୋଟି ଟଙ୍କା କେବଳ ରାଜନୀତିକ କାର୍ଯ୍ୟ ପାଇଁ କୁଆଡ଼େ ଖର୍ଚ୍ଚ ହେଉଛି। ଆଉ ତା’ର ଫାଇଦା ଉଠାଇ ଏହି ବାବୁଜଣକ ନିଜର ବ୍ୟାଙ୍କ ବାଲାନ୍ସ ବଢ଼ାଇ ଚାଲିଛନ୍ତ।

Advertisment

କେବଳ ଏହି ବାବୁ ନୁହନ୍ତି, କ୍ଷମତାକେନ୍ଦ୍ରଙ୍କ ପାଖ ଲୋକ ବୋଲାଉଥିବା ଆଉ ଦୁଇଜଣ ଆଇଏଏସ ମଧ୍ୟ କୁଆଡ଼େ ଅନୁରୂପ ଭାବେ ଓଡ଼ିଶାରେ ନିଜର ବିପୁଳ ପରିମାଣର ସମ୍ପତ୍ତି ବଢ଼ାଇବାରେ ଲାଗିଛନ୍ତି। କଳିଙ୍ଗ ନଗରରେ ଥିବା ଶିଳ୍ପାଞ୍ଚଳରେ କୁଆଡ଼େ ଏବେ ଜଣେ ଆଇଏଏସ କୁଆଡ଼େ ମୋଟା ଅଙ୍କର ଅର୍ଥ ବିନିଯୋଗ କରିଛନ୍ତି।

କିଛି ନିର୍ଦ୍ଦିଷ୍ଟ ଅଣଓଡ଼ିଆ ଆଇଏଏସ କୁଆଡ଼େ ରାଜ୍ୟ ରାଜକୋଷକୁ ଲୁଟି ବେନାମୀ କମ୍ପାନୀ ଖୋଲି ବିଭିନ୍ନ କ୍ଷେତ୍ରରେ କୋଟି କୋଟି ଟଙ୍କାର ନିବେଶ କରୁଛନ୍ତି। ରାଜନେତାମାନଙ୍କ ଅପାରଗତା ଓ ବିରୋଧୀ ଦଳର ନିରବତାର ଫାଇଦା ନେଇ ଏହି ଅଫିସରମାନେ ଓଡ଼ିଶାକୁ ଆଖିବୁଜା ଲୁଟିବାରେ ଲାଗିଛନ୍ତି। ସରକାରୀ ଅଫିସରମାନଙ୍କ ଏଭଳି ଆଖିଦୃଶିଆ ସମ୍ପତ୍ତି ବୃଦ୍ଧି ପାଉଥିଲେ ବି ତାହା ଉପରେ ରାଜ୍ୟ ଭିଜିଲାନ୍ସ ଜାଣିଶୁଣି ଆଖିବୁଜି ଦେଇଛି ବୋଲି ଚର୍ଚ୍ଚା।

Advertisment