Advertisment

ଇଏ କି ଦଳ? ଏଠି ମୁଖିଆ ନୁହେଁ, କା’ ହିଁ ପାୱାରଫୁଲ୍!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନିଜକୁ ସବୁଠୁ ଲୋକପ୍ରିୟ ବୋଲି ଦାବି କରୁଥିବା ରାଜନୀତିକ ଦଳରେ ମୁଖିଆ ନୁହେଁ ବରଂ ତାଙ୍କ କା’ ହିଁ ପାୱାରଫୁଲ୍ ବୋଲି ଚର୍ଚ୍ଚା। ଶୁଣିବାକୁ ମିଳୁଛି, ଏହି ଦଳର ସମସ୍ତ ଛାମୁଆ ସଂଗଠନରେ କା’ର ପ୍ରଭାବ ବେଶୀ ଅଧିକ। ଦଳର ମୁଖ୍ୟ ସଂଗଠନ, ଛାତ୍ର, ଯୁବ ଓ ମହିଳା ସଂଗଠନରେ କୁଆଡ଼େ ମୁଖିଆଙ୍କ ପରିବର୍ତ୍ତେ ସେମାନଙ୍କ କା’ ହିଁ ସର୍ବେସର୍ବା ପାଲଟିଛନ୍ତି। ଚର୍ଚ୍ଚା ହେଉଛି, ଦଳର ମୁଖ୍ୟ ସଂଗଠନର ପ୍ରକୃତ ନିୟନ୍ତ୍ରଣ ସୁପ୍ରିମୋଙ୍କ […]

ଅଦ୍ୟତନ ହୋଇଛି
ଇଏ କି ଦଳ? ଏଠି ମୁଖିଆ ନୁହେଁ, କା’ ହିଁ ପାୱାରଫୁଲ୍!

cart final

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନିଜକୁ ସବୁଠୁ ଲୋକପ୍ରିୟ ବୋଲି ଦାବି କରୁଥିବା ରାଜନୀତିକ ଦଳରେ ମୁଖିଆ ନୁହେଁ ବରଂ ତାଙ୍କ କା’ ହିଁ ପାୱାରଫୁଲ୍ ବୋଲି ଚର୍ଚ୍ଚା। ଶୁଣିବାକୁ ମିଳୁଛି, ଏହି ଦଳର ସମସ୍ତ ଛାମୁଆ ସଂଗଠନରେ କା’ର ପ୍ରଭାବ ବେଶୀ ଅଧିକ। ଦଳର ମୁଖ୍ୟ ସଂଗଠନ, ଛାତ୍ର, ଯୁବ ଓ ମହିଳା ସଂଗଠନରେ କୁଆଡ଼େ ମୁଖିଆଙ୍କ ପରିବର୍ତ୍ତେ ସେମାନଙ୍କ କା’ ହିଁ ସର୍ବେସର୍ବା ପାଲଟିଛନ୍ତି।

Advertisment

ଚର୍ଚ୍ଚା ହେଉଛି, ଦଳର ମୁଖ୍ୟ ସଂଗଠନର ପ୍ରକୃତ ନିୟନ୍ତ୍ରଣ ସୁପ୍ରିମୋଙ୍କ କା’ ହାତରେ ରହିଛି । ସୁପ୍ରିମୋ କେବଳ ପୋଷ୍ଟରବଏ ସାଜିଛନ୍ତି। ଦଳର ତଳଠୁ ଉପର ପର୍ଯ୍ୟନ୍ତ ସମସ୍ତ ନେତା ଓ କର୍ମୀମାନଙ୍କର ଏହା ଦେହସୁହା ବି ହୋଇଗଲାଣି। ଦଳର ସୁପ୍ରିମୋଙ୍କ ଦେଖାଦେଖି ଅନ୍ୟ ଛାମୁଆ ସଂଗଠନଗୁଡ଼ିକରେ ବି କା’ଙ୍କ ପ୍ରଭାବ ବଢ଼ିବାରେ ଲାଗିଛି। ଶୁଣିବାକୁ ମିଳୁଛି, ମହିଳା ସଂଗଠନର ମୁଖିଆଙ୍କ କା’ କୁଆଡ଼େ ତାଙ୍କ ‘ମଉସା’। ଯିଏକି ଏବେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ବ୍ୟକ୍ତିଗତ କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି। ମଉସାଙ୍କ ବିନା ପରାମର୍ଶରେ କୁଆଡ଼େ ସିଏ ହଲିଲା ପାଣିରେ ବି ଗୋଡ଼ ବୁଡ଼ାନ୍ତି ନାହିଁ।

ଠିକ୍ ସେମିତି ଛାତ୍ର ସଂଗଠନର ମୁଖିଆଙ୍କ କା’ କୁଆଡ଼େ ଜଣେ ନେତ୍ରୀ ପାଲଟିଛନ୍ତି। ଯିଏକି ଖୁବ୍ କମଦିନ ମଧ୍ୟରେ ଠିକଣା ଜାଗାରେ ନିଜର ପତିଆରା ବିସ୍ତାର କରିବାରେ ସକ୍ଷମ ହୋଇଛନ୍ତି। ଛାତ୍ର ସଂଗଠନ ଯେଉଁ ସବୁ କାର୍ଯ୍ୟକ୍ରମ ହାତକୁ ନେଉଛି ତା’ର ବଜେଟ୍ କୁଆଡ଼େ ଏହି ନେତ୍ରୀ ଚୂଡ଼ାନ୍ତ କରୁଛନ୍ତି ଓ ତାକୁ ଉପରମହଲରୁ ଅନୁମୋଦନ ମଧ୍ୟ ସେ ହିଁ କରାଇ ଆଣୁଛନ୍ତି। ନୂଆପଡ଼ା, କଳାହାଣ୍ଡିଠୁ ଆରମ୍ଭ କରି ରାଜ୍ୟ ବାହାରକୁ ଦଳୀୟ କାର୍ଯ୍ୟରେ କୁଆଡ଼େ ତାଙ୍କୁ ହିଁ ପଠାଯାଉଛି ବୋଲି ଚର୍ଚ୍ଚା ହେଉଛି। ଦଳର ମେନ୍ ଜାଗାରେ ଟେଣ୍ଟ୍ ପକାଇ ଅଫିସ୍ କରିଥିବା ଏହି ନେତ୍ରୀ କୁଆଡ଼େ ଦଳର କୋର୍ ଗ୍ରୁପର ନେତାଙ୍କ ସଙ୍ଗେ ସମ୍ପର୍କ ବଢ଼ାଇ ଛାତ୍ର ଓ ଯୁବ ସଂଗଠନରେ ନିଜର ପ୍ରଭାବ ଦେଖାଇବାରେ ଲାଗିଛନ୍ତି।

Advertisment

ସେହିପରି ଦଳର ଯୁବ ସଂଗଠନର ମୁଖିଆ କୁଆଡ଼େ ନିଜର ଅପାରଗତାରୁ ହିଁ ଅନ୍ୟ ଉପରେ ନିର୍ଭରଶୀଳ ହୋଇ ରହିଛନ୍ତି। ସେ କୁଆଡ଼େ ପ୍ରତ୍ୟେକ କାର୍ଯ୍ୟରେ ନିଜର ଗୁରୁଙ୍କ ସହାୟତା ଲୋଡ଼ୁଛନ୍ତି। ଆଉ ତାଙ୍କ ଗୁରୁଙ୍କ ବିନା ଇସାରାରେ ସିଏ ସାଂଗଠନିକ କାର୍ଯ୍ୟ ତ ଦୂରର କଥା ମୁହଁ ବି ଖୋଲୁନାହାନ୍ତି। ଯେଉଁ ଢଙ୍ଗରେ ଏ ଦଳ ଚାଲିଛି ସେଭଳି କୁଆଡ଼େ ସମଗ୍ର ଦେଶରେ ଥିବା ଅନ୍ୟ କେଉଁ ରାଜନୀତିକ ଦଳରେ ଦେଖିବାକୁ ମିଳେନି। ଏତେ ବଡ଼ ଦଳରେ ଏଭଳି କା’ ଶାସନ ନିର୍ବାଚନୀ ବର୍ଷରେ କୁଆଡ଼େ ଦଳର ସବୁସ୍ତରର କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଯାହା ନିର୍ବାଚନ ସମୟରେ ଅଧିକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବ ବୋଲି ଚର୍ଚ୍ଚା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe