Advertisment

ବିଜେପି ଯୋଗସୂତ୍ରରେ ଉପକୂଳିଆ ବିଜେଡି ନେତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ନିର୍ବାଚନରେ ସିଟ୍ ସଂଖ୍ୟା ହ୍ରାସକୁ ନେଇ ଚିନ୍ତିତ ଥିବା ବିଜେଡି ଏବେ ନିଜର ‘ପ୍ଲାନ-ବି’କୁ କାର୍ଯ୍ୟକାରୀ କରିବାକୁ ପୁରା ଦମରେ ଲାଗି ପଡ଼ିଥିବାବେଳେ ବିଜେଡିର ବହୁ ଉପକୂଳିଆ ନେତା ଏବେ ବିଜେପି ଶିବିର ସହ ଯୋଗସୂତ୍ରରେ ରହିଥିବା ଚର୍ଚ୍ଚା। ଶୁଣିବାକୁ ମିଳୁଛି, ବିଜେପି ରାଜ୍ୟରେ ୫୦ରୁ ଅଧିକ ବିଧାନସଭା ଜିଣିବାର ସମ୍ଭାବନା ଥିବାରୁ କୁଆଡ଼େ ଉପକୂଳ ଓଡ଼ିଶାର ପ୍ରାୟ ଡଜନେରୁ ଅଧିକ ବିଜେଡି ନେତା ଏବେ ବିଜେପିର କିଛି ବରିଷ୍ଠ ନେତା(ପୂର୍ବରୁ ବିଜେଡିରେ […]

ବିଜେପି ଯୋଗସୂତ୍ରରେ ଉପକୂଳିଆ ବିଜେଡି ନେତା

CARTOON FINAL

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ନିର୍ବାଚନରେ ସିଟ୍ ସଂଖ୍ୟା ହ୍ରାସକୁ ନେଇ ଚିନ୍ତିତ ଥିବା ବିଜେଡି ଏବେ ନିଜର ‘ପ୍ଲାନ-ବି’କୁ କାର୍ଯ୍ୟକାରୀ କରିବାକୁ ପୁରା ଦମରେ ଲାଗି ପଡ଼ିଥିବାବେଳେ ବିଜେଡିର ବହୁ ଉପକୂଳିଆ ନେତା ଏବେ ବିଜେପି ଶିବିର ସହ ଯୋଗସୂତ୍ରରେ ରହିଥିବା ଚର୍ଚ୍ଚା। ଶୁଣିବାକୁ ମିଳୁଛି, ବିଜେପି ରାଜ୍ୟରେ ୫୦ରୁ ଅଧିକ ବିଧାନସଭା ଜିଣିବାର ସମ୍ଭାବନା ଥିବାରୁ କୁଆଡ଼େ ଉପକୂଳ ଓଡ଼ିଶାର ପ୍ରାୟ ଡଜନେରୁ ଅଧିକ ବିଜେଡି ନେତା ଏବେ ବିଜେପିର କିଛି ବରିଷ୍ଠ ନେତା(ପୂର୍ବରୁ ବିଜେଡିରେ ଥିଲେ)ଙ୍କ ସହ ଯୋଗସୂତ୍ରରେ ରହିଛନ୍ତି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସ୍ଥିତିକୁ ଦେଖି ବିଜେଡିର ଏହି ଉପକୂଳିଆ ନେତାମାନେ କୁଆଡ଼େ ବିଜେପି ଶିବିରକୁ ଲମ୍ଫ ମାରିବେ। ବିଜେପି ମଧ୍ୟ ଏଥିପାଇଁ ସେମାନଙ୍କୁ କୁଆଡ଼େ ଆକର୍ଷଣୀୟ ଅଫର୍ ଦେଉଛି।

Advertisment

ଚର୍ଚ୍ଚା ହେଉଛି, ଉପକୂଳ ଓଡ଼ିଶାର ଏକ ପ୍ରମୁଖ ଜିଲ୍ଲାରେ ସକ୍ରିୟ ଥିବା ବିଜେପିର ଦୁଇଜଣ ବରିଷ୍ଠ ନେତା କୁଆଡ଼େ ନିଜର ପୁରୁଣା ଦଳ ବିଜେଡିର ଏହି ନେତାମାନଙ୍କ ସହ ଯୋଗାଯୋଗରେ ରହିଛନ୍ତି। ଏହି ଦୁଇ ବିଜେପି ନେତାଙ୍କ ମଧ୍ୟରୁ ଜଣେ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ହୋଇଥିବାବେଳେ ଅନ୍ୟଜଣେ ପୂର୍ବରୁ ଜାତୀୟସ୍ତରରେ ବିଜେଡିର ଚେହେରା ଭାବେ କାମ କରିସାରିଛନ୍ତି। ତାଙ୍କର ଦିଲ୍ଲୀ ଲବି ମଧ୍ୟ ଭଲ। ତେଣୁ ବିଜେଡିରେ ଥିବା ନିଜନିଜର ପୁରୁଣା ସମ୍ପର୍କକୁ ଏହି ଦୁଇ ନେତା କୁଆଡ଼େ ଏବେ ଆକ୍ଟିଭ୍ କରାଇ ବିଜେପିକୁ ରାଜ୍ୟରେ କ୍ଷମତାସୀନ କରାଇବା ସହ ବିଜେଡି ମୁଖିଆଙ୍କୁ ଉଚିତ୍ ଜବାବ ଦେବାର ମାର୍ଗ ପ୍ରଶସ୍ତ କରୁଛନ୍ତି।

ଶୁଣିବାକୁ ମିଳୁଛି, ବିଜେଡିର କିଛି ନେତା ଏବେ ବିଜେପି ସହ ଯୋଗସୂତ୍ରରେ ରହିଥିବା କଥା ଗୁଇନ୍ଦା ବିଭାଗ ​ସରକାରଙ୍କୁ ​ସତର୍କ କରାଇ ସାରିଲାଣି। ଏହି ଦୁଇ ନେତାଙ୍କ ରଣନୀତି ସଫଳ ହେଲେ ବିଜେଡି ତଳିତଳାନ୍ତ ହେବାର ଆଶଙ୍କା ରହିଥିବାରୁ ସେମାନଙ୍କୁ କିଭଳି ଚେକ୍ ଦେଇ ହେବ ସେ​ଥିପାଇଁ ବିଜେଡି ଏବେ କୁଆଡ଼େ ​ନୂଆ ଷ୍ଟ୍ରାଟେଜୀ ତିଆରି କରୁଛି। ସେଥିପାଇଁ ଏହି ଦୁଇ ନେତା ସକ୍ରିୟ ଥିବା ଜିଲ୍ଲାର ଜଣେ ପ୍ରଭାବଶାଳୀ ତଥା ସେମାନଙ୍କ କଟ୍ଟରବିରୋଧୀ ଯୁବନେତାଙ୍କୁ କୁଆଡ଼େ ବିଜେଡି ଅଧିକ କ୍ଷମତାଶାଳୀ କରିବାକୁ ଯୋଜନା କରିଛି।

Advertisment

ଚର୍ଚ୍ଚା ହେଉଛି, ବିଜେପିର ବିଧାନସଭା ଫଳାଫଳକୁ ନେଇ ଆଶଙ୍କିତ ବିଜେଡି ଯଦି ବିଧାନସଭାରେ ଦୁଇ ତୃତୀୟାଂଶ ସିଟ୍ ନପା​ଏ ତା’ହେଲେ ନିଜର ‘ପ୍ଲାନ-ବି’କୁ କାର୍ଯ୍ୟକ୍ଷମ କରିବ। କିଣାବିକା ହେବାକୁ ଥିବା ଦଳର ଜଣେ ବରିଷ୍ଠ ନେତାଙ୍କ ସହ ମିଶି ଏହି ଡିଲକୁ ଆଗେଇ ନେଉଛିି। ବିଜେଡି ଗୋଟିଏପଟେ ‘ପ୍ଲାନ-ବି’କୁ କାର୍ଯ୍ୟକାରୀ କରି ନିଜର କଳେବର ବଢ଼ାଇବାକୁ କାମ କରୁଥିବାବେଳେ ଅନ୍ୟପଟେ ନିଜ ଦଳର ନେତାମାନଙ୍କୁ ବିଜେପିଠୁ ଦୂରେଇ ରଖିବା ପାଇଁ ଉପକୂଳରେ ନିଜର କିଛି ବିଶ୍ୱସ୍ତ ​ନେତାଙ୍କୁ ଆଗକୁ ଆଣିବାରେ ଲାଗିଛି ବୋଲି ଚର୍ଚ୍ଚା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe