Advertisment

ଖେଳ ଖେଳିଲେ ବିଧାୟକ-ମନ୍ତ୍ରୀ,ଫସିଗଲେ କ୍ଷମତାକେନ୍ଦ୍ର !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓକିଲଙ୍କ ଆନ୍ଦୋଳନକୁ ଦୁର୍ବଳ କରିବା ପାଇଁ କଟକ ଜିଲ୍ଲାର ୨ଜଣ ପ୍ରଭାବଶାଳୀ ବିଜେଡି ନେତା ଯେଉଁ ଫର୍ମୂଲା ଦେଇଥିଲେ ତାକୁ କାର୍ଯ୍ୟକାରୀ ନିମନ୍ତେ ଗ୍ରୀନ୍ ସିଗନାଲ ଦେଇ କ୍ଷମତାକେନ୍ଦ୍ର କୁଆଡ଼େ ଅଡ଼ୁଆ ଭିତରକୁ ଫସିଯାଇଛନ୍ତି ବୋଲି ଚର୍ଚ୍ଚା। ଶୁଣିବାକୁ ମିଳୁଛି, କ୍ଷମତାକେନ୍ଦ୍ରଙ୍କ ଘନିଷ୍ଠ ଥିବା କଟକ ଜିଲ୍ଲାର ଜଣେ ମନ୍ତ୍ରୀ ଓ ଜଣେ ବିଧାୟକ କୁଆଡ଼େ ପ୍ରଥମରୁ ହିଁ ଓକିଲ ଓ ପୁଲିସଙ୍କ ମଧ୍ୟରେ ଚାଲିଥିବା ଆନ୍ଦୋଳନର ସମାଧାନ ବାଟରେ ପ୍ରତିବନ୍ଧକ ସାଜିଥିଲେ । […]

author-image
Sampad Mahapatra
ଖେଳ ଖେଳିଲେ ବିଧାୟକ-ମନ୍ତ୍ରୀ,ଫସିଗଲେ କ୍ଷମତାକେନ୍ଦ୍ର !

CARTOON_44_ (1)

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓକିଲଙ୍କ ଆନ୍ଦୋଳନକୁ ଦୁର୍ବଳ କରିବା ପାଇଁ କଟକ ଜିଲ୍ଲାର ୨ଜଣ ପ୍ରଭାବଶାଳୀ ବିଜେଡି ନେତା ଯେଉଁ ଫର୍ମୂଲା ଦେଇଥିଲେ ତାକୁ କାର୍ଯ୍ୟକାରୀ ନିମନ୍ତେ ଗ୍ରୀନ୍ ସିଗନାଲ ଦେଇ କ୍ଷମତାକେନ୍ଦ୍ର କୁଆଡ଼େ ଅଡ଼ୁଆ ଭିତରକୁ ଫସିଯାଇଛନ୍ତି ବୋଲି ଚର୍ଚ୍ଚା।

Advertisment

ଶୁଣିବାକୁ ମିଳୁଛି, କ୍ଷମତାକେନ୍ଦ୍ରଙ୍କ ଘନିଷ୍ଠ ଥିବା କଟକ ଜିଲ୍ଲାର ଜଣେ ମନ୍ତ୍ରୀ ଓ ଜଣେ ବିଧାୟକ କୁଆଡ଼େ ପ୍ରଥମରୁ ହିଁ ଓକିଲ ଓ ପୁଲିସଙ୍କ ମଧ୍ୟରେ ଚାଲିଥିବା ଆନ୍ଦୋଳନର ସମାଧାନ ବାଟରେ ପ୍ରତିବନ୍ଧକ ସାଜିଥିଲେ । ଝିମିଟି ଖେଳରୁ ମହାଭାରତ ଭଳି ପ୍ରଥମରୁ ସରକାର ଚାହିଁଥିଲେ ଏହି ବିବାଦକୁ ସମାଧାନ କରିପାରିଥାନ୍ତେ। ମାତ୍ର ବିଜୁ ଆଇନଜୀବୀ ସାମ୍ମୁଖ୍ୟ ସହ ଜଡ଼ିତ ଥିବା ଏହି ମନ୍ତ୍ରୀ ଓ ବିଧାୟକ କୁଆଡ଼େ ଏଥିରେ ପ୍ରତିବନ୍ଧକ ସାଜି ଆନ୍ଦୋଳନକୁ ଜାରି ରଖିବା ସପକ୍ଷରେ ମତ ଦେଇଥିଲେ।

କିନ୍ତୁ ଆନ୍ଦୋଳନ ଥମିବା ପରିବର୍ତ୍ତେ  ଅଧିକ ତୀବ୍ର ହୋଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିବା ଭଳି ଓକିଲମାନେ ନିଷ୍ପତ୍ତି ନେବାରୁ ତୃତୀୟ ମହଲା ସକ୍ରିୟ ହୋଇପଡ଼ିଥିଲା। ପୂର୍ବରୁ ଏହି ଦୁଇ ନେତାଙ୍କ ପ୍ରଚେଷ୍ଟାରେ ଓକିଲମାନେ ନବୀନ ନିବାସ ଘେରାଉ ନିଷ୍ପତ୍ତିରୁ ଓହରି ଥିବାରୁ ସେମାନଙ୍କୁ କୁଆଡ଼େ ପୁଣିଥରେ ସମ୍ପୃକ୍ତ ଓକିଲମାନଙ୍କୁ ବୁଝାସୁଝା କରାଇବାକୁ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ ନିଷ୍ପତ୍ତିରୁ ଓହରିବାକୁ ଗୋଟିଏ ଗୋଷ୍ଠୀ ଓକିଲ ରାଜି ନହେବାରୁ ଏହି ଦୁଇ ନେତା କୁଆଡ଼େ ସେଥିରେ ରାଜନୀତି ପୂରାଇଥିଲେ। ଆଉ ବିଜୁ ଆଇନଜୀବୀ ସାମ୍ମୁଖ୍ୟ ମାଧ୍ୟମରେ ଓକିଲଙ୍କ ମଧ୍ୟରେ ବିଭାଜନ କରାଇ ଆନ୍ଦୋଳନକୁ ଦୁର୍ବଳ କରିବା ନିମନ୍ତେ ରଣନୀତି ପ୍ରସ୍ତୁତ କରିଥିଲେ। ଯାହାକୁ କୁଆଡ଼େ ତୃତୀୟ ମହଲାରୁ ଗ୍ରୀନ୍ ସିଗନାଲ ମିଳିଥିଲା। ମାତ୍ର ଆନ୍ଦୋଳନ ଦୁର୍ବଳ ହେବା ପରିବର୍ତ୍ତେ ବ୍ୟାପକ ହେବାର ଆଶଙ୍କା ପରେ ରବିବାର ସମ୍ପୃକ୍ତ ବିଧାୟକଙ୍କ ଘରେ କବାଟକିଳା ବୈଠକ ଆଜି ମୁହାଁମୁହିଁ ହେବା ପାଇଁ କୁଆଡ଼େ ରଣନୀତି ପ୍ରସ୍ତୁତ ହୋଇଥିଲା।

Advertisment

ଚର୍ଚ୍ଚା ହେଉଛି, ଓକିଲଙ୍କ ଆନ୍ଦୋଳନ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ହ୍ୟାଣ୍ଡଲ୍ କରିବା ପାଇଁ ଯେଭଳି ପରିପକ୍ୱତା ଦେଖାଇବା କଥା ତାହା କୁଆଡ଼େ ବିଜେଡି ଦେଖାଇ ନାହିଁ। ଏପରିକି ଓକିଲ ଆନ୍ଦୋଳନ ପ୍ରସଙ୍ଗରେ ଦଳ କୁଆଡ଼େ ଅନ୍ୟ କୌଣସି ନେତାଙ୍କୁ ସାମିଲ ନକରି ଏହି ମନ୍ତ୍ରୀ ଓ ବିଧାୟକଙ୍କ ଭରସାରେ ରହିଥିଲା। ଏମାନେ ଆନ୍ଦୋଳନର ସମାଧାନ କରିବେ ଓ ଭୋଟବ୍ୟାଙ୍କ ସୁରକ୍ଷିତ ରହିବ ବୋଲି ଗୋଲାପୀ ଚିତ୍ର ଦେଖାଇଥିଲେ।

ଏମାନଙ୍କ କଥା ଓ ଦକ୍ଷତା ଉପରେ କୁଆଡ଼େ କ୍ଷମତାକେନ୍ଦ୍ର ସମ୍ପୂର୍ଣ୍ଣ ଭରସା କରି ଚୁପ୍ ବସିଗଲେ। ମାତ୍ର ଆଜି ଓଡ଼ିଶା ହାଇକୋର୍ଟ ପରିସରରେ କଳଙ୍କିତ ଅଧ୍ୟାୟ ସୃଷ୍ଟି ହେବାପରେ କୁଆଡ଼େ ସବୁମହଲରୁ ଭର୍ତ୍ସନାକୁ ଦେଖି କିଭଳି ସମାଧାନର ପନ୍ଥା ବାହାରିବ ସେଥିପାଇଁ କୁଆଡ଼େ ଆଉ ଏକ ଟିମକୁ ଏହି କାର୍ଯ୍ୟରେ ଲଗାଇବାକୁ ନିଷ୍ପତ୍ତି ହୋଇଥିବା ଚର୍ଚ୍ଚା।