Advertisment

ଟିକେଟ୍ ପ୍ରତିଶ୍ରୁତି ଦେଉଛନ୍ତି ଆଇପିଏସ୍ ବାବୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିରେ ଏବେ କୁଆଡ଼େ ନିର୍ବାଚନ ପାଇଁ ନେତା ଖୋଜା ଚାଲିଛନ୍ତି ବୋଲି ଚର୍ଚ୍ଚା ଚାଲିଛି। ଶୁଣିବାକୁ ମିଳୁଛି, ଆଭ୍ୟନ୍ତରୀଣ ସର୍ଭେ ରିପୋର୍ଟ ଆଧାରରେ ଯେଉଁ ସବୁ ନିର୍ବାଚନମଣ୍ଡଳୀରେ ଦଳୀୟ ବିଧାୟକଙ୍କ ସ୍ଥିତି ଭଲ ନାହିଁ, ସେଠାରେ କୁଆଡ଼େ ସମାନ୍ତରାଳ ଭାବେ ନେତା ସୃଷ୍ଟି କରାଯାଉଛି। ସ୍ଥାନୀୟ ବିଧାୟକମାନଙ୍କ ଅଜାଣତରେ କୁଆଡ଼େ ସ୍ଥାନୀୟ ଗୁଇନ୍ଦା ଇନପୁଟ୍ ଆଧାରରେ, ସେସବୁ ଅଞ୍ଚଳରେ ଦ୍ୱିତୀୟ ଧାଡ଼ିରେ ଥିବା ଦଳର ନେତାଙ୍କୁ ତୃତୀୟ ମହଲାରୁ ଡକରା ପଠାଯାଉଛି। ଆଉ […]

ଟିକେଟ୍ ପ୍ରତିଶ୍ରୁତି ଦେଉଛନ୍ତି ଆଇପିଏସ୍ ବାବୁ

13a

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିରେ ଏବେ କୁଆଡ଼େ ନିର୍ବାଚନ ପାଇଁ ନେତା ଖୋଜା ଚାଲିଛନ୍ତି ବୋଲି ଚର୍ଚ୍ଚା ଚାଲିଛି। ଶୁଣିବାକୁ ମିଳୁଛି, ଆଭ୍ୟନ୍ତରୀଣ ସର୍ଭେ ରିପୋର୍ଟ ଆଧାରରେ ଯେଉଁ ସବୁ ନିର୍ବାଚନମଣ୍ଡଳୀରେ ଦଳୀୟ ବିଧାୟକଙ୍କ ସ୍ଥିତି ଭଲ ନାହିଁ, ସେଠାରେ କୁଆଡ଼େ ସମାନ୍ତରାଳ ଭାବେ ନେତା ସୃଷ୍ଟି କରାଯାଉଛି।

Advertisment

ସ୍ଥାନୀୟ ବିଧାୟକମାନଙ୍କ ଅଜାଣତରେ କୁଆଡ଼େ ସ୍ଥାନୀୟ ଗୁଇନ୍ଦା ଇନପୁଟ୍ ଆଧାରରେ, ସେସବୁ ଅଞ୍ଚଳରେ ଦ୍ୱିତୀୟ ଧାଡ଼ିରେ ଥିବା ଦଳର ନେତାଙ୍କୁ ତୃତୀୟ ମହଲାରୁ ଡକରା ପଠାଯାଉଛି। ଆଉ ଅତ୍ୟନ୍ତ ଗୋପନୀୟ ଭାବେ ସମ୍ପୃକ୍ତ ନେତାଙ୍କୁ ଅଣାଯାଇ ଦ୍ୱିତୀୟ କ୍ଷମତାକେନ୍ଦ୍ର ସହ ଭେଟଘାଟ କରାଯାଉଛି। ଏସବୁ କୁଆଡ଼େ ତୃତୀୟ ମହଲାରେ ଥିବା ଜଣେ ଆଇପିଏସ୍ ଅଫିସର୍ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି।

ଶୁଣିବା କଥା ହେଉଛି, ଦଳ କୁଆଡ଼େ ୪୦ରୁ ୫୦ଟି ବିଧାନସଭା ଆସନରେ ଏଭଳି ଦ୍ୱିତୀୟ ଧାଡ଼ି ନେତାଙ୍କୁ ଡାକି ଆଲୋଚନା କରିବାକୁ ନିଷ୍ପତ୍ତି ନେଇଛି। ଇତିମଧ୍ୟରେ ୨୦ରୁ ୩୦ଟି ସ୍ଥାନରୁ ନେତାଙ୍କୁ ତୃତୀୟ ମହଲାକୁ ଡକାଇ ଗୁରୁମନ୍ତ୍ର ଦିଆସରିଛି। ସେମାନେ କିଭଳି ନିଜ ନିଜ ଅଞ୍ଚଳରେ ଆଗଧାଡ଼ିରେ ରହିବେ ସେଥିପାଇଁ ବି ଜିଲ୍ଲା ପ୍ରଶାସନକୁ ତୃତୀୟ ମହଲାରୁ କଡ଼ା ସନ୍ଦେଶ ପଠାଯାଉଛି।

Advertisment

ଚର୍ଚ୍ଚା ହେଉଛି, ନିକଟରେ ଜଗତସିଂହପୁର ବିଧାନସଭା ଆସନ ପାଇଁ କୁଆଡ଼େ ଜଣେ ଯୁବନେତାଙ୍କୁ ଏହି ଆଇପିଏସ୍ ଅଫିସର ଜଣକ ଫୋନ୍ କରି ଡକାଇଥିଲେ। ଜିଲ୍ଲାର ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କୁ ଏଥର ଜଗତସିଂହପୁର ଆସନ ଟିକେଟ୍ ନଦେଇ ତାଙ୍କର ଅନୁଗତ ଥିବା ଜଣେ ଯୁବନେତାଙ୍କୁ ଟିକେଟ୍ ଦେବାକୁ ତୃତୀୟ ମହଲା ଯୋଜନା କରିଛି। ସମ୍ପୃକ୍ତ ଯୁବନେତାଙ୍କୁ କୁଆଡ଼େ ଏହି ଆଇପିଏସ୍ ଅଫିସର ଜଣକ ତୃତୀୟ ମହଲାକୁ ଡକାଇ ତାଙ୍କୁ ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କୁ ଭେଟାଇବାକୁ ନେଇଥିଲେ। କିନ୍ତୁ ନିଜେ ଆଲୋଚନା କରି ନିଷ୍ପତ୍ତି ନେବାକୁ ସମ୍ପୃକ୍ତ ଆଇପିଏସ୍ ଅଫିସରଙ୍କୁ କୁଆଡ଼େ ଦ୍ୱିତୀୟ କ୍ଷମତାକେନ୍ଦ୍ର ପରାମର୍ଶ ଦେଇଥିଲେ।

କେବଳ ଏହି ସିଟ୍ ନୁହେଁ, ଅବିଭକ୍ତ କଟକ ଜିଲ୍ଲାରେ ଏଭଳି ୬ଟି ଆସନ ପାଇଁ ସମ୍ପୃକ୍ତ ଆଇପିଏସ୍ ଅଫିସର୍ ଏବେ କୁଆଡ଼େ ସମାନ୍ତରାଳ ନେତା ସୃଷ୍ଟି କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛନ୍ତି।

ଚର୍ଚ୍ଚା ହେଉଛି, ଏସବୁ ରାଜନୀତିକ ପ୍ରକ୍ରିୟାରେ ସ୍ଥାନୀୟ ରାଜନେତାମାନଙ୍କୁ ବିଶ୍ୱାସକୁ ନନେଇ, ତୃତୀୟ ମହଲା ଏଭଳି କର୍ପୋରେଟ୍ ଷ୍ଟାଇଲ୍‌ରେ ନେତା ଚୟନ କରୁଥିବାରୁ, ବିଜେଡିରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଯାହାକି ନିର୍ବାଚନ ବେଳେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବ ବୋଲି ଚର୍ଚ୍ଚା ଚାଲିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe