Advertisment

କୁର୍ସିଟିଏ ମାଗି ଫେଲ୍ ମାରିଲେ ବରିଷ୍ଠ ନେତା ଓ ସାଂସଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ସଭାରେ ବରିଷ୍ଠ ନେତାଙ୍କୁ କୁର୍ସିଟିଏ ଦିଅ। ଗତ ଦୁଇଦିନ ଧରି ରାଜ୍ୟର ଜଣେ ସାଂସଦ କୁଆଡ଼େ ନବୀନ ନିବାସ ଓ ତୃତୀୟ ମହଲାକୁ ଘନଘନ ଫୋନ୍ କରି କୁର୍ସିଟିଏ ପାଇଁ କାକୁତିମିନତି ହେଉଛନ୍ତି ବୋଲି ଚର୍ଚ୍ଚା। ଶୁଣିବାକୁ ମିଳୁଛି, ଚଳିତ ସପ୍ତାହରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ମଞ୍ଚରେ ବସିବା ପାଇଁ କୁଆଡ଼େ ବିଜେଡିର ଜଣେ ନେତା କୁଆଡ଼େ ଜୋରସୋରରେ କସରତ କରୁଛନ୍ତି। ଯେଉଁ ସଂସ୍ଥାର କାର୍ଯ୍ୟକ୍ରମ ହେବ […]

କୁର୍ସିଟିଏ ମାଗି ଫେଲ୍ ମାରିଲେ ବରିଷ୍ଠ ନେତା ଓ ସାଂସଦ

gossip

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ସଭାରେ ବରିଷ୍ଠ ନେତାଙ୍କୁ କୁର୍ସିଟିଏ ଦିଅ। ଗତ ଦୁଇଦିନ ଧରି ରାଜ୍ୟର ଜଣେ ସାଂସଦ କୁଆଡ଼େ ନବୀନ ନିବାସ ଓ ତୃତୀୟ ମହଲାକୁ ଘନଘନ ଫୋନ୍ କରି କୁର୍ସିଟିଏ ପାଇଁ କାକୁତିମିନତି ହେଉଛନ୍ତି ବୋଲି ଚର୍ଚ୍ଚା।

Advertisment

ଶୁଣିବାକୁ ମିଳୁଛି, ଚଳିତ ସପ୍ତାହରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ମଞ୍ଚରେ ବସିବା ପାଇଁ କୁଆଡ଼େ ବିଜେଡିର ଜଣେ ନେତା କୁଆଡ଼େ ଜୋରସୋରରେ କସରତ କରୁଛନ୍ତି। ଯେଉଁ ସଂସ୍ଥାର କାର୍ଯ୍ୟକ୍ରମ ହେବ ତା’ର ମୁଖିଆ ଓ ସେଠାକାର ଜିଲ୍ଲାପାଳ ମଧ୍ୟ ସେହି ବରିଷ୍ଠ ନେତାଙ୍କ ପାଇଁ କୁର୍ସିଟିଏ ଯୋଗାଡ଼ କରିବା ସମ୍ଭବପର ନୁହେଁ ବୋଲି କହି ଉପରକୁ ହାତଟେକି ଦେଇଛନ୍ତି।

ନେତାଙ୍କ ପାଇଁ କୁର୍ସିଟିଏ ଯୋଗାଡ଼ କରିବାକୁ ଜଣେ ଦଳୀୟ ସାଂସଦ କୁଆଡ଼େ ଦୁଇଦିନ ଧରି ନବୀନ ନିବାସ ଓ ତୃତୀୟ ମହଲାକୁ ଫୋନ୍ କରୁଥିଲେ ମଧ୍ୟ କ୍ଷମତାକେନ୍ଦ୍ର ଜମା ଧରାଛୁଆଁ ଦେଉନାହାନ୍ତି।

Advertisment

ସାଂସଦ ଜଣକ ଫେଲ୍ ମାରିବା ପରେ ସମ୍ପୃକ୍ତ ବରିଷ୍ଠ ନେତା କୁଆଡ଼େ ନିଜେ ନିଜର କୁର୍ସି ଯୋଗାଡ଼ ପାଇଁ ଆଗଭର ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ମଞ୍ଚରେ ବସିବା ସ୍ଥାନୀୟ ଅଞ୍ଚଳର ବିଜେଡି ରାଜନୀତି ପାଇଁ ଜରୁରୀ ବୋଲି ଏହି ନେତାଜଣକ କୁଆଡ଼େ ତୃତୀୟ ମହଲାର ଅଫିସରମାନଙ୍କୁ ଯେତେ ବୁଝାଇଲେ ବି କେହି ସେକଥା ଶୁଣିବାକୁ ରାଜି ହେଉନାହାନ୍ତି।

ଚର୍ଚ୍ଚା ହେଉଛି, ଏହି ନେତାଜଣକ କୁଆଡ଼େ କେବଳ ଏଇଥିପାଇଁ ତୃତୀୟ ମହଲାର ଜଣେ ଅଫିସରଙ୍କୁ (କ୍ଷମତାକେନ୍ଦ୍ର ନୁହେଁ) ନାଲିଆଖି ଦେଖାଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ତାଙ୍କ ନାଁରେ କମ୍ପ୍ଲେନ କରିବେ ବୋଲି ତାଗିଦ୍ କରିଥିଲେ।

ପ୍ରୋଟୋକଲ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କୁ ମଞ୍ଚରେ ବସାଇବା ସମ୍ଭବପର ନୁହେଁ ବୋଲି କହି କୁଆଡ଼େ ତୃତୀୟ ମହଲା ନିଜ ଦୋଷ ଛଡ଼ାଇଦେଇଛି। ଆଗାମୀ ନିର୍ବାଚନରେ ଏହି ବରିଷ୍ଠ ନେତାଙ୍କୁ ସାଇଡ୍ କରିବାକୁ ଏବେଠୁ ତୃତୀୟ ମହଲା ଏଭଳି ପଦକ୍ଷେପ ନେଇଛି ବୋଲି ଚର୍ଚ୍ଚା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe