Advertisment

ବିଜେଡିର ଫେବିକଲ୍ ଯୋଡ଼ି: କରନ୍-ଅର୍ଜୁନ

ଏହି ଦୁଇ ନେତା କୁଆଡ଼େ ଫେଭିକଲ୍ ଯୋଡ଼ି ଭଳି ଏକାଠି ହୋଇ ତୃତୀୟ ମହଲାରେ ନିୟମିତ ଚକ୍କର କାଟୁଥିବାରୁ ଦଳର ଅନ୍ୟ ନେତାମାନେ ନିଜର ସମସ୍ୟାକୁ ମଧ୍ୟ ଠିକ୍ ଭାବେ ଦ୍ୱିତୀୟ କ୍ଷମତାକେନ୍ଦ୍ର କିମ୍ବା ତାଙ୍କର ସହଯୋଗୀ ଅଫିସରମାନଙ୍କ ପାଖରେ ରଖିପାରୁନାହାନ୍ତି। ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିରେ ଏବେ ପ୍ରଭାବ ବିସ୍ତାର କରି ଚାଲିଥିବା ତଥାକଥିତ କରନ୍-ଅର୍ଜୁନଙ୍କୁ ନେଇ ପାୱାର କରିଡରରେ ଭାରି ଚର୍ଚ୍ଚା। ଶୁଣିବାକୁ ମିଳୁଛି, ଏହି କରନ୍-ଅର୍ଜୁନଙ୍କ ବିନା କୁଆଡ଼େ ତୃତୀୟ ମହଲାରେ ଥିବା […]

author-image
Sampad Mahapatra
ଅଦ୍ୟତନ ହୋଇଛି
ବିଜେଡିର ଫେବିକଲ୍ ଯୋଡ଼ି: କରନ୍-ଅର୍ଜୁନ

4

ଏହି ଦୁଇ ନେତା କୁଆଡ଼େ ଫେଭିକଲ୍ ଯୋଡ଼ି ଭଳି ଏକାଠି ହୋଇ ତୃତୀୟ ମହଲାରେ ନିୟମିତ ଚକ୍କର କାଟୁଥିବାରୁ ଦଳର ଅନ୍ୟ ନେତାମାନେ ନିଜର ସମସ୍ୟାକୁ ମଧ୍ୟ ଠିକ୍ ଭାବେ ଦ୍ୱିତୀୟ କ୍ଷମତାକେନ୍ଦ୍ର କିମ୍ବା ତାଙ୍କର ସହଯୋଗୀ ଅଫିସରମାନଙ୍କ ପାଖରେ ରଖିପାରୁନାହାନ୍ତି।

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିରେ ଏବେ ପ୍ରଭାବ ବିସ୍ତାର କରି ଚାଲିଥିବା ତଥାକଥିତ କରନ୍-ଅର୍ଜୁନଙ୍କୁ ନେଇ ପାୱାର କରିଡରରେ ଭାରି ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ଏହି କରନ୍-ଅର୍ଜୁନଙ୍କ ବିନା କୁଆଡ଼େ ତୃତୀୟ ମହଲାରେ ଥିବା ବାବୁମାନେ (ଦ୍ୱିତୀୟ କ୍ଷମତାକେନ୍ଦ୍ର ନୁହଁନ୍ତି) କୌଣସି କାମ ଆଗକୁ ନେଇପାରୁ ନାହାନ୍ତି। ଏହି କରନ୍-ଅର୍ଜୁନଙ୍କ ବିନା କୁଆଡ଼େ ସେମାନେ ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ପାଖରେ ବି କୌଣସି କଥାକୁ ପହଞ୍ଚାଇ ମଧ୍ୟ ପାରୁନାହାନ୍ତି।

Advertisment

ଚର୍ଚ୍ଚା ହେଉଛି, ଏହି କରନ୍-ଅର୍ଜୁନ ହେଉଛନ୍ତି ତୃତୀୟ ମହଲାର ନିୟମିତ ଗ୍ରାହକ। ଉଭୟ ପ୍ରତ୍ୟେକ ଦିନ ତୃତୀୟ ମହଲା ଯାଇ ୩-୪ ଘଣ୍ଟା ସେଇଠି ବିତାଇଥାନ୍ତି। ତୃତୀୟ ମହଲାର ନିର୍ଦ୍ଦିଷ୍ଟ ୩ ଜଣ ବାବୁଙ୍କ ଚ୍ୟାମ୍ବରରେ ବସି ଦଳର କେଉଁ ନେତା ବା ବିଧାୟକ କ'ଣ କ’ଣ ସମସ୍ୟା ନେଇ ଆସିଥିଲେ, ତାହା ଶୁଣନ୍ତି ଓ ସେଥିରେ ମାମଲତକାରି କରିବାକୁ ବି ପଛାନ୍ତି ନାହିଁ। ବେଳେବେଳେ ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ପାଖରେ ବସି ଓଡ଼ିଶାର ସବ୍‌ଜାନ୍‌ତା ପୁରୁଖା ରାଜନୀତିଜ୍ଞ ଭଳି ପରାମର୍ଶ ଦେବାକୁ ମଧ୍ୟ ଭୁଲନ୍ତି ନାହିଁ।

ଏହି ଦୁଇ ନେତା କୁଆଡ଼େ ଫେଭିକଲ୍ ଯୋଡ଼ି ଭଳି ଏକାଠି ହୋଇ ତୃତୀୟ ମହଲାରେ ନିୟମିତ ଚକ୍କର କାଟୁଥିବାରୁ ଦଳର ଅନ୍ୟ ନେତାମାନେ ନିଜର ସମସ୍ୟାକୁ ମଧ୍ୟ ଠିକ୍ ଭାବେ ଦ୍ୱିତୀୟ କ୍ଷମତାକେନ୍ଦ୍ର କିମ୍ବା ତାଙ୍କର ସହଯୋଗୀ ଅଫିସରମାନଙ୍କ ପାଖରେ ରଖିପାରୁନାହାନ୍ତି।

ଚର୍ଚ୍ଚା ହେଉଛି ଏହି କରନ୍ ଓ ଅର୍ଜୁନ କୁଆଡ଼େ ରାଜ୍ୟର ଦୁଇ ପୂର୍ବତନ ମନ୍ତ୍ରୀ। ଉଭୟ ବିଭିନ୍ନ କାରଣ ପାଇଁ ବିବାଦଘେରରେ ରହିଆସିଛନ୍ତି। ତେବେ ଦଳରେ ନିଜନିଜର ସ୍ଥିତିକୁ ସୁଦୃଢ଼ କରିବା ଓ କ୍ଷମତାକେନ୍ଦ୍ରଙ୍କ ପାଖଲୋକ ଭାବେ ପରିଚିତ ହେବାପାଇଁ କୁଆଡ଼େ ଜଣେ ଅନ୍ୟଜଣକର ପରାମର୍ଶଦାତା ଭଳି କାର୍ଯ୍ୟ କରନ୍ତି। ଜଣେ ଯାହା କହନ୍ତି , ଅନ୍ୟଜଣେ ତାକୁ କାର୍ଯ୍ୟରେ କିଭଳି ବାସ୍ତବ ରୂପ ଦିଆଯାଇ ପାରିବ ତାହା ଚୂଡ଼ାନ୍ତ କରନ୍ତି।

ସହଜେ ତ ଦଳ ଓ ରାଜ୍ୟ ଶାସନ ମୁଖିଆଙ୍କୁ ଭେଟିବାର ସୁଯୋଗ ତ ସେମାନଙ୍କ କପାଳରେ ନଥାଏ। ଏଣେ ଧୀରେଧୀରେ ଦ୍ୱିତୀୟ କ୍ଷମତାକେନ୍ଦ୍ର ବି ଏବେ ଦଳର ବହୁ ନେତାଙ୍କ ପାଇଁ ଅପହଞ୍ଚ ହେବାରେ ଲାଗିଲେଣି। ତାଙ୍କର ସହଯୋଗୀ ଅଫିସରମାନେ ଦଳର ନେତାମାନେ ନେଇ ଯାଉଥିବା ସମସ୍ୟାର ସମାଧାନ ଯାହା କିଛି କରୁଥିଲେ, ତା' ବି କୁଆଡ଼େ ଏହି କରନ୍-ଅର୍ଜୁନଙ୍କ ସବୁକଥାରେ ମୁଣ୍ଡ ପୁରାଇବା ନୀତି ଯୋଗୁ ଆଉ ସମ୍ଭବପର ହେଉନି।

ଚର୍ଚ୍ଚା ହେଉଛି ଏହି କରନ୍ ଓ ଅର୍ଜୁନ କୁଆଡ଼େ ରାଜ୍ୟର ଦୁଇ ପୂର୍ବତନ ମନ୍ତ୍ରୀ। ଉଭୟ ବିଭିନ୍ନ କାରଣ ପାଇଁ ବିବାଦଘେରରେ ରହିଆସିଛନ୍ତି। ତେବେ ଦଳରେ ନିଜନିଜର ସ୍ଥିତିକୁ ସୁଦୃଢ଼ କରିବା ଓ କ୍ଷମତାକେନ୍ଦ୍ରଙ୍କ ପାଖଲୋକ ଭାବେ ପରିଚିତ ହେବାପାଇଁ କୁଆଡ଼େ ଜଣେ ଅନ୍ୟଜଣକର ପରାମର୍ଶଦାତା ଭଳି କାର୍ଯ୍ୟ କରନ୍ତି। ଜଣେ ଯାହା କହନ୍ତି , ଅନ୍ୟଜଣେ ତାକୁ କାର୍ଯ୍ୟରେ କିଭଳି ବାସ୍ତବ ରୂପ ଦିଆଯାଇ ପାରିବ ତାହା ଚୂଡ଼ାନ୍ତ କରନ୍ତି।

‘ୟେ ବନ୍ଧନ ତୋ ପ୍ୟାର୍ କା ବନ୍ଧନ ହେ’ ଭଳି ଏମାନଙ୍କ ସମ୍ପର୍କ ନହେଲେ ବି ନିଜ ନିଜର ରାଜନୀତିକ ଆବଶ୍ୟକତା ହିଁ ଉଭୟଙ୍କୁ କୁଆଡ଼େ ବାନ୍ଧି ରଖିଛି । ଏହି କରନ୍-ଅର୍ଜୁନଙ୍କ କଥା ମଧ୍ୟ ନିକଟରେ ବିଜେଡିରୁ ବହିଷ୍କୃତ ହୋଇଥିବା ଜଣେ ବରିଷ୍ଠ ନେତା କୁଆଡ଼େ କହିଥିଲେ ବୋଲି ଚର୍ଚ୍ଚା।