Advertisment

ବିଜେଡିର ଏହି ସବୁ ବିଧାୟକ କିଏ କି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ନିର୍ବାଚନ ପାଖେଇ ଆସୁଥିବାବେଳେ ବିଜେଡିର କିଛି ନେତା ଏବେ ବିଜେପି ସହ ସମ୍ପର୍କ ବଢ଼ାଇବାରେ ଲାଗିଥିବା ଚର୍ଚ୍ଚା। ଶୁଣିବାକୁ ମିଳୁଛି, ବିଜେଡିର ୫-୬ଜଣ ବିଧାୟକ କୁଆଡ଼େ ଦିଲ୍ଲୀ ଯାଇ ବିଜେପିର ଜଣେ ପ୍ରଭାବଶାଳୀ ନେତାଙ୍କୁ ସାକ୍ଷାତ କରି ଫେରିଛନ୍ତି।ଚର୍ଚ୍ଚା ହେଉଛି, ବିଜେପିର ଏହି ଓଡ଼ିଆ ନେତାଙ୍କୁ ଭେଟି ଆଗାମୀ ନିର୍ବାଚନରେ ତାଙ୍କଠୁ ସହଯୋଗ ଭିକ୍ଷା କରିଛନ୍ତି। ଏହି ବିଧାୟକମାନେ କୁଆଡ଼େ ଗତ କିଛିଦିନ ତଳେ ଦିଲ୍ଲୀ ବାଟ ଦେଇ ବୈଷ୍ଣୋଦେବୀ ଦର୍ଶନରେ ଯାଇଥିବାବେଳେ […]

ବିଜେଡିର ଏହି ସବୁ ବିଧାୟକ କିଏ କି ?

b70

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ନିର୍ବାଚନ ପାଖେଇ ଆସୁଥିବାବେଳେ ବିଜେଡିର କିଛି ନେତା ଏବେ ବିଜେପି ସହ ସମ୍ପର୍କ ବଢ଼ାଇବାରେ ଲାଗିଥିବା ଚର୍ଚ୍ଚା।

Advertisment

ଶୁଣିବାକୁ ମିଳୁଛି, ବିଜେଡିର ୫-୬ଜଣ ବିଧାୟକ କୁଆଡ଼େ ଦିଲ୍ଲୀ ଯାଇ ବିଜେପିର ଜଣେ ପ୍ରଭାବଶାଳୀ ନେତାଙ୍କୁ ସାକ୍ଷାତ କରି ଫେରିଛନ୍ତି।ଚର୍ଚ୍ଚା ହେଉଛି, ବିଜେପିର ଏହି ଓଡ଼ିଆ ନେତାଙ୍କୁ ଭେଟି ଆଗାମୀ ନିର୍ବାଚନରେ ତାଙ୍କଠୁ ସହଯୋଗ ଭିକ୍ଷା କରିଛନ୍ତି।

ଏହି ବିଧାୟକମାନେ କୁଆଡ଼େ ଗତ କିଛିଦିନ ତଳେ ଦିଲ୍ଲୀ ବାଟ ଦେଇ ବୈଷ୍ଣୋଦେବୀ ଦର୍ଶନରେ ଯାଇଥିବାବେଳେ ଏହି ବିଜେପି ନେତାଙ୍କ ଆତିଥ୍ୟ ଗ୍ରହଣ କରିଥିଲେ। ତାଙ୍କ ସହ ଆଗାମୀ ନିର୍ବାଚନରେ ନିଜ ନିଜର ଆସନକୁ ସୁରକ୍ଷିତ ରଖିବା ପାଇଁ କୁଆଡ଼େ ଆଲୋଚନା କରି ଫେରିଛନ୍ତି।

Advertisment

ଅବଶ୍ୟ ବିଜେଡି ଏହି ନେତାମାନଙ୍କୁ ଟିକେଟ୍ ଦେବାର ଶତପ୍ରତିଶତ ସମ୍ଭାବନା ରହିଛି। ମାତ୍ର ଯଦି କୌଣସି କାରଣରୁ ବିଜେଡି ସେମାନଙ୍କୁ ଟିକେଟ୍ ନଦିଏ ତା’ହେଲେ ସେମାନେ ବିଜେପି ମଙ୍ଗ ଧରିବେ ବୋଲି କୁଆଡ଼େ ଆଗୁଆ ବୁକିଂ କରି ଆସିଛନ୍ତି।

ବିଭିନ୍ନ କାରଣକୁ ନେଇ ବିବାଦୀୟ ଥିବାରୁ ନିଜ ନିଜ ଅଞ୍ଚଳରେ ସେମାନେ ଲୋକପ୍ରିୟତା ହରାଇଥିବାରୁ କୁଆଡ଼େ ବିଜେପିର ସହଯୋଗ ଲୋଡ଼ିଛନ୍ତି।ଏହି ନେତାମାନଙ୍କ ବିରୋଧରେ  ଯେଭଳି ଅଭିଯୋଗ ରହିଛି କାଳେ ନିର୍ବାଚନ ସମୟରେ ସିବିଆଇ ସେମାନଙ୍କୁ ହଇରାଣ କରିବ ସେହି ଆଶଙ୍କାରେ ସେମାନେ ସମ୍ପୃକ୍ତ ବିଜେପି ନେତାଙ୍କ ଶରଣ ପଶିଛନ୍ତି।

ଏହି ବିଧାୟକମାନେ ବିଜେଡିର ଯୁବ ଚେହେରା ହୋଇଥିବାବେଳେ ବିଭିନ୍ନ କାରଣ ପାଇଁ ସମସ୍ତେ ବିବାଦରେ ଅଛନ୍ତି।ଏହି ବିଧାୟକମାନଙ୍କ ନେତୃତ୍ୱ କୁଆଡ଼େ ଜଣେ ପୂର୍ବତନ ଯୁବମନ୍ତ୍ରୀ ନେଇଛନ୍ତି। ଯିଏକି ତୃତୀୟ ମହଲାର ମଧ୍ୟ ନିକଟତର ବୋଲି ଚର୍ଚ୍ଚା ହୁଏ।

ଏହି ନେତାମାନଙ୍କୁ ଏବେ ବିଜେଡି ଏଭଳି ଏକ ଜିଲ୍ଲାର ସଂଗଠନ ସଜାଡ଼ିବା ଦାୟିତ୍ୱ ଦେଇଛି ଯେଉଁଠି ଗତ ପଞ୍ଚାଯତ ନିର୍ବାଚନରେ ବିଜେପିର ଦବଦବା ଦେଖିବାକୁ ମିଳିଥିଲା। ତେଣୁ ବିଜେପି ସହ ଏହି ନେତାମାନଙ୍କର ଏଭଳି ଗୋପନ ବୁଝାମଣା ବିଜେଡି ପାଇଁ ଆଗାମୀ ଦିନରେ ବୁମେରାଂ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ବୋଲି ଚର୍ଚ୍ଚା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe