/odisha-reporter/media/post_attachments/uploads/2018/09/6-12.jpg)
6
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଛିବର୍ଷ ପୂର୍ବରୁ ବିଜେଡିରେ ସାମିଲ ହୋଇଥିବା ଅବିଭକ୍ତ କଟକ ଜିଲ୍ଲାର ଜଣେ ବରିଷ୍ଠ ନେତାଙ୍କ କଳାକାରନାମାକୁ ନେଇ ଏବେ ଚର୍ଚ୍ଚା। ଶୁଣିବାକୁ ମିଳୁଛି, ରାଜ୍ୟ ସରକାରରେ ବିଶେଷ ମାନ୍ୟତା ପାଇ ଥିବା ଏହି ବିଜେଡି ନେତା କୁଆଡ଼େ ଏବେ କୋଟିକୋଟି ଟଙ୍କାର ଦୁର୍ନୀତିରେ ବୁଡ଼ି ରହିଛନ୍ତି।
ଏକ ସଂସ୍ଥାର ମୁଖିଆ ଭାବେ କାର୍ଯ୍ୟ କରୁଥିବା ଏହି ନେତାଜଣକ କୁଆଡ଼େ ନିଜ ପଦବୀର ଅପବ୍ୟବହାର କରି କୋଟିକୋଟି ଟଙ୍କା ଉପାର୍ଜନ କରୁଛନ୍ତି । ନିଜକୁ ତୃତୀୟ ମହଲାର ଘନିଷ୍ଠ ବୋଲି ଦର୍ଶାଇ ଏହି ବାବୁ କୁଆଡ଼େ ଏବେ ରାଜ୍ୟ ତମାମ ବୁଲି ସଂଗଠନ କରିବା ନାଁରେ ନିଜ ତହବିଲ ବଢ଼ାଇବାରେ ଲାଗିଛନ୍ତି।
ପୂର୍ବରୁ ସେ ଯେଉଁ ଦଳ ଓ ସଂଗଠନ ସହ ଜଡ଼ିତ ଥିଲେ ସେତେବେଳେ ସେ କୁଆଡ଼େ ଭିନ୍ନ ଚରିତ୍ରର ଥିଲେ। ମାତ୍ର ବିଜେଡିକୁ ଆସିବା ପରେ ତାଙ୍କର ସ୍ୱଭାବ ବଦଳି ଯାଇଛି। ସେ ଏବେ ସରକାରୀ ଖର୍ଚ୍ଚରେ ମଉଜମସ୍ତି କରି ଉପରକୁ ନିଜକୁ ସ୍ୱଚ୍ଛ ବୋଲି ଦେଖାଇ ହେଉଛନ୍ତି।
ଏହି ନେତାଜଣକ କୁଆଡ଼େ ନିଜର ପୂର୍ବରୁ ଜଣେ ବାନ୍ଧବୀଙ୍କ ମାଧ୍ୟମରେ ରାଜ୍ୟର ବିଭିନ୍ନ ବିଭାଗରୁ ମୋଟା ଅଙ୍କର ପାଣ୍ଠି ଉଠାଇଥିଲେ। ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ସେ କିଛିଦିନ ଧରି ବାନ୍ଧବୀଙ୍କ ପାଖ ମାଡ଼ିନଥିଲେ। କିନ୍ତୁ ପରେ ସେହି ବାନ୍ଧବୀଙ୍କୁ ପୂର୍ବଭଳି ସ୍ୱତନ୍ତ୍ର ଧ୍ୟାନ ଦେଇ ଦଳର ବିଭିନ୍ନ ପଦପଦବୀରେ ଅବସ୍ଥାପିତ କରାଇବାରେ କୁଆଡ଼େ ସହଯୋଗ କରିଥିଲେ। ଦୁହିଁଙ୍କ ସମ୍ପର୍କରେ ନାନା ନାଟକୀୟ ଘଟଣା ଘଟିଥିବା କୁହାଯାଉଛି।
ଚର୍ଚ୍ଚା ହେଉଛି, ଆଗରୁ ବାନ୍ଧବୀଙ୍କ ନାଁରେ ସରକାରୀ ପାଣ୍ଠିରୁ ପିସି ସାଉଁଟୁଥିବା ଏହି ନେତାଜଣକ ଏବେ ଭାୟା-ମିଡିଆ ଜରିଆରେ କାରବାର ନକରି ନିଜେ ସବୁ ଡିଲ୍ କରୁଛନ୍ତି। ଏକଥା ତୃତୀୟ ମହଲାର ନଜର ରହିଥିଲେ ମଧ୍ୟ ଗୋପନ ବୁଝାମଣା ଯୋଗୁ ଚୁପ୍ ରହୁଥିବା ଚର୍ଚ୍ଚା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
