Advertisment

ମହୁବାକ୍ସ ଦୁର୍ନୀତିକୁ ଚାପିଲା କିଏ ?

ଭୁବନେଶ୍ୱର (ଓଡିଶା ରିପୋର୍ଟର): ବହୁ କୋଟି ଟଙ୍କାର ମହୁ ବାକ୍ସ ଦୁର୍ନୀତିକୁ ନେତା-ଅଫିସର ମିଳିମିଶି ଚାପି ଦେଇଥିବା ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳୁଛି, ମହୁ ଚାଷ ପାଇଁ ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଗୋଟିଏ ନିର୍ଦ୍ଦିଷ୍ଟ ନିଗମ କୁଆଡ଼େ ମହୁମାଛି ସହ ବାକ୍ସ ଯୋଗାଇ ଦେଇଥାନ୍ତି । କିନ୍ତୁ ୨୦୧୬-୧୭ ଓ ୨୦୧୭-୧୮ ମସିହା ପାଇଁ ମହୁ ଚାଷ ନାଁରେ କୁଆଡ଼େ ବହୁ କୋଟି ଟଙ୍କାକୁ ହଡ଼ପ କରିଦିଆଯାଇଛି। ଚର୍ଚ୍ଚା ହେଉଛି, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ […]

ମହୁବାକ୍ସ ଦୁର୍ନୀତିକୁ ଚାପିଲା କିଏ ?

Honey1

Advertisment

ଭୁବନେଶ୍ୱର (ଓଡିଶା ରିପୋର୍ଟର): ବହୁ କୋଟି ଟଙ୍କାର ମହୁ ବାକ୍ସ ଦୁର୍ନୀତିକୁ ନେତା-ଅଫିସର ମିଳିମିଶି ଚାପି ଦେଇଥିବା ଚର୍ଚ୍ଚା ହେଉଛି।

Advertisment

ଶୁଣିବାକୁ ମିଳୁଛି, ମହୁ ଚାଷ ପାଇଁ ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଗୋଟିଏ ନିର୍ଦ୍ଦିଷ୍ଟ ନିଗମ କୁଆଡ଼େ ମହୁମାଛି ସହ ବାକ୍ସ ଯୋଗାଇ ଦେଇଥାନ୍ତି । କିନ୍ତୁ ୨୦୧୬-୧୭ ଓ ୨୦୧୭-୧୮ ମସିହା ପାଇଁ ମହୁ ଚାଷ ନାଁରେ କୁଆଡ଼େ ବହୁ କୋଟି ଟଙ୍କାକୁ ହଡ଼ପ କରିଦିଆଯାଇଛି।

ଚର୍ଚ୍ଚା ହେଉଛି, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଗରିବ ଲୋକମାନଙ୍କୁ ଏହି ମହୁ ବାକ୍ସ ବଣ୍ଟନ କରାଯାଇଛି ବୋଲି ଦର୍ଶାଇ ସେହି ଟଙ୍କାକୁ ନିଗମ ସହ ସଂଶ୍ଳିଷ୍ଟ ଥିବା ଜଣେ ଯୁବନେତା ଓ ବିଜେଡିର ଅନ୍ୟ କିଛି ପ୍ରଭାବଶାଳୀ ନେତା କୁଆଡ଼େ ଉଦରସ୍ଥ କରିଦେଇଛନ୍ତି।

Advertisment

ଏନେଇ ବିଭିନ୍ନସ୍ତରରେ ବ୍ୟାପକ ଅଭିଯୋଗ ଉଠିବା ପରେ କୁଆଡ଼େ ତୃତୀୟ ମହଲା ପକ୍ଷରୁ ଏହାର ଖୋଳତାଡ଼ ହୋଇଥିଲା। ମାତ୍ର ଏହି ପାଣ୍ଠି ହଡ଼ପ ପ୍ରକ୍ରିୟାରେ ଦଳର ଜଣେ ବରିଷ୍ଠ ଉପସଭାପତି ଓ ଜଣେ ରାଷ୍ଟ୍ରମନ୍ତ୍ରୀ ସାମିଲ ଥିବାର ଆଭାସ ମିଳିବା ପରେ ନିର୍ବାଚନୀ ବର୍ଷରେ ନବୀନ ସରକାରର ଭାବମୂର୍ତ୍ତି କ୍ଷୂଣ୍ଣ ହେବା ଆଶଙ୍କାରେ ଏହି ଦୁର୍ନୀତି ମାମଲାକୁ କୁଆଡ଼େ ଚପାଇ ଦିଆଯାଇଛି।

ଅବଶ୍ୟ ଏନେଇ ମହୁ ଫେଣା ବାକ୍ସ ବଣ୍ଟନ ସହ ଜଡ଼ିତ ଥିବା ନିଗମର ମୁଖିଆଙ୍କୁ ଡାକି କୁଆଡ଼େ କଡ଼ା ତାଗିଦ୍ କରାଯାଇଛି। କିନ୍ତୁ ଚର୍ଚ୍ଚା ହେଉଛି, ଏହି ମୁଖିଆଜଣକ କୁଆଡ଼େ ଏବେ ଦଳୀୟ ଟିକେଟ୍ ପାଇଁ ଜୋରଦାର ଲବି କରୁଛନ୍ତି।

ଏପରିକି, ଯାହାଙ୍କ ପାଇଁ ସେ ବିଜେଡିରେ ରାଜନୀତିକ ପରିଚୟ ପାଇଛନ୍ତି ତାଙ୍କୁ ଛାଡ଼ି କୁଆଡ଼େ କଟକ ଜିଲ୍ଲାର ଦୁଇଜଣ ନେତାଙ୍କ ପାଖରେ ଏବେ ଶରଣ ପଶିଛନ୍ତି। ସେମାନଙ୍କ ମାଧ୍ୟମରେ ଦଳୀୟ ଟିକେଟ୍ ହାତେଇବାକୁ ଚାପ ସୃଷ୍ଟି କରୁଥିଲେ ମଧ୍ୟ ବାବୁଙ୍କ ଦେହରେ ଦୁର୍ନୀତିର ଛାପ ଲାଗିସାରି ଥିବାରୁ ତୃତୀୟ ମହଲା ବାବୁ କୁଆଡ଼େ ଏବେ ତାଙ୍କୁ ସାଂଗଠନିକ କାର୍ଯ୍ୟରେ ବିଶେଷ ଗୁୁରୁତ୍ୱ ଦେଉନାହାନ୍ତି ବୋଲି ଚର୍ଚ୍ଚା ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe