Advertisment

ଆଇଏଏସଙ୍କ ବ୍ୟବସାୟ ନିଶା !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରକାରୀ ପ୍ରଭାବ ବଳରେ ଜଣେ ଆଇଏଏସ୍‌ଙ୍କ ପତ୍ନୀ ଏବେ ରାଜଧାନୀ ଭୁବନେଶ୍ୱରରେ ତାଙ୍କ ବ୍ୟବସାୟର କଳେବର ବୃଦ୍ଧି କରୁଛନ୍ତି ବୋଲି ପାୱାର କରିଡରରେ ଚର୍ଚ୍ଚା ଚାଲିଛି। ଶୁଣିବାକୁ ମିଳୁଛି, ଜଣେ ଅଣଓଡ଼ିଆ ଆଇଏଏସ୍‌ଙ୍କ ପତ୍ନୀ ଓ ଜଣେ ମହିଳା ଆଇଏଏସ୍‌ କୁଆଡ଼େ ରାଜଧାନୀରେ ବ୍ୟବସାୟ କ୍ଷେତ୍ରରେ ପାଦ ଥାପିଛନ୍ତି। ରାଜଧାନୀରେ ନୂଆ କରି ଖୋଲିଥିବା ଏକ ବହୁରାଷ୍ଟ୍ରୀୟ କମ୍ପାନୀର ଶପିଙ୍ଗ୍ ମଲରେ କୁଆଡ଼େ ଏମାନେ ୨ରୁ ୩ଟି ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିଛନ୍ତି। ଏଥିରେ […]

ଆଇଏଏସଙ୍କ ବ୍ୟବସାୟ ନିଶା !

9

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରକାରୀ ପ୍ରଭାବ ବଳରେ ଜଣେ ଆଇଏଏସ୍‌ଙ୍କ ପତ୍ନୀ ଏବେ ରାଜଧାନୀ ଭୁବନେଶ୍ୱରରେ ତାଙ୍କ ବ୍ୟବସାୟର କଳେବର ବୃଦ୍ଧି କରୁଛନ୍ତି ବୋଲି ପାୱାର କରିଡରରେ ଚର୍ଚ୍ଚା ଚାଲିଛି।

Advertisment

ଶୁଣିବାକୁ ମିଳୁଛି, ଜଣେ ଅଣଓଡ଼ିଆ ଆଇଏଏସ୍‌ଙ୍କ ପତ୍ନୀ ଓ ଜଣେ ମହିଳା ଆଇଏଏସ୍‌ କୁଆଡ଼େ ରାଜଧାନୀରେ ବ୍ୟବସାୟ କ୍ଷେତ୍ରରେ ପାଦ ଥାପିଛନ୍ତି। ରାଜଧାନୀରେ ନୂଆ କରି ଖୋଲିଥିବା ଏକ ବହୁରାଷ୍ଟ୍ରୀୟ କମ୍ପାନୀର ଶପିଙ୍ଗ୍ ମଲରେ କୁଆଡ଼େ ଏମାନେ ୨ରୁ ୩ଟି ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିଛନ୍ତି। ଏଥିରେ ସେମାନେ କୁଆଡ଼େ ୮ରୁ ୧୦କୋଟି ଟଙ୍କା ପୁଞ୍ଜିନିବେଶ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି।

ଏହି ବ୍ୟବସାୟରେ ପ୍ରଚ୍ଛଦପଟ୍ଟରେ ରହି ମହିଳା ଆଇଏଏସ୍‌ ଜଣକ ପୁଞ୍ଜି ଖଟାଇଥିବା ବେଳେ, ଅନ୍ୟ ଜଣେ ବରିଷ୍ଠ ଆଇଏଏସ୍‌ଙ୍କ ପତ୍ନୀ କୁଆଡ଼େ ପ୍ରତ୍ୟକ୍ଷ ଭାବେ ଏସବୁ ବ୍ୟବସାୟର ପରିଚାଳନା କରୁଛନ୍ତି। ଚର୍ଚ୍ଚା ହେଉଛି, ଏହି ଶପିଙ୍ଗ୍ ମଲରେ ନିଜର ବ୍ୟବସାୟିକ କାରବାର ବୃଦ୍ଧି ପାଇଁ କୁଆଡ଼େ ସେମାନଙ୍କୁ ସମସ୍ତ ପ୍ରକାର ପ୍ରଶାସନିକ ସହଯୋଗ ମିଳିଛି। ପତିଙ୍କ ପତିଆରାକୁ ଉପଯୋଗ କରି ମହିଳାଜଣକ କୁଆଡ଼େ ଏକ ପ୍ରାଇଭେଟ୍ ବ୍ୟାଙ୍କରୁ ପ୍ରାୟ ୫କୋଟି ଟଙ୍କା ଋଣ ନିଜର ଜଣେ ଖାସ୍ ଲୋକଙ୍କ ନାଁରେ ଉଠାଇଥିବାବେଳେ ବାକି ଅର୍ଥକୁ ନିଜସ୍ୱ ପୁଞ୍ଜିରୁ ବିନିଯୋଗ କରିଛନ୍ତି।

Advertisment

କେବଳ ସେତିକି ନୁହେଁ, ଏହି ଦୁଇ ମହିଳା କୁଆଡ଼େ ନିଜର ପରିବାର ସଦସ୍ୟଙ୍କ ରହିବା ପାଇଁ ଭୁବନେଶ୍ୱର-କଟକ ରାଜପଥରେ ଦୁଇଟି ବିରାଟ ଫ୍ଲାଟ୍ ମଧ୍ୟ କିଣିଛନ୍ତି। ଆଉ ଏସବୁ ମାତ୍ର ୧ରୁ ୨ବର୍ଷ ମଧ୍ୟରେ ହୋଇଛି। ନିଜର ସମ୍ପତ୍ତି ତାଲିକାରେ ଏହି ଦୁଇ ଜଣ ସେମାନଙ୍କ ଓଡ଼ିଶାରେ କିଛି ସମ୍ପତ୍ତି ନଥିବା ଦର୍ଶାଉଥିବାବେଳେ ଏତେ ପରିମାଣର ଟଙ୍କା କେଉଁଠି ଆସିଲା ଓ ଏସବୁ ବ୍ୟବସାୟ କାହା ନାଁରେ ଚାଲିଛି ତାକୁ ନେଇ ଚର୍ଚ୍ଚା।

ଏହି ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ କୁଆଡ଼େ ଯେଉଁ ବ୍ୟକ୍ତିଙ୍କ ନାଁରେ ରହିଛି ସିଏ କୁଆଡ଼େ ଜଣେ ଓଡ଼ିଆ ଅବସରପ୍ରାପ୍ତ ସରକାରୀ ଅଫିସରଙ୍କ ପତ୍ନୀ। ରାଜ୍ୟ ସରକାରଙ୍କ ଚାକିରିରୁ ଅବସର ନେଇଥିବା ଜଣେ ଅଫିସରଙ୍କ ପାଖରେ ଏତେ ଟଙ୍କା କେଉଁଠୁ ଆସିଲା, ତା’ର ଖୋଳତାଡ଼ କରାଗଲେ ବ୍ୟବସାୟିକ ପ୍ରତିଷ୍ଠାନରେ ପୁଞ୍ଜି ନିବେଶ ହୋଇଥିବା ଆଇଏଏସ ଓ ଆଇଏଏସଙ୍କ ପତ୍ନୀଙ୍କ ଅସଲ ଚେହେରା ପଦାକୁ ଆସିପାରିବ ବୋଲି ଶୁଣିବାକୁ ମିଳୁଛି।

ଏମାନଙ୍କ ମଧ୍ୟରୁ ଜଣେ ଚିଟଫଣ୍ଡ କାରବାରରେ ବିବାଦୀୟ ଥିବାବେଳେ ଅନ୍ୟଜଣେ ଦୁର୍ନୀତି ମାମଲାରେ ବିବାଦଘେରକୁ ଆସିଥିଲେ। ତେବେ ଏବେ ଉଭୟ କୁଆଡ଼େ ତୃତୀୟ ମହଲା ବାବୁଙ୍କ ଗୁଡବୁକରେ ଅଛନ୍ତି ବୋଲି ଚର୍ଚ୍ଚା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe