Advertisment

ନେତ୍ରୀଙ୍କୁ ପରଫ୍ୟୁମ୍ ବ୍ରାଣ୍ଡର ନାଁ ପଚାରୁଛନ୍ତି ନେତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେଡିରେ ଟିକେଟ୍ ଆଶାୟୀଙ୍କ ସଂଖ୍ୟା ସେତିକି ବଢ଼ୁଛି। ଟିକେଟ୍ ଆଶାରେ ଦଳର ୨-୩ଜଣ ନେତ୍ରୀ କୁଆଡ଼େ ଏବେ ପ୍ରଭାବଶାଳୀ ନେତାମାନଙ୍କ ପାଖ ଛାଡ଼ୁନାହାନ୍ତି ବୋଲି ଚର୍ଚ୍ଚା। ଶୁଣିବାକୁ ମିଳୁଛି, ଦଳର ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଜଣେ ନେତ୍ରୀଙ୍କୁ କୁଆଡ଼େ ଜଣେ ପାୱାରଫୁଲ୍ ଯୁବନେତା ସମସ୍ତଙ୍କ ସମ୍ମୁଖରେ କେଉଁ ବ୍ରାଣ୍ଡର ପରଫ୍ୟୁମ୍ ୟୁଜ୍ କରୁଛ ବୋଲି ପ୍ରଶ୍ନ କରିଥିଲେ। ନେତ୍ରୀଜଣକ ମଧ୍ୟ ନେତାଙ୍କ ଏଭଳି ପ୍ରଶ୍ନରେ କୃତକୃତ୍ୟ ହୋଇ […]

ନେତ୍ରୀଙ୍କୁ ପରଫ୍ୟୁମ୍ ବ୍ରାଣ୍ଡର ନାଁ ପଚାରୁଛନ୍ତି ନେତା

13

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେଡିରେ ଟିକେଟ୍ ଆଶାୟୀଙ୍କ ସଂଖ୍ୟା ସେତିକି ବଢ଼ୁଛି। ଟିକେଟ୍ ଆଶାରେ ଦଳର ୨-୩ଜଣ ନେତ୍ରୀ କୁଆଡ଼େ ଏବେ ପ୍ରଭାବଶାଳୀ ନେତାମାନଙ୍କ ପାଖ ଛାଡ଼ୁନାହାନ୍ତି ବୋଲି ଚର୍ଚ୍ଚା।

Advertisment

ଶୁଣିବାକୁ ମିଳୁଛି, ଦଳର ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଜଣେ ନେତ୍ରୀଙ୍କୁ କୁଆଡ଼େ ଜଣେ ପାୱାରଫୁଲ୍ ଯୁବନେତା ସମସ୍ତଙ୍କ ସମ୍ମୁଖରେ କେଉଁ ବ୍ରାଣ୍ଡର ପରଫ୍ୟୁମ୍ ୟୁଜ୍ କରୁଛ ବୋଲି ପ୍ରଶ୍ନ କରିଥିଲେ। ନେତ୍ରୀଜଣକ ମଧ୍ୟ ନେତାଙ୍କ ଏଭଳି ପ୍ରଶ୍ନରେ କୃତକୃତ୍ୟ ହୋଇ ଲଗାଇଥିବା ପରଫ୍ୟୁମ ବ୍ରାଣ୍ଡର ନାଁ କହିଥିଲେ। ଆଉ ତା’ପରେ କୁଆଡ଼େ ନେତାଜଣକ ଏମିତି କିଛି କଥା କହିଲେ ଯାହା ସେଠାରେ ଉପସ୍ଥିତ ଦଳୀୟ କର୍ମୀଙ୍କ ମହଲରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ନେତାଜଣକ କୁଆଡ଼େ କହିଥିଲେ ସେ କୌଣସି ବ୍ରାଣ୍ଡର ପରଫ୍ୟୁମ ୟୁଜ୍ କରନ୍ତି ନାହିଁ। ବରଂ ତାଙ୍କ ଦେହରେ ଏଭଳି ସ୍ୱତନ୍ତ୍ର ବାସ୍ନା ରହିଛି ଯେ କେହି ଥରେ ତାଙ୍କ ସଂସ୍ପର୍ଶରେ ଆସିଲେ ହୃଦୟର ଗଭୀରତାରୁ ତାହା ଅନୁଭବ କରିପାରିବେ ବୋଲି କୁଆଡ଼େ ନେତାଜଣକ କହିଥିଲେ।

Advertisment

ଚର୍ଚ୍ଚା ହେଉଛି, ଏହି ନେତା କୁଆଡ଼େ ନିଜର ଖାସ୍ ଅନୁଗତ ବିଧାୟକମାନଙ୍କୁ ଏବେ ସମ୍ପୃକ୍ତ ଟିକେଟ ଆଶାୟୀ ନେତ୍ରୀମାନଙ୍କ ଦାୟିତ୍ୱ ନେବା ପାଇଁ ପରାମର୍ଶ ଦେଇଛନ୍ତି। ସମ୍ପୃକ୍ତ ନେତ୍ରୀମାନେ ଯେଭଳି ଗଣମାଧ୍ୟମର ଶିରୋନାମାରେ ରହିବେ ଓ ଦଳୀୟ କାର୍ଯ୍ୟରେ ନିୟୋଜିତ ଅଛନ୍ତି ବୋଲି ତୃତୀୟ ମହଲାରେ ଖବର ପହଞ୍ଚିବ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୁଆଡ଼େ କହିଛନ୍ତି।

ନେତାଙ୍କ କଥାକୁ ଶିରୋଧାର୍ଯ୍ୟ ମନେକରି ଏବେ କୁଆଡ଼େ କିଛି ଯୁବ ବିଧାୟକ ଏହି ନେତ୍ରୀମାନଙ୍କୁ ସେମାନଙ୍କ ଅଞ୍ଚଳରେ ହେଉଥିବା ଦଳୀୟ କାର୍ଯ୍ୟକ୍ରମକୁ ଡାକୁଛନ୍ତି। ଆଉ ନେତ୍ରୀମାନେ ବି ଦଳର ଆଇକନ୍ ସାଜି ସେସବୁ ସଭାରେ ପରସ୍ପରର ଗୁଣଗାନ କରିବାରେ ବ୍ୟସ୍ତ ରହୁଛନ୍ତି। ନିକଟରେ ସମ୍ପୃକ୍ତ ଯୁବନେତାଙ୍କ ଅନୁଗତମାନେ କରିଥିବା ବିଭିନ୍ନ କାର୍ଯ୍ୟକ୍ରମରେ କୁଆଡ଼େ ଏହି ନେତ୍ରୀମାନଙ୍କୁ ଦେଖିବାକୁ ମିଳିଥିଲା। ସମ୍ପୃକ୍ତ ନେତ୍ରୀମାନେ ରାଜ୍ୟସ୍ତରର ହୋଇନଥିଲେ ମଧ୍ୟ ଏହି ପାୱାରଫୁଲ୍ ଯୁବନେତାଙ୍କ କଥାରେ ହିଁ ତାଙ୍କର ଖାସ୍ ଅନୁଗତମାନେ ସେମାନଙ୍କୁ ନିମନ୍ତ୍ରଣ କରି ଡାକିଥିବା ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ବିଜେଡିରେ ଅଣଦେଖା ହୋଇ ରହିଥିବା ନେତ୍ରୀମାନେ କୁଆଡ଼େ ଦଳର ଏହି ପାୱାରଫୁଲ୍ ଯୁବ ବିଧାୟକଙ୍କୁ ପ୍ରଭାବିତ କରି ମୁଖ୍ୟସ୍ରୋତକୁ ଆସିବାକୁ ପ୍ରୟାସ କରୁଛନ୍ତି। ଅବଶ୍ୟ ନେତ୍ରୀମାନଙ୍କ ପ୍ରତି ଏହି ପାୱାରଫୁଲ୍ ଯୁବ ବିଧାୟକଙ୍କର ସ୍ୱତନ୍ତ୍ର ଦୁର୍ବଳତା ରହିଥାଏ ବୋଲି ଦଳରେ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe