Advertisment

୧୬୦ ବର୍ଷର ବ୍ରିଟିଶ ଆଇନରେ ହେବ ପରିବର୍ତ୍ତନ; ବଦଳିବ ଆଇପିସି, ସିଆରପିସି ଓ ଆଇଇଏ

ଆଜି ସଂସଦର ଶେଷ ଦିନରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଏ ସଂକ୍ରାନ୍ତୀୟ ବିଲ୍‌ ଆଗତ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ।

ଅଦ୍ୟତନ ହୋଇଛି
Amit Shah

Amit Shah

Advertisment

୧୬୦ ବର୍ଷର ବ୍ରିଟିଶ ଆଇନରେ ହେବ ଆମୁଳଚୂଳ ପରିବର୍ତ୍ତନ। ହଟିବ ଆଇପିସି, ସିଆରପିସି ଆଇଇଏ। ବଦଳିବ ଭାରତୀୟ ଦଣ୍ଡବିଧି ଆଇନର ସ୍ୱରୂପ। ଆଜି ସଂସଦର ଶେଷ ଦିନରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଏ ସଂକ୍ରାନ୍ତୀୟ ବିଲ୍‌ ଆଗତ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ।

Advertisment

ଅମିତ ଶାହ ଆଗତ କରିଥିବା ନୂତନ ବିଲ୍‌ ଅନୁଯାୟୀ, ଭାରତୀୟ ନ୍ୟାୟ ବ୍ୟବସ୍ଥାର ୩ ଗୁରୁତ୍ୱପୂର୍ଣ୍ଣ ଆଇନ ହଟିଯିବ। ବର୍ଷ ବର୍ଷ ଧରି ଅପରାଧିକ ମାମଲାରେ ଦେଶରେ ଲାଗୁ ହେଉଥିବା ଆଇପିସି, ସିଆର୍‌ପିସି ଏବଂ ଆଇଇଏ ହଟାଇବାକୁ ଆଜି ୩ଟି ନୂତନ ବିଲ୍‌ ଆଗତ କରିଛନ୍ତି ଗୃହ ମନ୍ତ୍ରୀ।

ଆଇପିସି ହଟି ତା ସ୍ଥାନରେ ଆସିବ ଭାରତୀୟ ନ୍ୟାୟ ସଂହିତା-୨୦୨୩। ସେହିପରି ସିଆରପିସି ହଟି ତା’ ସ୍ଥାନ ନେବ ଭାରତୀୟ ନାଗରିକ ସୁରକ୍ଷା ସଂହିତା। ଆଇଇଏ ହଟି ତା ସ୍ଥାନରେ ଆସିବ ଭାରତୀୟ ସାକ୍ଷ୍ୟ ଅଧିନିୟମ।

Advertisment

୧୮୬୦ ମସିହାରୁ ୨୦୨୩ ପର୍ଯ୍ୟନ୍ତ ଦେଶର ଅପରାଧିକ ନ୍ୟାୟ ପ୍ରଣାଳୀ ଇଂରେଜ ଅମଳରେ ତିଆରି ହୋଇଥିବା ଆଇନ ଅନୁଯାୟୀ କାର୍ଯ୍ୟ କରୁଛି। ତେଣୁ ଏହି ୩ ଆଇନ୍‌ ବଦଳିଗଲେ ଦେଶରେ ଅପରାଧିକ ନ୍ୟାୟ ପ୍ରଣାଳୀରେ ଏକ ବଡ଼ ପରିବର୍ତ୍ତନ ଆସିବ ବୋଲି ଗୃହରେ ଦୃଢତାର ସହ କହିଛନ୍ତି ଅମିତ ଶାହ।

ବିଲ୍ ଆଗତ କରି ଅମିତ ଶାହ କହିଛନ୍ତି, ଦଣ୍ଡ ଦେବା ନୁହେଁ, ସମସ୍ତଙ୍କୁ ନ୍ୟାୟ ଦେବା ଆଇନର ଉଦ୍ଦେଶ୍ୟ। ପ୍ରବଳ ହଟ୍ଟଗୋଳ ମଧ୍ୟରେ ଏହି ୩ ନୂତନ ବିଲ୍‌କୁ ଆଜି ଗୃହ ମନ୍ତ୍ରୀ ଲୋକସଭାରେ ଆଗତ କରିଥିବା ବେଳେ ତାହାକୁ ଷ୍ଟାଣ୍ଡିଂ କମିଟି ନିକଟକୁ ପଠାଇ ଦିଆଯାଇଛି।

ଶାହ କହିଛନ୍ତି, ଆଇପିସିରେ ୫୧୧ ଧାରା ଥିଲା, ଏବେ ୩୫୬ଟି ଧାରା ରହିବ। ୧୭୫ଟି ଧାରାରେ ପରିବର୍ତ୍ତନ ହେବ, ୮ ନୂଆ ଧାରା ଯୋଡ଼ାଯିବ। ଆଇପିସିରୁ ହଟିବ ୨୨ଟି ଅନାବଶ୍ୟକ ଧାରା। ଦେଶଦ୍ରୋହ ଆଇନରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଆସିବ। ଏହାର ସଂଜ୍ଞା ମଧ୍ୟ ବଦଳିବ। ଦେଶ ବିଭାଜନ, ସଶସ୍ତ୍ର ବିଦ୍ରୋହ, ବିଚ୍ଛିନ୍ନତାବାଦୀ କାମ, ଦେଶର ସାର୍ବଭୌମତ୍ୱ, ଏକତାକୁ କ୍ଷୂର୍ଣ୍ଣ କରିବା ଭଳି ଅପରାଧ ପାଇଁ ଆଇନରେ ସ୍ୱ ତନ୍ତ୍ର ବ୍ୟବସ୍ଥା ରହିବ।

ନୂଆ ବିଲରେ ମହିଳା ଓ ଶିଶୁ ବିରୋଧୀ ହିଂସା ଓ ରାଷ୍ଟ୍ର ବିରୋଧରେ ଆଚରଣ ବିରୋଧରେ କଡ଼ା ଆଇନ ହେବ। ଏପରିକି ଛୋଟ ମୋଟ ଅପରାଧ ପାଇଁ ସମାଜସେବା ଭଳି ଦଣ୍ଡ ଦିଆଯିବ ବୋଲି କହିଛନ୍ତି ଶାହ।

Amit Shah Parliament
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe