Advertisment

ରାଜ୍ୟରେ ଆଉ ୨୫ଟି ଜିଲ୍ଲା ଗଠନ ପାଇଁ ସରକାର ପାଇଛନ୍ତି ଦାବିପତ୍ର

ସର୍ବାଧିକ ୪ଟି ନୂତନ ଜିଲ୍ଲା ଦାବି ଗଂଜାମ ଜିଲ୍ଲାରୁ ଆସିଛି।

ଅଦ୍ୟତନ ହୋଇଛି
Odisha Assembly

Odisha Assembly

Advertisment

ବରଗଡ଼ର ପଦ୍ମପୁରକୁ ଜିଲ୍ଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ବେଳେ ରାଜ୍ୟରେ ବଢ଼ି ଚାଲିଛି ନୂଆ ଜିଲ୍ଲା ଗଠନ ଦାବି। ରାଜ୍ୟରେ ଆଉ ୨୫ଟି ନୂଆ ଜିଲ୍ଲା ଗଠନ କରିବା ପାଇଁ ସରକାରଙ୍କ ପାଖକୁ ଆସିଛି ଦାବିପତ୍ର। ଆଜି ବିଧାନସଭାରେ ଏହି ତଥ୍ୟ ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି।

Advertisment

ରାଜସ୍ୱ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ସର୍ବାଧିକ ୪ଟି ନୂତନ ଜିଲ୍ଲା ଦାବି ଗଂଜାମ ଜିଲ୍ଲାରୁ ଆସିଛି। ମୟୂରଭଞ୍ଜରୁ ୩, ସୁନ୍ଦରଗଡ଼, ବାଲେଶ୍ୱର ଓ କଟକରୁ ୨ଟି ଲେଖାଏଁ ଜିଲ୍ଲା ଗଠନ ପାଇଁ ଦାବି ଆସିଛି।

ଘୁମୁସର, ଋଷିକୂଲ୍ୟା, ବ୍ରହ୍ମପୁର ଓ ଭଂଜନଗର ଜିଲ୍ଲା ଗଠନ କରିବାକୁ ଗଞ୍ଜାମ ଜିଲ୍ଲାରୁ ଦାବିପତ୍ର ପାଇଛନ୍ତି ସରକାର। ସେହିଭଳି ପଶ୍ଚିମ ମୟୂରଭଂଜ, ରାଇରଙ୍ଗପୁର ଓ ଖିଚିଂ ଜିଲ୍ଲା ଗଠନ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲାରୁ ଆସିଛି ଦାବିପତ୍ର।

Advertisment

ବଣାଇ, ରାଉରକେଲା, ଚଣ୍ଡିଖୋଲ, ଆଠଗଡ଼, ପଦ୍ମପୁର, ଧର୍ମଗଡ଼, ଟିଟିଲାଗଡ଼, କଣ୍ଟାବାଞ୍ଜି, ତାଳଚେର, ପାଲଲହଡ଼ା, ଆଠମଲ୍ଲିକ, ଭୁବନେଶ୍ୱର, କୁଚିଣ୍ଡା, ବାଲିଗୁଡ଼ା, ଆନନ୍ଦପୁର, ନୀଳଗିରି, ସୋର ଓ ଗୁଣପୁରକୁ ଜିଲ୍ଲା କରିବା ପାଇଁ ଦାବି ହୋଇଛି। ପାଇଁ ଦାବି

ମୋଟ ୧୪ ଜିଲ୍ଲାରୁ ୨୫ଟି ନୂଆ ଜିଲ୍ଲା ଗଠନ ଲାଗି ଦାବିପତ୍ର ଆସିଥିବା ବେଳେ ରାଜ୍ୟ ସରକାର ଠିକ୍ ସମୟରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି।

Odisha Assembly Monsoon Session
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe