Advertisment

ଲୋକଙ୍କ ସମସ୍ୟା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟପାଳ

ଗତ ଡିସେମ୍ବର ୫ରୁ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟପାଳ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲା ଗସ୍ତରେ ଯାଇଥିଲେ।

ଅଦ୍ୟତନ ହୋଇଛି
Governor Raghubar Das

Governor Raghubar Das

Advertisment

ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ରାଜ୍ୟପାଳ ରଘୁବର ଦାସ। ଗତ ଡିସେମ୍ବର ୫ରୁ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟପାଳ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲା ଗସ୍ତରେ ଯାଇଥିଲେ। ଏହି ସମୟରେ ସେଠାକାର ସ୍ଥାନୀୟ ଲୋକେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ରାଜ୍ୟପାଳଙ୍କୁ ଜଣାଇଥିଲେ।

Advertisment

ଯୋରନ୍ଦା ଜରାଶ୍ରମର ଜମି ବିବାଦ, ତୁରଙ୍ଗ ଗ୍ରାମ ପଞ୍ଚାୟତରେ ମମତା ଗୃହ ନିର୍ମାଣ ନେଇ ସେଠାକାର ଲୋକେ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ। ତାଳଚେର ବ୍ଲକର କନ୍ଧବେରେଣୀ ଗାଁର ଲୋକେ ଖଣି ଖନନ ଯୋଗୁଁ ବାୟୁ, ଜଳ ଓ ଶବ୍ଦ ପ୍ରଦୂଷଣ ଦ୍ୱାରା ଗୁରୁତର ପ୍ରଭାବିତ ହେଉଥିବା କହିଥିଲେ।

ସେହିପରି ଖରା ଦିନରେ ଭୂତଳ ଜଳ ହ୍ରାସ ପାଉଛି। RPDAC ବୈଠକ ନିୟମିତ ହେଉ ନ ଥିବାରୁ ସ୍ଥାନୀୟ ଲୋକଙ୍କ ଅଭିଯୋଗର ସମାଧାନ ହୋଇ ପାରୁନାହିଁ। ହାତୀ ଆସି ଫସଲ ଗୁଡିକ ନଷ୍ଟ କରୁଥିଲେ ହେଁ ଏ ନେଇ ବନ ବିଭାଗ କୌଣସି ପଦକ୍ଷେପ ନେଉ ନାହିଁ। ଖଣି ଖନନ ଅଞ୍ଚଳରେ କେବଳ ତାଙ୍କ ଗ୍ରାମ ବାକି ରହିଥିବାରୁ ଏହାକୁ ମଧ୍ୟ ଅଧିଗ୍ରହଣ କରାଯାଇ ନିୟମ ଅନୁସାରେ ଥଇଥାନ କରିବା ନେଇ ସ୍ଥାନୀୟ ବାସିନ୍ଦା ରାଜ୍ୟପାଳଙ୍କୁ ଜଣାଇଥିଲେ।

Advertisment

ସେହିପରି କନ୍ଧବେରେଣୀ ଆଶ୍ରମ ସ୍କୁଲର ବିଭିନ୍ନ ସମସ୍ୟା ସମ୍ପର୍କରେ ଲୋକଙ୍କଠାରୁ ଶୁଣିଥିଲେ ରାଜ୍ୟପାଳ। ଅନୁଗୋଳ ଚାଷୀ ସୁରକ୍ଷା କମିଟି ମଧ୍ୟ ନିଜର ବିଭିନ୍ନ ଦାବି ରାଜ୍ୟପାଳଙ୍କ ନିକଟରେ ରଖିଥିଲେ। ତେବେ ରାଜ୍ୟପାଳ ଏହି ଦୁଇ ଜିଲ୍ଲା ଗସ୍ତରୁ ଫେରିବା ପରେ ଲୋକଙ୍କ ଏହି ସମସ୍ୟାର ସମାଧାନ ଦିଗରେ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟପାଳଙ୍କ ଚିଠି ପରେ ସମସ୍ୟାର ସମାଧାନ ଦିଗରେ ତତ୍ପରତା ପ୍ରକାଶ ପାଇଥିବା ଜଣାପଡିଛି।

ସମସ୍ୟା ସମ୍ପର୍କରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ରାଜ୍ୟପାଳଙ୍କ ଚିଠିରେ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷ ନିଶ୍ଚିତ ଭାବେ ନିଶ୍ଚିତ ଚିନ୍ତିତ। ରାଜ୍ୟରେ ବିକାଶ ନାହିଁ। ଶିକ୍ଷା ରୂପାନ୍ତରୀକରଣ ନାଁରେ ବିକାଶର ଡିଣ୍ଡିମ ପିଟୁଛନ୍ତି ସରକାର। କିଏ ଅନ୍ଧ ଓ କିଏ ଭୋଟ ରାଜନୀତି କରୁଛି, ଲୋକେ ଜବାବ ଦେବେ।

Bhubaneswar Cmo Of Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe