Advertisment

ରାଜ୍ୟପାଳଙ୍କ ଅଭିଭାଷଣ, କହିଲେ- ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ସ୍ୱପ୍ନ ପୂରଣ ଲକ୍ଷ୍ୟ

ବିଜେପି କ୍ଷମତାକୁ ଆସିବା ପରେ ଏହା ମୋହନ ସରକାରର ପ୍ରଥମ ବଜେଟ୍ ଅଧିବେଶନ। ୨୫ରେ ଉପସ୍ଥାପନ ହେବ ୨୦୨୪-୨୫ର ପୂର୍ଣ୍ଣାଙ୍ଗ ବଜେଟ୍ ।

ଅଦ୍ୟତନ ହୋଇଛି
Raghubar Das

Raghubar Das

Advertisment

‘କୃଷି ଓ କୃଷକଙ୍କ ବିକାଶ, ସେମାନଙ୍କର ଆୟ ବୃଦ୍ଧି ଉପରେ ଫୋକସ କରିଛନ୍ତି ରାଜ୍ୟ ସରକାର । ଏଥିସହ ନିଯୁକ୍ତି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଭିତ୍ତିଭୂମି କ୍ଷେତ୍ରକୁ ପ୍ରାଥମିକତା ଦେଉଛନ୍ତି ମୋହନ ସରକାର।’ ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଜ୍ୟ ସରକାରଙ୍କ ଭିଜନକୁ ବିଧାନସଭାରେ ପ୍ରତିପାଦିତ କରି ନିଜ ଅଭିଭାଷଣରେ ଏପରି କହିଛନ୍ତି ରାଜ୍ୟପାଳ ରଘୁବର ଦାସ।

Advertisment

ସେ କହିଛନ୍ତି, କୃଷକଙ୍କ ଉନ୍ନତି ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବେ ସରକାର। କୃଷକଙ୍କୁ ସଶକ୍ତ କରିବା ପାଇଁ ପିଏମ୍ କିଷାନ ଲାଗୁ କରାଯିବ।  ସରକାର ଏକ ବିକଶିତ ଓଡ଼ିଶା ଗଠନ କରିବାକୁ ଚାହୁଁଛନ୍ତି। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ସ୍ୱପ୍ନ ପୂରଣ କରିବା ଆମ ଲକ୍ଷ୍ୟ।

କୃଷକ, ଶ୍ରମିକ, ଜନଜାତି, ଯୁବଶକ୍ତି, ଅନ୍ନ-ଦାତାଙ୍କୁ ଗୁରୁତ୍ୱ ଦିଆଯିବ। ସମୃଦ୍ଧ କୃଷି ନୀତି ପ୍ରଚଳନ କରି କୃଷି କ୍ଷେତ୍ରରେ ପରିବର୍ତ୍ତନ ଅଣାଯିବ। ଏହି ନୀତି ଅଧୀନରେ ଧାନ କ୍ୱିଣ୍ଟାଲ ପିଛା ୩୧ ଶହ ଟଙ୍କା ଦିଆଯିବ। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ୪୮ ଘଣ୍ଟା ମଧ୍ୟରେ ପ୍ରଦାନ କରାଯିବ।

Advertisment

କୃଷକଙ୍କ ଆୟ ବୃଦ୍ଧି ସରକାରର ମୂଳ ଲକ୍ଷ୍ୟ। ଶୀତଳ ଭଣ୍ଡାର ସୁବିଧା, ପ୍ରକ୍ରିୟାକରଣ ୟୁନିଟ, ଯୋଗାଣ ଶୃଙ୍ଖଳିତ ହେବ। ମଣ୍ଡିରେ ଶସ୍ୟ ଭଣ୍ଡାର, କୃଷକ ବିଶ୍ରାମ ଗୃହ ରହିବ। ବଜାର ଜାତୀୟ ଶସ୍ୟ ଉତ୍ପାଦନ, ବ୍ୟବହାର ବୃଦ୍ଧି ଦିଗରେ ପଦକ୍ଷେପ ନିଆଯିବ। ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ଶିକ୍ଷକ ପ୍ରଶିକ୍ଷଣ, ଗ୍ରାମାଞ୍ଚଳରେ ଡିଜିଟାଲ ଭିତ୍ତିଭୂମି ସମ୍ପ୍ରସାରଣ ହେବ ବୋଲି କହିଛନ୍ତି ରାଜ୍ୟପାଳ ।

ସାରା ରାଜ୍ୟରେ ୩ ହଜାର ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ। ଜିଲ୍ଲା ମେଡିକାଲରେ ପ୍ରସୂତୀ, ଶିଶୁ ରୋଗ ବିଶେଷଜ୍ଞ ନିଶ୍ଚିତ ରହିବେ। ଉପକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନାଁ ‘ଆରୋଗ୍ୟ ମନ୍ଦିର’ କରାଯିବ। ପ୍ରତି ସିଏଚ୍‌ସିରେ ରହିବ ଗୋଟିଏ ଭ୍ରାମ୍ୟମାଣ୍ୟ ୟୁନିଟ୍। ୨୦୩୦ ସୁଦ୍ଧା ରାଜ୍ୟକୁ ମ୍ୟାଲେରିଆ ମୁକ୍ତ କରାଯିବ।

ଓଡ଼ିଶାରେ ଲାଗୁ କରାଯିବ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା । ଏହା ସମସ୍ତ ଯୋଗ୍ୟ ଓଡ଼ିଶାବାସୀଙ୍କ ପାଇଁ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବ। ଗର୍ଭବତୀଙ୍କୁ ପୁଷ୍ଟିକର ଆବଶ୍ୟକତା ପୂରଣ ପାଇଁ ଆର୍ଥିକ ସହାୟତା ମିଳିବ ବୋଲି କହିଛନ୍ତି ରାଜ୍ୟପାଳ ରଘୁବର ଦାସ ।

ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି ଗୃହ ବର୍ଜନ କରିଥିଲେ ବିରୋଧୀ ବିଜେଡି ଏବଂ କଂଗ୍ରେସ ସଦସ୍ୟ।

ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲେ କଂଗ୍ରେସ ଓ ବିଜେଡି ବିଧାୟକ। ASOଙ୍କୁ ମାଡ଼ ମାରିବା ନେଇ ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ ଅଭିଯୋଗ ରହିଛି। ଏହା ଓଡ଼ିଆ ଅସ୍ମିତାକୁ ଆଘାତ ପହଞ୍ଚାଇଥିବା ବେଳେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିରୋଧୀ। ସେପଟେ ଏନେଇ ବିଜେପିର ପ୍ରତିକ୍ରିୟା ମିଳିପାରିନି।

Governor Of Odisha Governor Raghubar Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe