Advertisment

ସିନ୍ଦେ ସେନାରେ ଗୋବିନ୍ଦା, କହିଲେ- ବନବାସ ସରିଲା, ଏବେ ରାମ ରାଜ୍ୟକୁ ଫେରିଲି

ସେ ୨୦୦୪ ଲୋକସଭା ନିର୍ବାଚନ କଂଗ୍ରେସ ଟିକେଟରେ ଜିତିଥିଲେ।

Shiv Sena

Shiv Sena

Advertisment

ଲୋକସଭା ନିର୍ବାଚନର ଠିକ ପୂର୍ବରୁ ଏକନାଥ ସିନ୍ଦେଙ୍କ ଶିବସେନାରେ ସାମିଲ ହୋଇଛନ୍ତି ବିଲଉଡ ଅଭିନେତା ଗୋବିନ୍ଦା। ସେ ୨୦୦୪ ଲୋକସଭା ନିର୍ବାଚନ କଂଗ୍ରେସ ଟିକେଟରେ ଜିତିଥିଲେ।

Advertisment

ସେ ୨୦୦୯ ଯାଏ ରାଜନୀତିରେ ବେଶ ସକ୍ରିୟ ଥିଲେ। କିନ୍ତୁ ୨୦୧୦ରୁ ୨୦୨୪ ଯାଏ ତାଙ୍କୁ ଆଉ ରାଜନୀତିରେ ଦେଖିବାକୁ ମିଳି ନଥିଲା। ହେଲେ ଚଳିତ ବର୍ଷର ଲୋକସଭା ନିର୍ବାଚନ ପୂର୍ବରୁ ସେ ରାଜନୀତିକୁ ଫେରିଛନ୍ତି।

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ଗୋବିନ୍ଦ ଶିବସେନାରେ ସାମିଲ ହୋଇଛନ୍ତି। ସାମିଲ ହେବା ପରେ ସେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, “ମୋର ବନବାସ ଶେଷ ହୋଇଛି। ସିନ୍ଦେଜୀଙ୍କ ଅଧୀନରେ ଚାଲିଥିବା ରାମ ରାଜ୍ୟରେ ମୁଁ ପ୍ରବେଶ କରିଛି।”

Advertisment

ଗୋବିନ୍ଦା ଆହୁରି କହିଛନ୍ତି, “୨୦୦୪ରୁ ୨୦୦୯ ଯାଏ ମୁଁ ରାଜନୀତିରେ ଥିଲି। ତାହା ୧୪ତମ ଲୋକସଭା ଥିଲା। ଏବେ ଗୋଟିଏ ଚମତ୍କାର ସଂଯୋଗ ଘଟିଛି। ଏବେ ଦୀର୍ଘ ୧୪ ବର୍ଷର ବ୍ୟବଧାନ ପରେ ମୁଁ ରାଜନୀତିକୁ ଫେରିଛି।”

ଗୋବିନ୍ଦା ୨୦୦୪ ସାଧାରଣ ନିର୍ବାଚନରେ କଂଗ୍ରେସ ଟିକେଟରୁ ମୁମ୍ବାଇରେ ପ୍ରାର୍ଥୀ ହୋଇଥିଲେ। ସେ ୫୦ ହଜାର ଭୋଟ ବ୍ୟବଧାନରେ ବିଜେପିର ରାମ ନାଏକଙ୍କୁ ପରାସ୍ତ କରିଥିଲେ। କିନ୍ତୁ ୨୦୦୯ରେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେ ଅଭିନୟ କ୍ୟାରିୟରରେ ଫୋକସ କରିବା ପାଇଁ ଇସ୍ତଫା ଦେଇଥିଲେ। ସେବେଠାରୁ ତାଙ୍କୁ ଆଉ ରାଜନୀତିରେ ଦେଖିବାକୁ ମିଳି ନଥିଲା।

ଏବେ ସେ ଶିବସେନାରେ ସାମିଲ ହୋଇ ଲୋକସଭା ନିର୍ବାଚନ ଲଢ଼ିବେ। ତାଙ୍କୁ ମୁମ୍ବାଇ ନର୍ଥ ୱେଷ୍ଟ ଆସନରୁ ଟିକେଟ ମିଳିପାରେ। ଏଠାରେ ତାଙ୍କର ଲଢ଼େଇ ଉଦ୍ଧବ ସେନା(ୟୁବିଟି)ର ନେତା ଅମୋଲ କିରତିକରଙ୍କ ସହ ହେବ।

Shiv Sena Govinda Eknath Shinde
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe