Advertisment

ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେନି ଗୋବିନ୍ଦା!

ମାର୍ଚ୍ଚ ୨୮ରେ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀରେ ଯୋଗ ଦେଇଥିଲେ ଗୋବିନ୍ଦା।

author-image
Debibandita Barick
Govinda & Eknath Schinde

Govinda & Eknath Schinde

ଲୋକସଭା ନିର୍ବାଚନ ଲଢି ନପାରନ୍ତି ଗୋବିନ୍ଦା। ମାର୍ଚ୍ଚ ୨୮ରେ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀରେ ଯୋଗ ଦେଇଥିବା ଅଭିନେତା ଗୋବିନ୍ଦା ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ନଥିବା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି। 

Advertisment

ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପରିବର୍ତ୍ତେ ପ୍ରଚାର କରିପାରନ୍ତି ବୋଲି କୁହାଯାଉଛି। ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଅଭିନେତା ତଥା ରାଜନେତା ଗୋବିନ୍ଦା ବିଦର୍ଭ ଅଞ୍ଚଳରେ ପ୍ରଚାର କରିବେ।

ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମହାରାଷ୍ଟ୍ରର ରାମଟେକ, ନାଗପୁର, ଭଣ୍ଡାର-ଗୋନ୍ଦିଆ, ଗଡଚିରୋଲି ଏବଂ ଚନ୍ଦ୍ରପୁର ଲୋକସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ଗୋବିନ୍ଦା ଏହି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ।

Advertisment

ଗୋବିନ୍ଦା ଦୀର୍ଘ ୧୪ ବର୍ଷ ହେବ ସକ୍ରୀୟ ରାଜନୀତିରୁ ଦୂରେଇ ରହିଥିଲେ। ସେ ୨୦୦୪ରେ କଂଗ୍ରେସ ଟିକେଟରୁ ଲୋକସଭା ନିର୍ବାଚନ ଜିତିଥିଲେ।୨୦୦୯ ଯାଏ ରାଜନୀତିରେ ବେଶ ସକ୍ରିୟ ଥିଲେ। କିନ୍ତୁ ୨୦୧୦ରୁ ୨୦୨୪ ଯାଏ ତାଙ୍କୁ ଆଉ ରାଜନୀତିରେ ଦେଖିବାକୁ ମିଳିନଥିଲା।

ଏଥର ଲୋକସଭା ନିର୍ବାଚନ ପୂର୍ବରୁ ସେ ରାଜନୀତିକୁ ଫେରିଛନ୍ତି। ସେ ମାର୍ଚ୍ଚ ୨୮ରେ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ଶିବସେନାରେ ଯୋଗ ଦେଇଥିଲେ ଏବଂ ୧୪ ବର୍ଷର ବନବାସ ପରେ ରାମରାଜ୍ୟକୁ ଫେରିଥିବା କହିଥିଲେ।

ଗୋବିନ୍ଦା ସକ୍ରିୟ ରାଜନୀତିରେ ସାମିଲ ହେବା ପରେ ସେ ଲୋକସଭା ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଏଥର ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ, ବରଂ ପ୍ରଚାର କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। 

Govinda Lok Sabha Election Shivsena