ପାଣ୍ଡିଆନଙ୍କ ପଲିଟିକାଲ ଲଚିଂ: ବିବାଦରେ ବିଭାଗ, ନୂଆ ସରକାର ଅନୁମୋଦନ କରିଛନ୍ତି ୧୧ କୋଟି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ଦେଇଥିବା ଦୁଇଟି ଲିଖିତ ଉତ୍ତରରୁ ଜଣାପଡ଼ିଛି ଯେ, ୨୦୧୯ ଏପ୍ରିଲରୁ ୨୦୨୪ ଏପ୍ରିଲ ମାସ ମଧ୍ୟରେ ବିଜେଡି ସରକାର ନିଜର ପ୍ରଚାରପ୍ରସାର ପାଇଁ ମୋଟ ୪୫୨.୯୬କୋଟି ଟଙ୍କାର ବିଜ୍ଞାପନ ଗଣମାଧ୍ୟମକୁ ଦେଇଛନ୍ତି ।

VK Pandian PhotoOR

ବିଜେଡି ନେତା ଭି.କେ ପାଣ୍ଡିଆନ୍‌

Ordigital Desk
  • Published: Thursday, 29 August 2024
  • Updated: 29 August 2024, 10:27 PM IST

Sports

Latest News

ଦୀର୍ଘ ୨୪ବର୍ଷ ଶାସନରେ ରହି ଓଡ଼ିଶା ପାଇଁ ନିଜସ୍ୱ ବିଜ୍ଞାପନ ନୀତି ଆଣିବାରେ ବିଫଳ ଥିବା ବିଜେଡି ସରକାର ସବୁ ନୀତିନିୟମକୁ ଦଳିଚକଟି ସରକାରୀ ଟଙ୍କାରେ ଭାବମୂର୍ତ୍ତି ସଜାଡ଼ିବାକୁ ‘ଆଡଭୋଟୋରିଆଲ’ ଭଳି ଗଳାବାଟ ଆପଣାଇଥିଲା । ‘ଫାଇଭ-ଟି ଅଧ୍ୟକ୍ଷ’ ଭଳି ଏକ ଅସମ୍ବିଧାନିକ ପଦବୀ ପାଇଁ ଏକ ବେଆଇନ ବ୍ୟବସ୍ଥା ‘ଆଡଭୋଟୋରିଆଲ’ କରି ରାଜକୋଷ ଅର୍ଥରେ ତତକାଳୀନ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ପଲଟିକାଲ ଲଚିଂ କରାଯାଇଥିଲା । ପାଣ୍ଡିଆନଙ୍କ ଫଟୋଚିତ୍ର ଥାଇ ବିଭିନ୍ନ ସମ୍ବାଦପତ୍ରକୁ ଚଳିତବର୍ଷ ଜାନୁୟାରୀରୁ ମାର୍ଚ୍ଚ ମାସ ମଧ୍ୟରେ ପ୍ରାୟ ୧୫.୨୭କୋଟି ଟଙ୍କାର ‘ଆଡଭୋଟୋରିଆଲ’ ଦିଆଯାଇଛି । ଆଉ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଏଥିରୁ ପ୍ରାୟ ୧୧ କୋଟି ଟଙ୍କାକୁ ନୂଆ ସରକାର ଆସିବା ପରେ ଅନୁମୋଦନ କରିଥିବା ଭଳି ତଥ୍ୟ ପଦାକୁ ଆସିଛି । ବିଭାଗୀୟ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନ୍ଧାରରେ ରଖି ବିଭାଗ ଦ୍ୱାରା ‘ପାଣ୍ଡିଆନଙ୍କ ଫଟୋଚିତ୍ର ଥିବା ଆଡଭୋଟୋରିଆଲ’କୁ ମଞ୍ଜୁର କରାଯାଇଥିବା ଚର୍ଚ୍ଚା ହେଉଛି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ଦେଇଥିବା ଦୁଇଟି ଲିଖିତ ଉତ୍ତରରୁ ଜଣାପଡ଼ିଛି ଯେ, ୨୦୧୯ ଏପ୍ରିଲରୁ ୨୦୨୪ ଏପ୍ରିଲ ମାସ ମଧ୍ୟରେ ବିଜେଡି ସରକାର ନିଜର ପ୍ରଚାରପ୍ରସାର ପାଇଁ ମୋଟ ୪୫୨.୯୬କୋଟି ଟଙ୍କାର ବିଜ୍ଞାପନ ଗଣମାଧ୍ୟମକୁ ଦେଇଛନ୍ତି । ସେହିପରି କେତେକ ବିଶେଷ କାର୍ଯ୍ୟକ୍ରମରେ ତଥ୍ୟଭିତ୍ତିକ ଆଲେଖ୍ୟ(ଆଡଭୋଟୋରିଆଲ) ନିମନ୍ତେ ବିଭିନ୍ନ ସମ୍ବାଦପତ୍ରକୁ ୧୫କୋଟି ୨୬ଲକ୍ଷ ୯୧ହଜାର ୯୩୩ଟଙ୍କା ଦିଆଯାଇଛି । ଏହି ଆଡଭୋଟୋରିଆଲରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ଫାଇଭ-ଟି ସଚିବଙ୍କ ଫଟୋ ସହିତ ସମ୍ପୃକ୍ତ କାର୍ଯ୍ୟକ୍ରମରେ ଜଡ଼ିତ ବ୍ୟକ୍ତିମାନଙ୍କ ଫଟୋ ପ୍ରକାଶ ପାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ।

Also Read

ତେବେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ମୁହଁରେ ବିଭାଗ ଦେଇଥିବା ଲିଖିତ ଉତ୍ତରରୁ ଜଣାପଡ଼ିଛି ଯେ, ବିଜେଡି ସରକାର ସମୟରେ ପାଣ୍ଡିଆନଙ୍କ ଫଟୋଚିତ୍ର ଥାଇ ବିଭିନ୍ନ କାର୍ଯ୍ୟକ୍ରମ ନିମନ୍ତେ ୨୦୨୪ ଜାନୁୟାରୀରୁ ଏପ୍ରିଲ ମାସ ଅବଧିରେ ଦିଆଯାଇଥିବା ମୋଟ ୧୫.୨୬କୋଟି ଟଙ୍କାର ‘ଆଡଭୋଟେରିଆଲ’ ମଧ୍ୟରୁ ପ୍ରାୟ ୧୧.୧୧କୋଟି ଟଙ୍କାର ଆଡଭୋଟୋରିଆଲକୁ ନୂଆ ସରକାର ଆସିବା ପରେ ଅର୍ଥାତ୍ ଜୁନ୍ ୩୦ତାରିଖ ପରେ ମଞ୍ଜୁର କରାଯାଇଛି । ବିଜେଡି ସରକାର ଅମଳରେ ୨୦୨୪ ଜାନୁୟାରୀ ୧୭ରେ ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ ପାଇଁ ଦିଆଯାଇଥିବା ୯.୨୨କୋଟି ଟଙ୍କାର ‘ଆଡଭୋଟୋରିଆଲ’କୁ ଗତ ଜୁନ୍ ୩୦ତାରିଖରେ ବିଭାଗ ମଞ୍ଜୁରୀ ଦେଇଛି । ସେହିପରି   ୨୦୨୪ ଜାନୁୟାରୀ ମାସରେ ମା’ ସମଲେଇ ପ୍ରକଳ୍ପ ପାଇଁ ଦିଆଯାଇଥିବା ୧.୫୭କୋଟି ଟଙ୍କାର ଆଡଭୋଟୋରିଆଲକୁ ଚଳିତ ଅଗଷ୍ଟ ୧୭ତାରିଖରେ ମଞ୍ଜୁରୀ ମିଳିଛି । ୨୦୨୪ ଫେବୃୟାରୀ ମାସରେ ‘ପ୍ରଥମ ବିଶ୍ୱ ଭାଷା ସାହତ୍ୟ ସମ୍ମିଳନୀ’ ପାଇଁ ଦିଆଯାଇଥିବା ୨୨.୧୧ଲକ୍ଷ ଟଙ୍କାର ‘ଆଡଭୋଟୋରିଆଲ’କୁ ଚଳିତମାସ ୨୩ତାରିଖରେ ମଞ୍ଜୁରୀ ଦିଆଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୧.୧୬କୋଟି ଟଙ୍କାର ଆଡଭୋଟୋରିଆଲକୁ ଏବେବି ମଞ୍ଜୁରୀ ମିଳିନଥିବା ଜଣାପଡ଼ିଛିି । ଅବଶ୍ୟ ଫେବୃୟାରୀ ମାସରେ ଘୋଷଣା ହୋଇଥିବା ‘ନୂଆ ଓ ସ୍କଲାରସିପ୍ ସ୍ମାର୍ଟ କାର୍ଡ ଯୋଜନା’ ପାଇଁ ୧.୨୨କୋଟି ଟଙ୍କାର ଆଡଭୋଟୋରିଆଲକୁ ବିଭାଗ ବିଜେଡି ସରକାର ସମୟରେ ଏପ୍ରିଲ ୧୯ତାରିଖରେ ଅନୁମୋଦନ କରିଥିବା ଦର୍ଶାଇଛି ।

ତେବେ ପ୍ରଶ୍ନ ଉଠୁଛି, ବିଜେଡି ସରକାର ଅମଳରେ ‘ଆଡଭୋଟୋରିଆଲ’ ପ୍ରକାଶ ପାଇଁ ବିଭାଗୀୟ ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଥିଲେ କି? ଯଦି ନୁହେଁ ବିଭାଗୀୟ ସଚିବ କେଉଁ ନିୟମ ବଳରେ ଏତେ କୋଟି ଟଙ୍କା ‘ପେଡ୍ ନ୍ୟୁଜ’ ପାଇଁ ବିଭିନ୍ନ ସଂସ୍ଥାକୁ ଦେଲେ? ବିଜ୍ଞାପନ ନଦେଇ ‘ଆଡଭୋଟୋରିଆଲ’ ଦେବା ପଛରେ କ’ଣ ରହସ୍ୟ ରହିଛି? ନୂଆ ସରକାର ଆସିବା ପରେ ବି ସେହି ବେଆଇନ ‘ଆଡଭୋଟୋରିଆଲ’କୁ ଆଇନତଃ ‘ମଞ୍ଜୁରୀ ନିର୍ଦ୍ଦେଶ- ସାକ୍ସନ ଅର୍ଡର’ କିଏ ଜାରି କଲେ? ସରକାରଙ୍କ ଅନୁମୋଦନ ନଥାଇ ଜାରି ହୋଇଥିବା ‘ଆଡଭୋଟୋରିଆଲ’ପାଇଁ ବିଜେପି ସରକାରରେ ମଞ୍ଜୁରୀ ଅର୍ଡର ଜାରି କିଏ ଅନୁମତି ଦେଇଛନ୍ତି? ଅବଶ୍ୟ ବିଜେଡି ସରକାରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ଥିବା ସଞ୍ଜୟ କୁମାର ସିଂ ଏବେ ବିଜେପି ସରକାରରେ ବି ନିଜର ପଦବୀ ବଜାୟ ରଖିଛନ୍ତି ।

ଉଲ୍ଲେଖଯୋଗ୍ୟ, ବିଜେଡି ସରକାର ଅମଳରେ ୨୦୧୯ରୁ ୨୦୨୪ ଏପ୍ରିଲ ମାସ ମଧ୍ୟରେ ଦିଆଯାଇଥିବା ମୋଟ ୪୫୨.୯୬କୋଟି ଟଙ୍କା ମଧ୍ୟରେ ବିଭିନ୍ନ ସମ୍ବାଦପତ୍ରକୁ ୪୩୨.୯୨କୋଟି ଟଙ୍କା,ବିଭିନ୍ନ ଟିଭି ଚ୍ୟାନେଲକୁ ୧୯.୭୭କୋଟି ଟଙ୍କା ଓ ବିଭିନ୍ନ ୱେବମିଡିଆକୁ ୨୭.୦୨ଲକ୍ଷ ଟଙ୍କାର ବିଜ୍ଞାପନ ଦିଆଯାଇଥିଲା । ତେବେ ଏହି ୫ବର୍ଷ ମଧ୍ୟରେ ରାଜ୍ୟର ସର୍ବବୃହତ୍ ତଥା ସର୍ବାଧିକ ଆଦୃତ ଟିଭି ଚ୍ୟାନେଲ ‘ଓଟିଭି’କୁ ମାତ୍ର ୧୭.୩୫ଲକ୍ଷ ଟଙ୍କାର ବିଜ୍ଞାପନ ଦେଇଥିବା ଜଣାପଡ଼ିଛି ।

ଅନ୍ୟପକ୍ଷରେ ଏହି ବିଜ୍ଞାପନ(ଆଡଭାଇଟାଇଜ୍ ) ଓ ଆଡଭୋଟୋରିଆଲ ଅନିୟମିତତାର ତଦନ୍ତ ହେଲେ ବହୁ ଗୁମର ପଦାକୁ ଆସିପାରିବ ବୋଲି ବିଜେପି କହିଛି । ବିଜେପି ବିଧାୟକ ଅଶୋକ ମହାନ୍ତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପାଣ୍ଡିଆନ ନିଜର ପ୍ରଚାର ପାଇଁ ରାଜ୍ୟ ରାଜକୋଷରୁ ୧୫କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ବିଜ୍ଞାପନ ବାବଦରେ ବି ଶହଶହ କୋଟି ବିଜେଡି ସରକାର ଖର୍ଚ୍ଚ କରିଛି । ବର୍ତ୍ତମାନର ସରକାରଙ୍କଠୁ ଓଡ଼ିଶାବାସୀ ଏହାର ଉତ୍ତର ପାଇବାକୁ ଅପେକ୍ଷା କରିଛନ୍ତି । ଆମ ସରକାର ନିଶ୍ଚୟ ଏହା ଉପରୁ ପରଦା ଖୋଲିବେ ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story