ନିର୍ବାଚନୀ ବର୍ଷରେ ବି ଫେଲ୍ : ବଜେଟ୍ ଆକାର ବଢ଼ୁଛି, ଖର୍ଚ୍ଚ ବଢ଼ୁନି, ୫ମାସରେ ଖର୍ଚ୍ଚ ମାତ୍ର ୨୬.୩%

ଆଜି ବିଧାନସଭାରେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଗତ କରିଥିବା ୨୮୨୦୦କୋଟି ଟଙ୍କାର ଅତିରିକ୍ତ ବଜେଟର ୭୧ ପ୍ରତିଶତ ଅର୍ଥ (୨୦୧୦୦କୋଟି ଟଙ୍କା) କେବଳ କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ବ୍ୟୟବରାଦ ହୋଇଛି ।

Lokaseva Bhawan PhotoOR

ଲୋକସେବା ଭବନ

Ordigital Desk
  • Published: Friday, 22 September 2023
  • Updated: 22 September 2023, 09:44 PM IST

Sports

Latest News

ବିଧାନସଭାରେ ଆଜି ୨୮୨୦୦କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପିତ ହେବାପରେ ୨୦୨୩-୨୪ ଆର୍ଥିକ ବର୍ଷରେ ମୋଟ୍ ବଜେଟ୍ ପରିମାଣ ୨ଲକ୍ଷ ୫୮ହଜାର ୨୦୦କୋଟି ଟଙ୍କା ଛୁଇଁବା ସ୍ପଷ୍ଟ ହୋଇଯାଇଛି । ଗୃହରେ ସଂଖ୍ୟାଗରିଷ୍ଠତା ଦୃଷ୍ଟିରୁ ଶାସକ ବିଜେଡି ଆସନ୍ତା ଅକ୍ଟୋବର ୩ ତାରିଖରେ ଏହି ଅତିରିକ୍ତ ବଜେଟକୁ ପାରିତ କରାଇ ନେବ । ତେବେ ନିର୍ବାଚନୀ ବର୍ଷରେ ମୂଳ ବଜେଟରେ ଆବଂଟିତ  ୨.୩୦ଲକ୍ଷ କୋଟି ଟଙ୍କାରୁ ମାତ୍ର ୨୬.୩୧% ( ୫ମାସ ମଧ୍ୟରେ)ଅର୍ଥକୁ ଖର୍ଚ୍ଚ କରିବାରେ ସକ୍ଷମ ହୋଇଥିବା ରାଜ୍ୟ ସରକାର ଏବେ ପୁଣିଥରେ ୨୮୨୦୦କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଣିବା ପରୋକ୍ଷରେ ରାଜ୍ୟ ସରକାରଙ୍କ ଆର୍ଥିକ ପରିଚାଳନା ନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ରାଜ୍ୟର ଅର୍ଥନୀତି ବେଶ୍ ସୁଦୃଢ଼ ଥିବା ନେଇ ଗୋଲାପୀ ଚିତ୍ର ଦେଉଥିବା ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ ଅଗଷ୍ଟ ମାସ ଶେଷ ସୁଦ୍ଧା ଉଭୟ କାର୍ଯ୍ୟକ୍ରମ ଓ ପ୍ରଶାସନିକ ବ୍ୟୟବାବଦରେ ମାତ୍ର ୬୦,୫୧୭ କୋଟି ଟଙ୍କା (୨୬.୩୧%) ଖର୍ଚ୍ଚ କରିବାକୁ ସକ୍ଷମ ହୋଇଛନ୍ତି । ଚଳିତବର୍ଷ ସାଧାରଣ ନିର୍ବାଚନ ଥିବାରୁ ୨୦୨୪ ଫେବୃୟାରୀ ଶେଷ ସୁଦ୍ଧା ରାଜ୍ୟରେ ନିର୍ବାଚନୀ ଆଚରଣ ବିଧି ଲାଗିବ, ଯାହାଫଳରେ ମାର୍ଚ୍ଚ ମାସରେ ବିକାଶମୂଳକ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ ସମ୍ଭବପର ହେବନି ବୋଲି ଜାଣିସୁଦ୍ଧା କେବଳ ସାଧାରଣ ଲୋକଙ୍କୁ ଭେଳିକି ଦେଖାଇବା ପାଇଁ ସରକାର ୨୮୨୦୦କୋଟି ଟଙ୍କାର ଅତିରିକ୍ତ ବଜେଟ୍ ବ୍ୟୟବରାଦ କରିଥିବା ଚର୍ଚ୍ଚା ହେଉଛି । ୨୦୨୩-୨୪ ଆର୍ଥିକ ବର୍ଷର ମୂଳବଜେଟରେ ୨.୩୦ଲକ୍ଷ କୋଟି ଟଙ୍କାର ବ୍ୟୟବରାଦରୁ ମାତ୍ର ୬୦୫୧୭କୋଟି ଟଙ୍କା ଖର୍ଚ୍ଚ କରିଥିବା ସରକାର ଆଉ ମାତ୍ର ୫ମାସ ମଧ୍ୟରେ ଆଉ ପ୍ରାୟ ୨ଲକ୍ଷ କୋଟି ଟଙ୍କା(ଅତିରିକ୍ତ ବଜେଟ ବ୍ୟୟବରାଦକୁ ମିଶାଇ)କୁ କିଭଳି ଖର୍ଚ୍ଚ କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ‘ପିପୁଲ୍ସ ଗାଇଡ୍ ସପ୍ଲିମେଣ୍ଟାରୀ ବଜେଟ୍ ୨୦୨୩-୨୪’ର ତଥ୍ୟ ଅନୁସାରେ, ୨୦୨୩ ଅଗଷ୍ଟ ମାସ ଶେଷ ସୁଦ୍ଧା ଉଭୟ ପ୍ରଶାସନିକ ଓ କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ମୋଟ ୬୦୫୧୭କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯାହାକି ଗତ ଆର୍ଥିକ ବର୍ଷ ତୁଳନାରେ ଅଧିକ । ଅଗଷ୍ଟ ଶେଷ ସୁଦ୍ଧା କାର୍ଯ୍ୟକ୍ରମ ଖର୍ଚ୍ଚବାବଦରେ ୩୪୩୦୩କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯଦିଓ ସରକାର ମୂଳ ବଜେଟରେ ଆକଳନ କରିଥିବା ଟିକସ ସଂଗ୍ରହ କରିବାରେ ସରକାର ସକ୍ଷମ ହୋଇଛନ୍ତି, କିନ୍ତୁ ବଜେଟ ଅର୍ଥକୁ ଖର୍ଚ୍ଚ କରିବାରେ ଆଖିଦୃଶିଆ ସଫଳତା ପାଇନାହାନ୍ତି । ଚଳିତ ବର୍ଷ ବଜେଟରେ ନିଜସ୍ୱ ଟିକସ ରାଜସ୍ୱ ବାବଦରେ ୫୩ହଜାର କୋଟି ଟଙ୍କା ଆକଳନ କରିଥିବା ସରକାର ସେଥିରୁ ୩୮ ପ୍ରତିଶତ ଅର୍ଥାତ୍ ୨୦୧୩୧କୋଟି ଟଙ୍କା ସଂଗ୍ରହ କରିଛନ୍ତି । ସେହିପରି ଅଣଟିକସ ରାଜସ୍ୱରେ ୫୨୫୦୦କୋଟି ଟଙ୍କା ଆକଳନ କରିଥିବା ସରକାର ୨୧୧୦୦କୋଟି (୪୦.୨%) ସଂଗ୍ରହ କରିଛନ୍ତି । ଅର୍ଥାତ୍ ନିଜସ୍ୱ ଟିକସ ଓ ଅଣଟିକସ ରାଜସ୍ୱବାବଦରେ ମୋଟ ୧୦୫୫୦୦କୋଟି ଟଙ୍କା ମଧ୍ୟରୁ ଅଗଷ୍ଟ ଶେଷସୁଦ୍ଧା ୪୧୨୩୧କୋଟି(୩୯%) ଟିକସ ସଂଗ୍ରହ ହୋଇପାରିଛି । ଏହାବାଦ୍ କେନ୍ଦ୍ର ସରକାରରୁ ଅନୁଦାନ,ଅଂଶଧନ ଓ ଟିକସରେ ଭାଗିଦାର ବାବଦରେ ମୋଟ ଆକଳନର ୨୯.୮% ଅର୍ଥାତ୍ ୨୩୫୩୫କୋଟି ଟଙ୍କା ମିଳିଛି ।

Also Read

ଆଜି ବିଧାନସଭାରେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଗତ କରିଥିବା ୨୮୨୦୦କୋଟି ଟଙ୍କାର ଅତିରିକ୍ତ ବଜେଟର ୭୧ ପ୍ରତିଶତ ଅର୍ଥ (୨୦୧୦୦କୋଟି ଟଙ୍କା) କେବଳ କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ବ୍ୟୟବରାଦ ହୋଇଛି । ଏଥିରେ ୧୦୬୮୪କୋଟି ଟଙ୍କା(୫୩%) ସାମାଜିକ କ୍ଷେତ୍ର,  ୮୪୭୩କୋଟି ଟଙ୍କା(୪୨%) ଆର୍ଥିକ କ୍ଷେତ୍ର ଓ ବାକି ୯୪୩କୋଟି ଟଙ୍କା(୫%) ସାଧାରଣ ସେବା କ୍ଷେତ୍ରରେ ବ୍ୟୟବରାଦ ହୋଇଛି । ତେଣୁ କାର୍ଯ୍ୟକ୍ରମ ଖର୍ଚ୍ଚବାବଦ ବ୍ୟୟବରାଦରୁ ୯୫ ପ୍ରତିଶତ ଅର୍ଥ(୧୯୧୫୭କୋଟି ଟଙ୍କା)କୁ ସରକାର ବିକାଶମୂଳକ କାର୍ଯ୍ୟରେ ଖର୍ଚ୍ଚ କରିବେ ବୋଲି ସ୍ପଷ୍ଟ କରିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, ଚଳିତ ଆର୍ଥିକ ବର୍ଷ ପାଇଁ ୨.୩୦ଲକ୍ଷ କୋଟି ଟଙ୍କାର ମୂଳ ବଜେଟରୁ ମାତ୍ର ୬୦୫୧୭କୋଟି ଟଙ୍କାକୁ ୫ମାସ ମଧ୍ୟରେ ଖର୍ଚ୍ଚ କରି ପାରିଥିବା ସରକାର ପୁଣିଥରେ ୨୮୨୦୦କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଣିବାର ଆବଶ୍ୟକତା କ’ଣ ଥିଲା । ଯଦିଓ ସରକାର ସଫେଇ ଦେଇ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଅଧୀନରେ ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବା, ପ୍ରଚଳିତ କେନ୍ଦ୍ର ଯୋଜନା ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ପାଇଁ ଅତିରିକ୍ତ ବ୍ୟୟବରାଦ ଏବଂ ଓଡ଼ିଶା ଆକସ୍ମିକ ପାଣ୍ଠିରୁ ନିଆଯାଇଥିବା ଅଗ୍ରୀମ ଅର୍ଥର ଭରଣା ନିମନ୍ତେ ଏହି ଅତିରିକ୍ତ ବଜେଟ୍ ଉପସ୍ଥାପନ କରାଯାଇଛି । ତେବେ ଏଫଆରବିଏମ୍ ଆକ୍ଟ ଲାଗୁ ଥିବା ସତ୍ତ୍ୱେ ବଜେଟ୍ ଅର୍ଥ ୫ମାସ ପରେ ବି ୩୦ ପ୍ରତିଶତ ଖର୍ଚ୍ଚ ହୋଇ ନପାରିବା ସରକାରଙ୍କ ଦୁର୍ବଳ ଆର୍ଥିକ ନୀତିକୁ ପଦାରେ ପକାଇଛି । ଅବଶ୍ୟ ଓଡ଼ିଶା ଅର୍ଥନୀତିର ଗୋଲାପୀ ଚିତ୍ରକୁ ବେଶ୍ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପିତ କରି ସରକାର ଏସବୁ ତ୍ରୁଟି ଓ ଦୁର୍ବଳତାକୁ ଲୁଚାଇବାରେ ସକ୍ଷମ ହେଉଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story