Advertisment

ରତ୍ନଭଣ୍ଡାର ଅଳଙ୍କାର ତଦାରଖ ପାଇଁ ଗଠନ ହେଲା କମିଟି; ଜଷ୍ଟିସ ପଶାୟତ ଅଧ୍ୟକ୍ଷ

ଏହି କମିଟିରେ ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡାଙ୍କୁ ଉପାଧ୍ୟକ୍ଷ କରାଯାଇଛି।

ଅଦ୍ୟତନ ହୋଇଛି
CMO

CMO

Advertisment

ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାରର ତାଲିକା ପ୍ରସ୍ତୁତିର ତଦାରଖ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କମିଟି ଗଠନ କରିଛନ୍ତି। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ୍ ପଶାୟତ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି। ଏହି କମିଟିରେ ଅଧ୍ୟକ୍ଷଙ୍କ ସହ ରହିଛନ୍ତି ମୋଟ ୧୨ ଜଣ ସଦସ୍ୟ। କମିଟିରେ ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡାଙ୍କୁ ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି।

Advertisment

ସେହିପରି କମିଟିରେ ଆଲ୍ଲାହାବାଦ ବ୍ୟାଙ୍କର ପୂର୍ବତନ CMD ଡକ୍ଟର ବିଧୁଭୂଷଣ ସାମଲ ଓ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏ.କେ. ସାବତଙ୍କୁ ଗଜପତି ମହାରାଜାଙ୍କ ପ୍ରତିନିଧି ଭାବେ ନିଯୁକ୍ତି କରାଯାଇଛି। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ପ୍ରତିନିଧିଙ୍କୁ ଏହି କମିଟିରେ ସଦସ୍ୟ ଭାବେ ସାମିଲ କରାଯାଇଛି। ଏମାନଙ୍କ ବ୍ୟତୀତ ସେବକ ଦୁର୍ଗାପ୍ରସାଦ ଦାସ ମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର, ଜଗନ୍ନାଥ କର, ଗଣେଶ ମେକାପ ଓ ପୁରୀ ଜିଲ୍ଲାପାଳ କମିଟି ସଦସ୍ୟ ରହିଛନ୍ତି। ସେହିପରି ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ବି ସଦସ୍ୟ ରହିଛନ୍ତି। କମିଟିର ପ୍ରତ୍ୟେକ ସଦସ୍ୟ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଅଳଙ୍କାରର ତାଲିକା ପ୍ରସ୍ତୁତିର ତଦାରଖ କରିବେ।

ଅନ୍ୟପକ୍ଷରେ ଶ୍ରୀମନ୍ଦିର ବାହାର ରତ୍ନ ଭଣ୍ଡାର କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ନେଇ ଏଏଏସ୍ଆଇ ଲେଜର ସ୍କାନିଂ ରିପୋର୍ଟରୁ ତଥ୍ୟ ମିଳିଛି। ଏଏସ୍ ଆଇ ପକ୍ଷରୁ ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଏହି ସ୍କାନିଂ ରିପୋର୍ଟ ପ୍ରଦାନ କରାଯାଇଛି।

Advertisment
Puri Shreemandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe