Advertisment

ସରକାରୀ କର୍ମଚାରୀଙ୍କୁ ଟଙ୍କା ବାଣ୍ଟିବା କାର୍ଯ୍ୟରେ ବିଜେଡି ଲଗାଇଛି, ଫେରାଦ ହେଲା ବିଜେପି

‘ସରକାରୀ କର୍ମଚାରୀଙ୍କୁ ନିର୍ବାଚନ ପ୍ରଚାରରେ ବ୍ୟବହାର କରିବା ବିଜେଡିର ଚିରାଚରିତ ଅଭ୍ୟାସ’

BJP TEAM

BJP TEAM

Advertisment

ଝାରସୁଗୁଡ଼ା ଉପନିର୍ବାଚନରେ ସରକାରୀ ମହିଳା କର୍ମଚାରୀଙ୍କୁ ବିଜେଡି ନିଜ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କାର୍ଯ୍ୟରେ ଲଗାଇବା ସହ ଭୋଟରଙ୍କୁ ଟଙ୍କା ବାଣ୍ଟିବା କାର୍ଯ୍ୟରେ ନିୟୋଜିତ କରାଯାଇଥିବା ବିଜେପି ଅଭିଯୋଗ କରିଛି । ସରକାରୀ କର୍ମଚାରୀଙ୍କୁ ନିର୍ବାଚନ ପ୍ରଚାରରେ ବ୍ୟବହାର କରିବା ବିଜେଡିର ଚିରାଚରିତ ଅଭ୍ୟାସ ବୋଲି ବିଜେପି କହିବା ସହ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ।

Advertisment

ବିଜେପିର ଏକ ପ୍ରତିନିଧି ଦଳ ଶନିବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ବିଜେପି ରାଜ୍ୟ ମୁଖପାତ୍ର ସୋନାଲି ସାହୁ କହିଛନ୍ତି, ଝାରସୁଗୁଡ଼ାରେ ସରକାରୀ କର୍ମଚାରୀମାନେ ବିଜେଡି ପାଇଁ କର୍ମୀ ଭଳି ପ୍ରଚାର କରୁଛନ୍ତି । ଯାହାର ପ୍ରମାଣ ବିଜେପି ହାତରେ ଲାଗିଛି । ସାଧାରଣ ନିର୍ବାଚନ ହେଉକି କି ଉପନିର୍ବାଚନ ସବୁବେଳେ ସରକାରୀ କର୍ମଚାରୀମାନେ ନିର୍ବାଚନ ନିୟମ ଉଲଘଂନ କରିବା ସହ ବିଜେଡିର କର୍ମୀ ଭଳି ପ୍ରଚାର କରି ଆସୁଛନ୍ତି ।

ସେ କହିଛନ୍ତି, ଶୁକ୍ରବାର ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର କୋଲାବିରା ବ୍ଲକ ଜିଲ୍ଲାପାଲି ପଂଚାୟତର କମ୍ୟୁନିଟି ରିସୋର୍ସ ପର୍ସନ(ସିଆରପି) ଅସ୍ମିତା ନାୟକ, ବିନତା ନାୟକ, ଜେ.ପଣ୍ଡାକିମାଲ ଓ ପୂଜା ପଟେଲ ବିଜୁ ଜନତା ଦଳର ନିର୍ବାଚନୀ ପ୍ରଚାରରେ ସିଧାସଳଖ ଯୋଗ ଦେଇଥିଲେ । ସେହିପରି ସରବାହଲ ୧ନଂ ୱାର୍ଡର ଅଙ୍ଗନୱାଡି ଦିଦି ସୁରୁଚି ପାଢ଼ି ଖୋଲାଖୋଲି ସୋସିଆଲ ମିଡିଆରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର ପ୍ରସାର କରୁଛନ୍ତି । ଏହା ନିର୍ବାଚନ ଆଚରଣ ବିଧିକୁ ଉଲଘଂନ କରିବା ସହ ଲୋକପ୍ରତିନିଧି ଅଧିନିୟମ-୧୯୫୧ର ମଧ୍ୟ ଉଲ୍ଲଘଂନ କରୁଛି ।

Advertisment

ସରକାରୀ କର୍ମଚାରୀମାନଙ୍କୁ ନିଜ ଦଳ ସପକ୍ଷରେ ଲଗାଇ  ପ୍ରଚାର କରିବା ବିଜେଡିର ଚିରାଚରିତ ଅଭ୍ୟାସ । ଝାରସୁଗୁଡ଼ା ଉପନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ କରିବା ପାଇଁ ବିଜେପି ଦାବି କରିବା ସହ ବିଜେଡି ପାଇଁ ପ୍ରଚାର କରୁଥିବା ସରକାରୀ କର୍ମଚାରୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିମନ୍ତେ ଲିଖିତ ଭାବେ ଅନୁରୋଧ କରିଛି ।

ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ଉମାକାନ୍ତ ପଟ୍ଟନାୟକ, ଐଶ୍ୱର୍ଯ୍ୟା ବିଶ୍ୱାଳ ଓ ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ ।

BjD Bjp Jharsuguda Bypoll
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe