Advertisment

ଆସନ୍ତା ୫ ବର୍ଷ ମଧ୍ୟରେ ସବୁ ଭୂମିହୀନଙ୍କୁ ଜାଗା ଦେବାକୁ ଯୋଜନା କରୁଛନ୍ତି ସରକାର: ସୁରେଶ ପୂଜାରୀ

‘ରାଜସ୍ବ ବିଭାଗ ଗୋଟିଏ ନିଷ୍ପତ୍ତି ନେଇଛି ଯିଏ ଘର ଡିହ ଯୋଜନାରେ ୪ ଡିସିମିଲି ଜାଗା ପାଇବ, ସେହି ଜମି ହସ୍ତାନ୍ତରିତ ହୋଇପାରିବ ନାହିଁ। ତେବେ ବଂଶାନୁକ୍ରମିକ ଭାବେ ଯିଏ ପାଇଥିବା ତାଙ୍କ ଘର ଲୋକ ତାର ଅଧିକାର ପାଇବେ।’

Suresh

Suresh

Advertisment

ରାଜ୍ୟ ସରକାର ଯୋଜନା କରୁଛନ୍ତି ଆସନ୍ତା ୫ ବର୍ଷ ମଧ୍ୟରେ ସବୁ ଭୂମିହୀନଙ୍କୁ ଜାଗା ଦେବେ। ଏଥିପାଇଁ ଯେଉଁମାନଙ୍କ ଆୟ ୬୦ହଜାର ଥିଲା, ତାକୁ ଏକ ଲକ୍ଷ ଟଙ୍କା କରାଯାଇଛି। ଗ୍ରାମାଞ୍ଚଳରେ ଯେଉଁମାନଙ୍କ ପାଖରେ ଜମି ଡିହ ନାହିଁ ସମସ୍ତଙ୍କୁ ଜମି ଦିଆଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

Advertisment

ଓଡ଼ିଶା ରିପୋର୍ଟରକୁ ଦେଇଥିବା ଏକ ସାକ୍ଷାତକାରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ଜମି ଡିହ ସିନା ନାହିଁ, ସେଥିରୁ ଅଧିକାଂଶ ଲୋକ କୁଡିଆ କରି ବିଭିନ୍ନ ସ୍ଥାନରେ ରହୁଛନ୍ତି। ଯେଉଁ ଜାଗାରେ କୁଡ଼ିଆ କରି ରହୁଛନ୍ତି, ଯଦି ତାହା ଆପତ୍ତିଜନକ ହୋଇନଥିବ, ଆମେ ତାଙ୍କୁ ସେଠାରେ ହିଁ ଜାଗା ଦେବୁ। ଯଦି ଆପତ୍ତିଜନକ ହୋଇଥିବ ସେମାନଙ୍କୁ ଆମେ ବିକଳ୍ପ ୪ ଡିସିମିଲ ଜାଗା ଦେବୁ। ଯେଉଁଠି ଆପତ୍ତିଜନକ ଜାଗା ହୋଇନଥିବ ପାଖରେ ହିଁ ସେମାନଙ୍କୁ ଜାଗା ମିଳିବ।

ବହୁ ସମୟରେ ଗରିବ ୪ ଡିସିମିଲ ଜାଗା ମିଳିଲେ ମଧ୍ୟ ତାକୁ ପ୍ରଭାବଶାଳୀ ଲୋକ ଛଡାଇ ନେଇ ଯାଉଛନ୍ତି। ତେବେ ରାଜସ୍ବ ବିଭାଗ ଗୋଟିଏ ନିଷ୍ପତ୍ତି ନେଇଛି ଯିଏ ଘର ଡିହ ଯୋଜନାରେ ୪ ଡିସିମିଲି ଜାଗା ପାଇବ, ସେହି ଜମି ହସ୍ତାନ୍ତରିତ ହୋଇପାରିବ ନାହିଁ। ତେବେ ବଂଶାନୁକ୍ରମିକ ଭାବେ ଯିଏ ପାଇଥିବା ତାଙ୍କ ଘର ଲୋକ ତାର ଅଧିକାର ପାଇବେ। ଏହି ଜାଗା ଆଉ ବିକି ହେବନି। ସହରାଞ୍ଚଳରେ ଯେଉଁ ବସ୍ତିରେ ଲୋକେ ରହୁଛନ୍ତି, ଆମେ ସେମାଙ୍କୁ ପୋଜେସନ ସାର୍ଟଫିକେଟ୍ ଦେବୁ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। 

Advertisment

Suresh Pujari
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe