Advertisment

ବୈଜୟନ୍ତଙ୍କୁ ରାଜ୍ୟ ବିଜେପିର ଭବ୍ୟ ସ୍ୱାଗତ, ବିମାନବନ୍ଦରରୁ ବିଶାଳ ଶୋଭାଯାତ୍ରାରେ ଆସିଲେ

ଗୁରୁବାର ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ପ୍ରଭାରୀ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଦଳର କର୍ମୀ ଓ ନେତାମାନେ ତାଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ଦଳୀୟ କାର୍ଯ୍ୟାଳକୁ ଆଣିଥିଲେ ।

author-image
Ordigital Desk
Baijayant Panda

Baijayant Panda

ଦୀର୍ଘ ପ୍ରାୟ ୨୭ବର୍ଷ ପରେ ଦିଲ୍ଲୀ ନିର୍ବାଚନରେ ବିଜେପିକୁ ମିଳିଥିବା ସଫଳତା ପାଇଁ ଦଳର ବରିଷ୍ଠ ସାଂସଦ ତଥା ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ଆଜି ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଦିଲ୍ଲୀ ନିର୍ବାଚନ ପ୍ରଭାରୀ ଭାବେ ବୈଜୟନ୍ତଙ୍କୁ ଦଳ ପକ୍ଷରୁ ନିଯୁକ୍ତି ଦିଆଯାଇଥିଲା ।ବୈଜୟନ୍ତଙ୍କ କଠିନ ପରିଶ୍ରମ ଓ ରଣନୀତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା, ଦୃଢ଼ନେତୃତ୍ୱ ସହ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହଙ୍କ ଗୋଟିଚାଳନାରେ ଦିଲ୍ଲୀ ବିଧାନସଭାରେ ବିଜେପିକୁ ଦୁଇତୃତୀୟାଂଶ ଆସନ ମିଳିବା ସମ୍ଭବପର ହୋଇପାରିଛି ।

Advertisment

ଗୁରୁବାର ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ପ୍ରଭାରୀ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଦଳର କର୍ମୀ ଓ ନେତାମାନେ ତାଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ଦଳୀୟ କାର୍ଯ୍ୟାଳକୁ ଆଣିଥିଲେ । ଦିଲ୍ଲୀ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ପ୍ରଥମଥର ପାଇଁ ଆଜି ଶ୍ରୀ ପଣ୍ଡା ଭୁବନେଶ୍ୱରରେ ପହଂଚିଛନ୍ତି । ତାଙ୍କୁ ସ୍ୱାଗତ ଓ ଧନ୍ୟବାଦ ଜଣାଇବା ପାଇଁ ଶହଶହ କର୍ମୀ ଓ ନେତା ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ । ରାଜ୍ୟ କାର୍ଯ୍ୟାଳୟରେ ପହଂଚିବା ପରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ।

ଏହି ଅବସରରେ ଶ୍ରୀ ପଣ୍ଡା କହିଥିଲେ ଯେ,  ଦିଲ୍ଲୀ ବିଧାନସଭା ନିର୍ବାଚନ-୨୦୨୫ରେ ବିଜେପି ଐତିହାସିକ ବିଜୟ ଲାଭ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ ନେତୃତ୍ୱ ତଥା ମାର୍ଗଦର୍ଶନରେ ଦିଲ୍ଲୀବାସୀ ବିଜେପି ଉପରେ ଆସ୍ଥା ପ୍ରକଟ କରି ବିପୁଳ ଜନ ସମର୍ଥନ ଜଣାଇଛନ୍ତି । ଗତ ୨୭ ବର୍ଷ ହେବ ଦିଲ୍ଲୀ ଅବହେଳିତ ଅବସ୍ଥାରେ ଥିଲା, ସେଠାରେ ବିକାଶ ନିମ୍ନଗାମୀ ହୋଇଯାଇଥିଲା । ୧୨ବର୍ଷ ହେବ ଆପ୍ ସରକାରର ମିଛ ପ୍ରତିଶ୍ରୁତିରେ ଦିଲ୍ଲୀବାସୀଙ୍କ ଅସନ୍ତୋଷ ଚରମ ସୀମାରେ ପହଂଚିଥିଲା । ଦିଲ୍ଲୀରେ ମୋଦି ଗ୍ୟାରେଂଟି ଏବଂ କାର୍ଯ୍ୟକର୍ତାଙ୍କ ଅକ୍ଳାନ୍ତ ପରିଶ୍ରମ କାରଣରୁ ବିଜେପି ବିପୁଳ ସଂଖ୍ୟାରେ ଆସନ ଦଖଲ କରି ସରକାର ଗଠନ କରିବାକୁ ଯାଉଛି ।

Advertisment

ମାତ୍ର ୫ମାସ ମଧ୍ୟରେ ସଫଳ ରଣନୀତି ଆଧାରରେ ଦିଲ୍ଲୀ ନିର୍ବାଚନରେ ବିଜେପିକୁ ସଫଳତା ଦେବାରେ ଶ୍ରୀ ପଣ୍ଡାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ସେ ଦିଲ୍ଲୀରେ ଦଳର ନେତା ଓ କର୍ମୀମାନଙ୍କୁ ଏକଜୁଟ୍ କରି ରଖିବା ସହ ଆମ ଆଦମୀ ପାର୍ଟିର ଭ୍ରଷ୍ଟାଚାର ଓ ଦୁର୍ନୀତିକୁ ଦିଲ୍ଲୀବାସୀଙ୍କ ପାଖରେ ପହଁଚାଇବାରେ ସଫଳ ହୋଇଥିଲେ । ଏହା ପୂର୍ବରୁ ଆସାମ ବିଧାନସଭା ଓ ପୌର ନିର୍ବାଚନରେ ମଧ୍ୟ ବିଜେପିକୁ ଜିତାଇବାରେ ଶ୍ରୀ ପଣ୍ଡା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶ୍ରୀ ପଣ୍ଡାଙ୍କୁ ଦଳ ପକ୍ଷରୁ ଦିଆଯାଇଥିବା ସମ୍ବର୍ଦ୍ଧନା ସଭାରେ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, ରାଜ୍ୟ ସାଧାରଣ ସଂପାଦକ ଶାରଦା ଶତପଥୀ, ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡ଼ା, ଅରିନ୍ଦମ ରାୟ, କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ସୂଚନାଯୋଗ୍ୟ, ଆସନ୍ତାକାଲି ଶୁକ୍ରବାର  ଦିନ ୧୧ଟାବେଳେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପି କୋର କମିଟି ବୈଠକ ଅନୁଷ୍ଠିତ ହେବ ।  ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ବିଜେପି ଓଡ଼ିଶା ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସମେତ କୋର କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ । ରାଜ୍ୟର ସାଂଗଠନିକ ନିର୍ବାଚନର ସ୍ଥିତିକୁ ନେଇ ଏହି ବୈଠକରେ ଆଲୋଚନା ହେବାସହ ପରବର୍ତ୍ତୀ ରାଜ୍ୟ ସଭାପତି ଚୟନ ପ୍ରସଙ୍ଗରେ ବିଚାରବିମର୍ଶ ହୋଇପାରେ ବୋଲି ଜଣାପଡ଼ିଛି ।

Baijayanta Panda