ବିଜେଡିକୁ ଘାରିଛି ଗୋଷ୍ଠୀ କନ୍ଦଳ ଭୟ: ୭୯ ଆସନ ପାଇଁ ଦଳୀୟ ନେତାଙ୍କୁ ଆଗୁଆ ଗ୍ରୀନ ସିଗନାଲ

ସାଧାରଣ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି କରୁଥିବା ଶାସକ ବିଜେଡି ଏବେ ଦଳୀୟ ଗୋଷ୍ଠୀକନ୍ଦଳକୁ ପ୍ରଶମିତ କରିବା ଓ ଦଳଡିଆଁ ଉପରେ ନିୟନ୍ତ୍ରଣ ନିମନ୍ତେ ଅଧାରୁ ଅଧିକ ବିଧାନସଭା ଆସନରେ ଆଗୁଆ ଦଳୀୟ ପ୍ରାର୍ଥୀଙ୍କୁ ଗ୍ରୀନ୍ ସିଗନାଲ ଦେଇଛି ।

BJD

ବାମରୁ ବିଜେଡି ପାର୍ଟି ଅଫିସ୍‌ ଓ ନବୀନ ପଟ୍ଟନାୟକ (ଫାଇଲ ଫଟୋ)

Ordigital Desk
  • Published: Thursday, 22 June 2023
  • Updated: 22 June 2023, 05:55 PM IST

Sports

Latest News

ସାଧାରଣ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି କରୁଥିବା ଶାସକ ବିଜେଡି ଏବେ ଦଳୀୟ ଗୋଷ୍ଠୀକନ୍ଦଳକୁ ପ୍ରଶମିତ କରିବା ଓ ଦଳଡିଆଁ ଉପରେ ନିୟନ୍ତ୍ରଣ ନିମନ୍ତେ ଅଧାରୁ ଅଧିକ ବିଧାନସଭା ଆସନରେ ଆଗୁଆ ଦଳୀୟ ପ୍ରାର୍ଥୀଙ୍କୁ ଗ୍ରୀନ୍ ସିଗନାଲ ଦେଇଛି । ବିଜେଡି ଇତିହାସରେ ପ୍ରଥମଥର ପାଇଁ ଦଳ ନିଜର ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ପ୍ରସ୍ତୁତ ରହିବାକୁ ଆଗୁଆ ସଙ୍କେତ ଦେଇଛି । ଅକ୍ଷୟ ତୃତୀୟାରୁ ରଥଯାତ୍ରା ମଧ୍ୟରେ ୩ଥରରେ ମୋଟ୍ ୭୯ଜଣ ନେତାଙ୍କୁ ଆଗାମୀ ନିର୍ବାଚନ ପାଇଁ ଗ୍ରୀନ୍ ସିଗନାଲ ଦେଇଥିବାବେଳେ ସେଥିରୁ ୭ଜଣ ଅଣବିଧାୟକ ବୋଲି ବିଜେଡି ସୂତ୍ରରୁ ସୂଚନା ମିଳିଛି । ତେବେ ବିଜେଡି ନେତୃତ୍ୱ ଯେଉଁ ଢଙ୍ଗରେ ଗ୍ରୀନ୍ ସିଗନାଲ ଦେଉଛନ୍ତି ତାହା ଗ୍ରୀନ୍ ସିଗନାଲ ପାଉଥିବା ଦଳର କିଛି ନେତାଙ୍କ ଦ୍ୱନ୍ଦ୍ୱ ଓ ଆଶଙ୍କା ବଢ଼ାଇ ଦେଇଛି ।

ବିଜେଡି ସୂତ୍ର ଅନୁସାରେ, ବିଜେଡି ସୁପ୍ରିମୋ ଗତ ଅକ୍ଷୟ ତୃତୀୟା ତିଥିରୁ ଦଳୀୟ ଟିକେଟ୍ ଆଶାୟୀ ନିଜର କିଛି ବିଧାୟକ ଓ ନେତାମାନଙ୍କୁ ନବୀନ ନିବାସ ଡାକି ଆଗାମୀ ନିର୍ବାଚନ ନିମନ୍ତେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି । “ଆପଣଙ୍କ ସର୍ଭେରେ ଭଲ ଆସିଛି । ଏରିଆରେ ଅଧିକ ଫୋକସ କରନ୍ତୁ । ଯେଭଳି ମାର୍ଜିନ୍ ଅଧିକ ରହିବ ତାହା ଦେଖନ୍ତୁ ।” ନବୀନ ନିବାସ ଡକାଯାଇ ଯେଉଁ ନେତାମାନଙ୍କୁ ଏହି ୩ପଦ କଥା କୁହାଯାଉଛି ସେମାନେ ବେଶ୍ ଉତ୍ସାହିତ ହୋଇ ଫେରୁଛନ୍ତି । କେତେକ ଏହାକୁ ଆଗାମୀ ନିର୍ବାଚନ ପାଇଁ ଟିକେଟ୍ କନଫର୍ମ ବୋଲି ଭାବୁଥିବାବେଳେ ଆଉ କିଛି ସେମାନଙ୍କ ଅଂଚଳରେ ଚାଲିଥିବା ସମାନ୍ତରାଳ ସଂଗଠନକୁ ପ୍ରଶମିତ କରିବା ନିମନ୍ତେ ଦଳ ପକ୍ଷରୁ ଏହା ସୁଚିନ୍ତିତ ରଣନୀତି ଭାବେ ବିବେଚନା କରୁଛନ୍ତି । ଅବଶ୍ୟ ଯେଉଁ ନେତାମାନଙ୍କୁ ନବୀନ ନିବାସ ଡକାଯାଉଛି, ସେଥିରୁ କିଛି ନେତାଙ୍କୁ ନିବୀନ ନିବାସର କର୍ମଚାରୀଙ୍କ ଦ୍ୱାରା ଫୋନ୍ କଲ୍ ଯାଉଥିବାବେଳେ ଆଉ କିଛି ନେତାଙ୍କୁ ଦଳର ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ମାଧ୍ୟମରେ କଲ୍ ଯାଉଥିବା ଜଣାପଡ଼ିଛି । ଅକ୍ଷୟ ତୃତୀୟାରେ ‘ଶଙ୍ଖ ଭବନ’ ଉଦଘାଟନ ଦିନ ସକାଳେ ମୋଟ ୪୫ଜଣ ବିଧାୟକଙ୍କୁ ନବୀନ ନିବାସ ଡକାଯାଇ ଏହି ୩ପଦ କଥା କହିଥିବାବେଳେ ମେ’ ଶେଷ ସପ୍ତାହରେ ଆଉ ୧୩ଜଣ ଏବଂ ରଥଯାତ୍ରା ଓ ତା’ପରଦିନ ଅପରାହ୍ନରେ ଆଉ ୨୧ଜଣ ବିଧାୟକ ଓ ନେତାଙ୍କୁ ଡାକି ଏଭଳି ଭରସା ଦେଇଛନ୍ତି ।

Also Read

ସୂଚନା ଅନୁସାରେ ଦଳରେ ବଢ଼ୁଥିବା ଗୋଷ୍ଠୀକନ୍ଦଳ ଓ ସମାନ୍ତରାଳ ସଂଗଠନ, ଗତଥର ଭଳି ଟିକେଟ୍ କିଣାବିକାକୁ ଏଡ଼ାଇବା ଏବଂ ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କୁ ହେଉଥିବା ବିରୋଧକୁ ଦୃଷ୍ଟିରେ ରଖି ଦଳୀୟ ନେତୃତ୍ୱ ଏସବୁ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନିର୍ବାଚନ ନିମନ୍ତେ ପ୍ରସ୍ତୁତ ରହିବାକୁ ଗ୍ରୀନ୍ ସିଗନାଲ ଦେଉଛନ୍ତି । ପୁରୀରୁ ସମ୍ବଲପୁର, ନୟାଗଡ଼ରୁ ସୁନ୍ଦରଗଡ଼, ଜଗତସିଂହପୁରରୁ ଝାରସୁଗୁଡ଼ା, କଟକରୁ ବଲାଙ୍ଗିର, କେନ୍ଦ୍ରାପଡ଼ାରୁ କୋରାପୁଟ ପର୍ଯ୍ୟନ୍ତ ସବୁଠି ଦଳରେ ସମାନ୍ତରାଳ ସଂଗଠନ ସହ ତୀବ୍ର ଗୋଷ୍ଠୀକନ୍ଦଳକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ୩ଟି ପର୍ଯ୍ୟାୟରେ ମୋଟ ୭୯ଟି ବିଧାନସଭା ଆସନରେ ପ୍ରାର୍ଥୀ ଚୟନ କାର୍ଯ୍ୟ ଶେଷ କରିଥିବା ଜଣାପଡ଼ିଛି । ବାକି ୬୮ଟି ଆସନରେ ଦଳ ଅଧିକ ସଂଖ୍ୟକ ମହିଳା ପ୍ରାର୍ଥୀଙ୍କ ଅନ୍ୱେଷଣରେ ରହିଥିବା ସୂଚନା ମିଳିଛି ।

ବିଜେଡି ସୂତ୍ର ଅନୁସାରେ, ଷୋଡ଼ଶ ବିଧାନସଭାରେ ବିଜେଡିର ମୋଟ ୪୭ଜଣ ବିଧାୟକ ଏଭଳି ଅଛନ୍ତି ଯେଉଁମାନେ ପ୍ରଥମଥର ନିର୍ବାଚନ ଜିତିକି ଆସିଛନ୍ତି । ଏମାନଙ୍କ ମଧ୍ୟରୁ ଦଳ ମାତ୍ର ୩୦ ପ୍ରତିଶତ ବିଧାୟକଙ୍କୁ ପୁଣିଥରେ ଟିକେଟ୍ ଦେବାର ସମ୍ଭାବନା ରହିଛି । ଏପରିକି ସେମାନଙ୍କ ମଧ୍ୟରୁ କିଛି ବିଧାୟକ ଯଥା- ରୁଦ୍ର ମହାରଥୀ, ଦୀପାଳି ଦାସ, ଅଳକା ମହାନ୍ତି, ବାସନ୍ତୀ ହେମ୍ବ୍ରମ, ସଞ୍ଜିବ ମଲ୍ଲିକ, ସମ୍ବିତ ରାଉତରାୟ, ଲତିକା ପ୍ରଧାନଙ୍କୁ ଇତିମଧ୍ୟରେ ଆଗାମୀ ନିର୍ବାଚନ ପାଇଁ ଗ୍ରୀନ୍ ସିଗନାଲ ଦିଆଯାଇଛି । ସେହିପରି ପଂଚଦଶ ବିଧାନସଭାର ମୋଟ ୫୭ଜଣ ଦଳୀୟ ବିଧାୟକ ପୁନର୍ବାର ଷୋଡ଼ଶ ବିଧାନସଭାକୁ ନିର୍ବାଚନ ହୋଇଥିଲେ ମଧ୍ୟ ବିଜେଡି ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ବିଧାୟକ ପୁଣିଥରେ ଟିକେଟ୍ ପାଇବାର ସମ୍ଭାବନା ରହିଛି । ବିଧାନସଭାରେ ଏବେ ଦଳର ୧୭ଜଣ ମହିଳା ବିଧାୟକ ଅଛନ୍ତି, ଆଗାମୀ ନିର୍ବାଚନରେ ଅଧିକ ସଂଖ୍ୟକ ମହିଳାଙ୍କୁ ଦଳ ଟିକେଟ୍ ଦେବାକୁ ଯୋଜନା ରଖିଛି । ୨ଜଣ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦେବଙ୍କୁ ଦଳ ବହିଷ୍କାର କରିସାରିଥିବାବେଳେ ବାକି ୫୫ଜଣଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଦଳ ପକ୍ଷରୁ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଗ୍ରୀନ୍ ସିଗନାଲ ମିଳିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ୨୦୧୯ ମସିହାରେ ୧୪୭ ଆସନ ବିିଶିଷ୍ଟ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେଡି ମୋଟ ୪୪.୭% ଭୋଟ୍ ପାଇଥିବାବେଳେ ବିଜେପି ୩୨.୫% ଓ କଂଗ୍ରେସକୁ ୧୬.୧ ପ୍ରତିଶତ ଭୋଟ୍ ମିଳିଥିଲା । ପଶ୍ଚିମଓଡ଼ିଶାରେ ବିଜେଡି ଅଧିକ ଫୋକସ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେଠାରେ ଆଉ ଥରେ ପ୍ରାର୍ଥୀ କରାଇବାକୁ ମଧ୍ୟ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story