Advertisment

୧୦ ବର୍ଗ ଫୁଟ ଘରେ ୮୦ ଭୋଟର: ରାହୁଲଙ୍କ ଦାବି ପରେ ଆସିଲା ସାଂଘାତିକ ତଥ୍ୟ

ପ୍ରଥମେ ସେ ନିଜକୁ ବିଜେପିର ସଦସ୍ୟ ବୋଲି କହିଥିଲେ। କିନ୍ତୁ ଭୋଟର ତାଲିକା ଜାଲିଆତି କଥା ପଚରା ଯିବାରୁ ସେ ନିଜ କଥା ବଦଳାଇଛନ୍ତି। ସେ ନିଜକୁ କେବଳ ବିଜେପିର ଜଣ ସମର୍ଥକ ଓ ଭୋଟର ବୋଲି କହିଛନ୍ତି। ଦଳର କର୍ମୀ ନୁହନ୍ତି ବୋଲି ସଫେଇ ଦେଇଛନ୍ତି।

Rahul Gandhi

Rahul Gandhi

Advertisment

କାଗଜପତ୍ର ଧରି ଭୋଟ ଚୋରି ଭଳି ସାଂଘାତିକ ଅଭିଯୋଗ ଆଣି ପୂରା ଦେଶରେ ହଇଚଇ ସୃଷ୍ଟି କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। କେନ୍ଦ୍ରୀୟ ବେଙ୍ଗାଲୁରୁ ଲୋକସଭା ଆସନରେ ଭୋଟ ଚୋରିର ଅଭିଯୋଗ ଆଣି ସେ ମହାଦେବପୁରାର ଭୋଟର ତାଲିକାରେ ହେରଫେର ସମ୍ପର୍କରେ ଗୁରୁବାର ପୂରା ଦେଶକୁ ଜଣାଇଥିଲେ। ମହାଦେବପୁରାର ବୁଥ ନମ୍ବର ୪୭୦ରେ କେମିତି ଭୋଟର ତାଲିକାରେ ଜାଲିଆତି ହୋଇଥିଲା, ସେକଥା ରାହୁଲ କହିଥିଲେ।

Advertisment

ରାହୁଲଙ୍କ ଏକାଧିକ ଭୋଟ ଚୋରି ଅଭିଯୋଗ ମଧ୍ୟରୁ ‘ଗୋଟିଏ ଠକିଣାରେ ଶତାଧିକ ଭୋଟର’। ରାହୁଲ ଗାନ୍ଧି କାଲି କାଗଜପତ୍ର ଦେଖାଇବା ବେଳେ ମୁନି ରେଡ୍ଡୀ ଗାର୍ଡେନରେ ଥିବା ଘର ନମ୍ବର ୩୫ ଉପରେ ଫୋକସ କରିଥିଲେ। ଏହି ଗୋଟିଏ ଠିକଣାରେ ୮୦ ଜଣ ଭୋଟର ନିଜର ନାଁ ପଞ୍ଜୀକରଣ କରିଥିବା ରାହୁଲଙ୍କୁ ନିର୍ବାଚନ କମିଶନ ଦେଇଥିବା ତଥ୍ୟରେ ଉଲ୍ଲେଖ ରହିଛି।

ଏହାର ସତ୍ୟାତ୍ୟ ଯାଞ୍ଚ କରିବା ପାଇଁ ଆଜି ଗୋଟିଏ ଜାତୀୟ ଗଣମାଧ୍ୟମ ପକ୍ଷରୁ ପ୍ରୟାସ କରାଯାଇଥିଲା। ଏହି ସମୟରେ ଉକ୍ତ ଠିକଣା ସହ ବିଜେପି ଲିଙ୍କ ସାମ୍ନାକୁ ଆସିଛି। ଫୋକସରେ ଥିବା ଘରର ଆକାର ୧୦ରୁ ୧୫ ବର୍ଗ ଫୁଟ ହେବ। ବର୍ତ୍ତମାନ ସେଠାରେ ଦୀପଙ୍କର ନାମକ ଜଣେ ଫୁଡ ଡେଲିଭରୀ ବୟ ରହୁଛନ୍ତି।

Advertisment

ତାଙ୍କ ଘର ପଶ୍ଚିମବଙ୍ଗରେ ଓ ସେ ମାତ୍ର ମାସେ ହେଲା ଏଠାକୁ ଆସିଛନ୍ତି। ଦୀପଙ୍କର କହିଛନ୍ତି ଯେ ବେଙ୍ଗାଲୁରୁରେ ସେ କୌଣସି ପ୍ରକାରର ଭୋଟର ପଞ୍ଜୀକରଣ କରି ନାହାନ୍ତି ଓ ଏହି ଠିକଣାରେ ନିଜକୁ ଭୋଟର ଭାବେ ପଞ୍ଜିକୃତ କରିଥିବା ଲୋକଙ୍କୁ ସେ ଜାଣି ନାହାନ୍ତି। 

ଦୀପକଙ୍କର କହିଛନ୍ତି ଯେ ଏହି ଘରର ମାଲିକ ହେଉଛନ୍ତି ଜୟରାମ ରେଡ୍ଡୀ। ସେ ନିଜକୁ ବିଜେପି ସଦସ୍ୟ ବୋଲି ସମସ୍ତଙ୍କୁ ଜଣାନ୍ତି। ଏନେଇ ଗଣମାଧ୍ୟମ ପକ୍ଷରୁ ରେଡ୍ଡୀଙ୍କୁ ଯୋଗାଯୋଗ କରାଯାଇଥିଲା। ପ୍ରଥମେ ସେ ନିଜକୁ ବିଜେପିର ସଦସ୍ୟ ବୋଲି କହିଥିଲେ। କିନ୍ତୁ ଭୋଟର ତାଲିକା ଜାଲିଆତି କଥା ପଚରା ଯିବାରୁ ସେ ନିଜ କଥା ବଦଳାଇଛନ୍ତି। ସେ ନିଜକୁ କେବଳ ବିଜେପିର ଜଣ ସମର୍ଥକ ଓ ଭୋଟର ବୋଲି କହିଛନ୍ତି। ଦଳର କର୍ମୀ ନୁହନ୍ତି ବୋଲି ସଫେଇ ଦେଇଛନ୍ତି।

ଜୟରାରମ ରେଡ୍ଡୀ ସ୍ୱୀକାର କରିଛନ୍ତି ଯେ ବିଗତ କିଛି ବର୍ଷ ହେଲା ଏଠାରେ ଅନେକ ଲୋକ ଭଡ଼ାରେ ରହୁଛନ୍ତି। ସେମାନେ ନିଜକୁ ଭୋଟର ଭାବେ ପଞ୍ଜୀକରଣ କରାନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଏଠାରୁ ଚାଲିଗଲେଣି। ତଥାପି ଭୋଟ ସମୟରେ କିଛି ଲୋକ ଏଠାକୁ ଆସି ଭୋଟ ଦିଅନ୍ତି ବୋଲି ସେ କହିଛନ୍ତି।

ଏଠାରେ ଲୋକ ଭଡ଼ାରେ ରହି ଚାଲି ଯାଉଥିଲେ ହେଁ ଏ ସମ୍ପର୍କରେ ନିର୍ବାଚନ କମିଶନକୁ ରେଡ୍ଡୀ ନ ଜଣାଇ ଭୁଲ କରିଥିବା କହିଛନ୍ତି। ଏବେ ବିବାଦ ପରେ ସେ ନିର୍ବାଚନ କମିଶନଙ୍କୁ ସବୁ ଜଣାଇବା ବୋଲି ପ୍ରତିଜ୍ଞା କରିଛନ୍ତି। ଏହି ଠିକଣାରେ ୮୦ ଜଣ ଭୋଟର ପଞ୍ଜିକୃତ ହୋଇଥିବା ବେଳେ ଏଠାରେ ଏତେ ଲୋକ ରହିବା ଅସମ୍ଭବ।

ଅନେକ ଲୋକ ଏଠାରେ ଭଡ଼ା ରହିବା ପରେ ଓଡ଼ିଶା, ବିହାର ଭଳି ଅଲଗା ରାଜ୍ୟକୁ ଚାଲି ଯାଇଛନ୍ତି। ସେହିପରି ଆଉ କିଛି ଲୋକ କର୍ଣ୍ଣାଟକାର ଅଲଗା ଜିଲ୍ଲାରେ ବସବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ ବହୁତ କମ ଲୋକ ଭୋଟ ସମୟରେ ଏଠାକୁ ଆସି ମତଦାନ କରନ୍ତି ବୋଲି ଜୟରାମ ଜଣାଇଛନ୍ତି।

Rahul Gandhi Bengaluru
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe