Advertisment

୨୪ରେ ରାଜଧାନୀରେ ହରତାଳ ପୂର୍ବରୁ ‘ଶଙ୍ଖ ଭବନ’ରେ ହଙ୍ଗାମା

ବୈଠକ ଆରମ୍ଭ ହେବା ପୂର୍ବରୁ ଦେଖାଯାଇଥିଲା ବିଶୃଙ୍ଖଳା ପରିସ୍ଥିତି। ବିଜେଡି କାଉନ୍‌ସିଲ୍‌ର ବିରଞ୍ଚି ନାରାୟଣ ମହାସୁପକାର ଓ ଅମରେଶ ଜେନାଙ୍କୁ ଅନ୍ୟ କାଉନ୍‌ସିଲରମାନେ ବିରୋଧ କରିଥିଲେ।

undefined

BJD Party Office

Advertisment

ଆସନ୍ତା ୨୪ ତାରିଖରେ ରାଜଧାନୀରେ ୬ ଘଣ୍ଟିଆ ହରତାଳ ଡାକରା ଦେଇଛି ବିଜେଡି। ହେଲେ ହରତାଳ କରିବା ପୂର୍ବରୁ ଆଜି ଅପରାହ୍ନରେ ‘ଶଙ୍ଖ ଭବନ’ରେ ହୋଇଛି ହଙ୍ଗାମା। ଦୁଇ କାଉନ୍‌ସିଲରଙ୍କୁ ବିରୋଧ କରି ଅନ୍ୟ କାଉନ୍‌ସିଲର ଓ କର୍ମକର୍ତ୍ତାମାନେ ହରତାଳ ପାଇଁ ବସିଥିବା ବୈଠକରୁ ଉଠି ଆସିଥିଲେ ଏବଂ ହୋ-ହଲ୍ଲା କରିଥିଲେ।

Advertisment

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ହୋଇଥିବା ଦୁର୍ବ୍ୟବହାର ମାମଲାରେ ଆସନ୍ତା ୨୪ ତାରିଖରେ ବିଜେଡି ରାଜଧାନୀ ଭୁବନେଶ୍ୱରରେ ୬ ଘଣ୍ଟିଆ ହରତାଳ ଡାକରା ଦେଇଛି। ସକାଳ ୬ଟାରୁ ହରତାଳ ଆରମ୍ଭ ହେବାକୁ ଥିବା ବେଳେ ଏହାର ରୂପରେକ ନେଇ ଆଜି ଅପରାହ୍ନରେ ବିଜେଡି ମୁଖ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ରେ ଏକ ପ୍ରସ୍ତୁତି ବୈଠକ ବସିଥିଲା। ବୈଠକରେ ଭୁବନେଶ୍ୱରର ୩ ନିର୍ବାଚନମଣ୍ଡଳୀର ସଙ୍ଗଠକ ଓ ସମସ୍ତ କାଉନ୍‌ସିଲର ଯୋଗଦେଇଥିଲେ। ଏଥିରେ ବିଜେଡିର ବରିଷ୍ଠ ନେତୃମଣ୍ଡଳୀ ମଧ୍ୟ ଉପସ୍ଥିତ ରହିଥିଲେ।

ବୈଠକ ଆରମ୍ଭ ହେବା ପୂର୍ବରୁ ଦେଖାଯାଇଥିଲା ବିଶୃଙ୍ଖଳା ପରିସ୍ଥିତି। ବିଜେଡି କାଉନ୍‌ସିଲ୍‌ର ବିରଞ୍ଚି ନାରାୟଣ ମହାସୁପକାର ଓ ଅମରେଶ ଜେନାଙ୍କୁ ଅନ୍ୟ କାଉନ୍‌ସିଲରମାନେ ବିରୋଧ କରିଥିଲେ। ଦଳ ବିରୋଧରେ କାମ କରୁଥିବା ଅଭିଯୋଗ ଆଣି ଏହି ଦୁଇ କର୍ପୋରେଟରଙ୍କୁ ବିରୋଧ କରି ଅନ୍ୟ କର୍ପୋରେଟରମାନେ ବୈଠକକୁ ବର୍ଜନ କରିଥିଲେ। ଏଥିସହ ସେମାନଙ୍କୁ ବୈଠକରେ ଯୋଗଦେବାକୁ ବାରଣ କରିଥିଲେ। ଯାହାଫଳରେ କିଛି ବୈଠକରେ ହୋ-ହଲ୍ଲା ହୋଇଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ଓ ବିଧାୟକ ଅରୁଣ ସାହୁଙ୍କୁ ଘଟଣାର ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଉଭୟ ନେତା ବୈଠକରୁ ଉଠି ଆସିଥିବା କାଉନ୍‌ସିଲରଙ୍କୁ ବୁଝାସୁଝା କରିଥିଲେ।

Advertisment

ତେବେ ଏନେଇ ବିଜେଡି ନେତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

BjD Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe