Advertisment

ପ୍ରାର୍ଥୀଙ୍କୁ ନେଇ ବିଜେଡିରେ ତୁ ତୁ ମେ ମେ; ଗୋଳିଆ ହେଉଛି ରାୟଗଡ଼ା ରାଜନୀତି

ଅନୁସୟା ମାଝୀଙ୍କୁ ପ୍ରାର୍ଥିତ୍ୱକୁ ବିରୋଧ କରି ୧୦ରୁ ୧୨ ଜଣ କାଉନସିଲର ଓ ବିଜୁ ମହିଳା ଜନତା ଦଳର ରାଜ୍ୟ ଉପସଭାପତି ସୁଜତା ପାଳ ଇସ୍ତଫା ଦେଇଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Anusaya Majhi

Anusaya Majhi

ଚଳିତ ସାଧାରଣ ନିର୍ବାଚନ ପାଇଁ ବିଜେପି ୧୮ ଲୋକସଭା ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ବିଜେଡି ୧୫ ଲୋକସଭା ଓ ୭୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ହେଲେ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ। ଏହାରି ଭିତରେ ବିଜେଡିରେ ପ୍ରାର୍ଥିତ୍ୱକୁ ନେଇ ତୁ ତୁ ମେ ମେ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାରେ।

Advertisment

ରାୟଗଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ତଥା ପୂର୍ବତନ ମନ୍ତ୍ରୀ ଅନନ୍ତରାମ ମାଝୀଙ୍କ ଝିଅ ଅନୁସୟା ମାଝୀଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ପଦାରେ ପଡ଼ିଛି ରାଜ୍ୟ ବିଜୁ ଜନତା ଦଳର ଉପ ସଭାପତି ଏନ୍. ଭାସ୍କର ରାଓ ଓ ଜିଲ୍ଲା ବିଜେଡି ସଭାପତି ସୁଧୀର ଦାସ ମଧ୍ୟରେ ଥିବା ଗୋଷ୍ଠୀ କନ୍ଦଳ। ଏନ୍. ଭାସ୍କର ରାଓଙ୍କ ଗୋଷ୍ଠୀ ଅନନ୍ତରାମ ମାଝୀଙ୍କ ଝିଅଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିଛି। ଏହି କାରଣରୁ ଗତକାଲି ୧୦ରୁ ୧୨ ଜଣ କାଉନସିଲର ଓ ବିଜୁ ମହିଳା ଜନତା ଦଳର ରାଜ୍ୟ ଉପସଭାପତି ସୁଜତା ପାଳ ମଧ୍ୟ ଇସ୍ତଫା ଦେଇଛନ୍ତି।

ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦେଖାଦେଇଥିବା ଗୋଷ୍ଠୀ କନ୍ଦଳ ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି। ବିଜେଡି ସୁପ୍ରିମୋ ଏନେଇ କ’ଣ ନିଷ୍ପତ୍ତି ନେଉଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି।

Advertisment

ଅବିଭକ୍ତ କୋରାପୁଟ ଜିଲ୍ଲାର ୧୦ଟି ନିର୍ବାଚନ ମଣ୍ଡଳୀରୁ ତିନିଟିରେ ମହିଳା ପ୍ରାର୍ଥୀ ଘୋଷଣା କରିଥିବାବେଳେ କୋରାପୁଟ ସାଂସଦ ପ୍ରାର୍ଥୀ ଭାବେ ପୁଣି କୌଶଲ୍ୟା ହିକକାଙ୍କୁ ରିପିଟ କରିଛି। ହେଲେ ଏଯାଏଁ ଜୟପୁର, ଲକ୍ଷ୍ମୀପୁର, ପଟାଙ୍ଗି ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଘୋଷଣା କରିନି ଦଳ। ଏଠାରେ କିଏ ପ୍ରାର୍ଥୀ ହେବ ସେନେଇ ଲମ୍ବା କସରତ ଚାଲିଛି। ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ମଧ୍ୟ ଲମ୍ବା ରହିଛି।

BjD Rayagada