Advertisment

୪୦ ବର୍ଷ ଧରି କଂଗ୍ରେସରେ ଥିଲେ, ଆଜି ଦଳରୁ ଇସ୍ତଫା ଦେଲେ

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ପାଖକୁ ଅର୍ଜୁନ ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି।

Arjun Modhwadia

Arjun Modhwadia

Advertisment

କଂଗ୍ରେସ ସହ ୪୦ ବର୍ଷର ସମ୍ପର୍କଚ୍ଛିନ କରିଛନ୍ତି ଅର୍ଜୁନ ମୋଧୱାଡିଆ। ପୋରବନ୍ଦର ବିଧାୟକ ତଥା ଗୁଜରାଟ କଂଗ୍ରେସର ପ୍ରମୁଖ ଚେହେରା ଅର୍ଜୁନ ଅସହାୟତା ଅନୁଭବ କରି ଦଳ ଛାଡ଼ିଥିବା କହିଛନ୍ତି। ସେ ପ୍ରଥମେ ଗୁଜରାଟ ବିଧାନସଭାର ବାଚସ୍ପତିଙ୍କୁ ଭେଟି ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ସେ କଂଗ୍ରେସକୁ ମଧ୍ୟ ବାଏବାଏ କହିଛନ୍ତି।

Advertisment

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ପାଖକୁ ଅର୍ଜୁନ ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ଲୋକଙ୍କ ସେବା କରିବା ବେଳେ ସେ ଅସହାୟତା ଅନୁଭବ କରୁଛନ୍ତି। ଏଥିପାଇଁ ସେ ଦଳ ଛାଡ଼ୁଥିବା କହିଛନ୍ତି।

ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ମିଳିଥିବା ନିମନ୍ତ୍ରଣକୁ କଂଗ୍ରେସ ଗ୍ରହଣ କରି ନଥିଲା। ଏହାକୁ ସେତେବେଳେ ଅର୍ଜୁନ ବିରୋଧ କରିଥିଲେ। ଏବେ ସେ କହିଛନ୍ତି ଯେ “ଭଗବାନ ରାମ ଭାରତର ଆସ୍ଥା। କଂଗ୍ରେସ ରାମ ମନ୍ଦିର ପ୍ରତିଷ୍ଠା ଦିବସ ନିମନ୍ତ୍ରଣକୁ ଅଗ୍ରାହ୍ୟ କରି ଲୋକଙ୍କ ଭାବାବେଗକୁ ଆଘାତ ଦେଇଛି।

Advertisment

କଂଗ୍ରେସ ଲୋକଙ୍କ ଭାବାବେଗକୁ ବୁଝିବାରେ ବିଫଳ ହୋଇଛି। ଅଯୋଧ୍ୟାରେ ହୋଇଥିବା ମହୋତ୍ସବକୁ ବୟକଟ କରି କଂଗ୍ରେସ ଯେଉଁଭଳି ଭଗବାନ ରାମଙ୍କୁ ଅପମାନ କରିଛି, ତା’କୁ ଅନେକ ଲୋକ ବିରୋଧ କରିଛନ୍ତି।

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରୁ ଲୋକଙ୍କ ଧ୍ୟାନଚ୍ୟୁତ କରିବା ପାଇଁ ରାହୁଲ ଗାନ୍ଧି ଜାଣିଶୁଣି ଆସାମରେ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଏପରି ଆଚରଣ ଆମ ଦଳର କ୍ୟାଡର ଓ ଭାରତର ନାଗରିକମାନଙ୍କୁ ଆହୁରି ଆଘାତ ଦେଇଛି। ଏପରି ସ୍ଥିତିରେ ଲୋକଙ୍କ ପାଖକୁ ଯିବା ବେଳେ ଅସହାୟତା ଅନୁଭବ ହେଉଛି। ତେଣୁ କଂଗ୍ରେସ ସହ କାମ କରିବା ଆଉ ସମ୍ଭବ ନୁହେଁ।”

ଅର୍ଜୁନ ଏକଦା ଗୁଜରାଟ କଂଗ୍ରେସର ମୁଖ୍ୟ ଓ ବିରୋଧୀ ଦଳର ନେତା ଭାବେ କାମ କରିଥିଲେ। ଏବେ କିନ୍ତୁ ଠିକ ଲୋକସଭା ନିର୍ବାଚନ ପୂର୍ବରୁ ସେ ଦଳକୁ ଅଲବିଦା କହିଛନ୍ତି।

Gujarat Arjun Modhwadia Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe