Advertisment

ରେକର୍ଡ କଲେ ଅମିତ ଶାହ, ୨ ଲକ୍ଷ ଭୋଟରେ ଆଗୁଆ

ଗୁଜରାଟର ଗାନ୍ଧିନଗରରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଶାହ ୨ ଲକ୍ଷ ଭୋଟ୍ ବ୍ୟବଧାନରେ ଆଗରେ ଅଛନ୍ତି।

author-image
Debibandita Barick
Amit Shah

Amit Shah

ସମଗ୍ର ଦେଶରେ ଚାଲିଛି ଭୋଟ୍ ଗଣତି। ଆଉ କିଛି ସମୟ ପରେ ଆସିଯିବ ଫଳାଫଳ। ପ୍ରାରମ୍ଭିକ ଭୋଟ୍ ଗଣତି ଅନୁସାରେ, ବିଭିନ୍ନ ଦଳର ପ୍ରାର୍ଥୀ ଟ୍ରେଣ୍ଡରେ ଚାଲିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହ ଏକ ବିରାଟ ମାର୍ଜିନରେ ଆଗରେ ଅଛନ୍ତି।

Advertisment

ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ରିପୋର୍ଟ ଅନୁସାରେ, ଗୁଜରାଟର ଗାନ୍ଧିନଗରରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଶାହ ୨ ଲକ୍ଷ ଭୋଟ୍ ବ୍ୟବଧାନରେ ଆଗରେ ଅଛନ୍ତି। ସେପଟେ ପୋରବନ୍ଦର ଆସନରୁ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଅ ମଧ୍ୟ ଆଗେଇ ଚାଲିଛନ୍ତି। ରାଜ୍ୟରେ ବିଜେପି ୨୪ଟି ଆସନରେ ଆଗରେ ଥିବାବେଳେ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ରହିଛି।

ପ୍ରକାଶ ଥାଉକି, ଗୁଜରାଟରେ ମୋଟ ୨୬ଟି ଲୋକସଭା ଆସନ ମଧ୍ୟରୁ ୨୫ଟିରେ ଗଣତି ଚାଲିଛି। ସୁରଟ ଆସନରୁ କଂଗ୍ରେସ ପ୍ରାର୍ଥୀ ନୀଲେଶ କୁମ୍ବନୀଙ୍କ ପ୍ରାର୍ଥୀ ପତ୍ର ଖାରଜ ହୋଇଯିବା ପରେ ଏଠାରୁ ବିଜେପି ପ୍ରାର୍ଥୀ ମୁକେଶ ଦଲାଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ତେଣୁ ଆଜି ଅନ୍ୟ ୨୫ଟି ଆସନରେ ଗଣତି କରାଯାଉଛି।

Advertisment

ଗୁଜରାଟରେ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ମଧ୍ୟକେ ବିଜେପି, କଂଗ୍ରେସ-ଆପ୍(ସହଯୋଗୀ ଦଳ), ଏସପି, ବିଏସପି ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଦଳ ମଧ୍ୟରେ ଟକ୍କର ହେଉଛି।

ଯଦି ପ୍ରାର୍ଥୀଙ୍କ କଥା ଦେଖିବା ତେବେ ଗୁଜରାଟରୁ ବହୁ ହେଭି ୱେଟ୍ ନେତା ରହିଛନ୍ତି। ବିଶିଷ୍ଟ ପ୍ରାର୍ଥୀମାନଙ୍କ ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅଛନ୍ତି। ତାଙ୍କ ବିପକ୍ଷରେ କଂଗ୍ରେସର ସୋନାଲ ପଟେଲ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେପଟେ ପୋରବନ୍ଦର ନିର୍ବାଚନମଣ୍ଡଳୀରେ କଂଗ୍ରେସର ଲଲିତଭାଇ ବସୋୟାଙ୍କ ବିରୋଧରେ ବିଜେପିର ମନସୁଖ ମାଣ୍ଡଭିଅ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ରାଜକୋଟରେ ବିଜେପିର ପାର୍ଶୋତ୍ତମ ରୁପାଲା ଓ କଂଗ୍ରେସର ପରେଶ ଧନାନୀ ମୁହାଁମୁହିଁ ହୋଇଛନ୍ତି। 

General Election 2024 Amit Shah Lok Sabha Poll Counting Gujrat Result Election Result