Advertisment

ଚାଇନା ମ୍ୟାପ୍‌ରେ ଅରୁଣାଚଳ ପ୍ରଦେଶ: “ସର୍ଜିକାଲ ଷ୍ଟ୍ରାଇକ ପାଇଁ ସାହସ କରିବେ କି ପ୍ରଧାନମନ୍ତ୍ରୀ?”

ଚାଇନାରେ ସର୍ଜିକାଲ ଷ୍ଟ୍ରାଇକ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଏବେ ସାହାସ କରିବେ କି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି।

ଅଦ୍ୟତନ ହୋଇଛି
China

China

Advertisment

ଭାରତର ଅରୁଣାଚଳ ପ୍ରଦେଶକୁ ଚାଇନା ନିଜର କହି ମ୍ୟାପ୍‌ରେ ସ୍ଥାନ ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧା ଟାର୍ଗେଟ କରିଛନ୍ତି ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ। ଚାଇନାରେ ସର୍ଜିକାଲ ଷ୍ଟ୍ରାଇକ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଏବେ ସାହାସ କରିବେ କି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି।

Advertisment

ସେ କହିଛନ୍ତି, “କ’ଣ ଚାଇନା ଉପରେ ସର୍ଜିକାଲ ଷ୍ଟ୍ରାଇକ କରିବାକୁ ଆପଣ (ପ୍ରଧାନମନ୍ତ୍ରୀ ମୋଦି) ସାହାସ ଦେଖାଇବେ? ପ୍ରଧାନମନ୍ତ୍ରୀ ମୋଦି ଏହି ପ୍ରସଙ୍ଗକୁ ଗୁରୁତ୍ୱ ସହ ନିଅନ୍ତୁ। ସେ ନିକଟରେ ବ୍ରାଜିଲ, ରୁଷ, ଇଣ୍ଡିଆ, ଚାଇନା ଓ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇଥିଲେ। ଏପରି କି ଚାଇନିଜ ଅଧିକାରୀଙ୍କୁ କୁଣ୍ଢାଇ ଥିଲେ।

ଏପରି ଘଟଣା ଆମ ହୃଦୟ ଭାଙ୍ଗି ଦେଉଛି। ଚାଇନା ଆମ ଦେଶରେ ପ୍ରବେଶ କରିଛି ବୋଲି ରାହୁଲ ଗାନ୍ଧି କହୁଥିବା କଥା ସତ। ବିଜେପି ସର୍ଜିକାଲ ଷ୍ଟ୍ରାଇକର ଡ୍ରାମା କରି ନିର୍ବାଚନ ଜିତିବାକୁ ଚେଷ୍ଟା କରିବ ବୋଲି ଲୋକେ ଆଶଙ୍କା କରୁଛନ୍ତି। ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଦାବି କରିଥିଲେ ଯେ ପୁଲୱାମାରେ ହମଲା ହୋଇ ନଥିଲା, ଏହାକୁ କରାଯାଇଥିଲା।”

Advertisment

ସୋମବାର ଚାଇନା ଜାରି କରିଥିବା ମ୍ୟାପରେ ଅରୁଣାଚଳ ସମେତ ଅକସାଇ ଚୀନ, ତାଇୱାନ ଓ ବିବାଦୀୟ ଦକ୍ଷିଣ ଚୀନ ସାଗରକୁ ନିଜର ବୋଲି ଦର୍ଶାଇଛି। ବିଭିନ୍ନ ଚାଇନିଜ ଗଣମାଧ୍ୟମରେ ଏନେଇ ଖବର ମଧ୍ୟ ପ୍ରକାଶ ପାଇଛି। ଏହାକୁ ନେଇ ସଞ୍ଜୟ ରାଉତ ଏପରି ପ୍ରତିକ୍ରିୟା ଦେଇଛନ୍ତି।

ଅନ୍ୟପକ୍ଷରେ ସଞ୍ଜୟ ରାଉତ ଦାବି କରିଛନ୍ତି ଯେ ଆଗକୁ ଲୋକସଭା ନିର୍ବାଚନ ହେବ। ଏହାପୂର୍ବରୁ ଦେଶରେ ଦଙ୍ଗା ମଧ୍ୟ ସୃଷ୍ଟି କରାଯାଇ ପାରେ। ସେ କହିଛନ୍ତି, “ଲୋକମାନେ ଏବେ ଭୟଭୀତ। ସେମାନେ ଆଶଙ୍କା କରୁଛନ୍ତି ଯେ ରାମ ମନ୍ଦିର ଉଦଘାଟନ ବେଳେ ରାମ ଭକ୍ତଙ୍କ ଟ୍ରେନ ଉପରକୁ ପଥର, ବୋମା ମାଡ଼ କରାଯାଇ ପାରେ। ପୂରା ଦେଶରେ ଦଙ୍ଗା ସୃଷ୍ଟି କରାଯାଇ ପାରେ ବୋଲି ଲୋକମାନେ ଆଶଙ୍କା କରୁଛନ୍ତି। ଏସବୁ କେବଳ ଲୋକସଭା ନିର୍ବାଚନ ଜିତିବା ପାଇଁ କରାଯାଇପାରେ।”

Sanjay Rout China PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe