Advertisment

ପାଟ୍ଟଶାଣୀଙ୍କ ବିସ୍ଫୋରକ ବୟାନ; ପାଣ୍ଡିଆନ ଥିଲା ଯାଏ ଜିତିବନି ବିଜେଡି

ମୁଁ ବିଜେଡି ଛାଡ଼ିବା ପଛରେ ପାଣ୍ଡିଆନ ଦାୟୀ। ପାଣ୍ଡିଆନଙ୍କ ପାଇଁ ମୁଁ ବିଜେଡି ଛାଡ଼ିଲି ବୋଲି କହିଛନ୍ତି ପ୍ରସନ୍ନ।

ଅଦ୍ୟତନ ହୋଇଛି
Prasanna Kumar Patasani

Prasanna Kumar Patasani

Advertisment

“ମୁଁ ବିଜେଡି ଛାଡ଼ିବା ପଛରେ ପାଣ୍ଡିଆନ ଦାୟୀ। ପାଣ୍ଡିଆନଙ୍କ ପାଇଁ ମୁଁ ବିଜେଡି ଛାଡ଼ିଲି। ପାଣ୍ଡିଆନ ଥିଲା ଯାଏ ବିଜେଡି କେବେ ଜିତିବନି। ”ବିଜେଡି ଛାଡ଼ିବାର କିଛି ଦିନ ପରେ ଆଜି  ଗଣମାଧ୍ୟମରେ ଆଗରେ ଏଭଳି କିଛି ବିସ୍ଫୋରକ ବୟାନ ଦେଇଛନ୍ତି ପୂର୍ବତନ ସାଂଦସ ପ୍ରସନ୍ନ ପାଟ୍ଟଶାଣୀ।

Advertisment

ସେ କହିଛନ୍ତି, ଯେଉଁ ଦଳକୁ ଆମେ ସଂଘର୍ଷ କରି ଗଢ଼ିଥିଲୁ, ମୋର ଦୁର୍ଭାଗ୍ୟ ଯେ ସେହି ଦଳ ଛାଡ଼ି ଆସିବାକୁ ପଡ଼ିଲା। ମୁଁ ସ୍ପଷ୍ଟ ଭାବେ କହୁଛୁ ଯେ, ପାଣ୍ଡିଆନ ବାବୁଙ୍କ ପାଇଁ ମୁଁ ବିଜେଡି ଛାଡ଼ି ଦେଲି।

ବିଜେଡିର ପରାଜୟକୁ ନେଇ ବଡ଼ ବୟାନ ରଖିଛନ୍ତି ପ୍ରସନ୍ନ। କହିଛନ୍ତି, ପାଣ୍ଡିଆନଙ୍କ ପାଇଁ ଲୋକପ୍ରିୟ ସରକାର ଚାଲିଗଲା। ଯେପର୍ଯ୍ୟନ୍ତ  ପାଣ୍ଡିଆନ ଥିବେ, ସେପର୍ଯ୍ୟନ୍ତ ବିଜେଡି ଆସିବନି। ଅମର ଶତାପଥୀ ଯାହା କହିଛନ୍ତି କିଛି ଖରାପ କହିନାହାନ୍ତି। ମୋତେ ଦୁଃଖ ଲାଗୁଛି, ଯେତେ ପର୍ଯ୍ୟନ୍ତ ପାଣ୍ଡିଆନ ଥିବେ ସେ ପର୍ଯ୍ୟନ୍ତ ବିଜେଡି ଆସିବ ନାହିଁ। ଲୋକମାନେ ଥରେ ଫୋପାଡ଼ି ଦେଲେ ଦଳର ଅବସ୍ଥା କ’ଣ ହୁଏ, ଆପଣମାନେ ଦେଖିପାରିଲେ।  କାହିଁକି ସେ ପାଣ୍ଡିଆନ ପଛରେ ଗୋଡ଼ାଇଛ ବୋଲି ଅନ୍ୟ ନେତାଙ୍କୁ  ପ୍ରଶ୍ନ କରିଛନ୍ତି ପାଟ୍ଟଶାଣୀ। 

Advertisment

ପ୍ରସନ୍ନ କହିଛନ୍ତି, ଦଳରେ ଥିଲା ବେଳେ ମୁଁ ନବୀନ ବାବୁଙ୍କ ସହ ବୁଲୁଥିଲି। ନବୀନ ବାବୁଙ୍କ ପ୍ରତି ମୋ ଦୁର୍ବଳତା ରହିବା ସ୍ୱାଭାବିକ। ମୁଁ ତାଙ୍କ ବିରୋଧରେ କେବେ କିଛି କହି ନାହିଁ କି, ଏବେ ମଧ୍ୟ କହୁ ନାହିଁ। ପାଣ୍ଡିଆନ ଯୋଗୁ ଗୋଟିଏ ଲୋକପ୍ରିୟ ସରକାର ଚାଲିଗଲା। ଲୋକେ ନବୀନ ପଟ୍ଟନାୟକଙ୍କୁ ବିରୋଧରେ କିଛି କହୁ ନାହାନ୍ତି। ସମସ୍ତେ ପାଣ୍ଡିଆନଙ୍କ ବିରୋଧରେ କହୁଛନ୍ତି। ତାଙ୍କୁ କାହିଁକି କେଜାଣି ରଖିଛନ୍ତି?

ସୂଚନାଯୋଗ୍ୟ,୨୦୨୪ରେ ପାଟ୍ଟଶାଣୀଙ୍କୁ ଟିକେଟ୍ ଦେଇ ନଥିଲା ବିଜେଡି। ଏହାପରେ ବିଜେପି ପ୍ରତି ଢଳିଥିଲେ ପ୍ରସନ୍ନ। ୨୪ ନିର୍ବାଚନ ପ୍ରଚାର ବେଳେ ବିଜେପି ଉତ୍ତରୀୟ ପିନ୍ଧିଥିଲେ। ପରେ ଦିଲ୍ଲୀ ଯାଇ ବିଜେପିରେ ମିଶିଥିଲେ। 

BjD Bjp Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe