Advertisment

ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?

ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ।

BJD

BJD

Advertisment

ଠକ ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତିଙ୍କ ଚିତାକଟା ନେଟୱାର୍କର ପଲିଟିକାଲ୍‌ ଲିଙ୍କ ଆସିବ କି? ଚର୍ଚ୍ଚାରେ ଥିବା ଦୁଇ ଦୁଇ ଜଣ ପୂର୍ବତନ ମନ୍ତ୍ରୀ ଓ ଜଣେ ବିଧାୟକଙ୍କ ମୁଖା ଖୋଲିବ କି ଭୁବନେଶ୍ୱର କମିସନରେଟ୍‌ ପୁଲିସ? ଫିଟିବ କି ଖଣି ମାଫିଆ, ଠିକାଦାର, ମଦ ମାଫିଆଙ୍କ ଭଳି ବଳଶାଳୀ ଓ ପ୍ରଭାବଶାଳୀଙ୍କ ଗୁପ୍ତ ପଞ୍ଜିକା? ପୁଲିସ କମିସନର ସୁରେଶ ଦେବଦତ୍ତ ସିଂଙ୍କ ଇସାରା ପରେ ବଢ଼ିଲା ଚର୍ଚ୍ଚା।

Advertisment

ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ। ଆଉ ଠୁଳ କରିଥିଲେ ଗାଡ଼ିଘୋଡ଼ା ସହ କୋଠାବାଡ଼ି। କମିସନରେଟ୍‌ ପୁଲିସ ଜବତ କରିଛି ନାମୀଦାମୀ କମ୍ପାନୀର କାର୍‌। ଯେଉଁଥିରେ ରହିଛି ପୋର୍ସେ କାର୍। ଯାହାର ଦାମ୍ ୪ କୋଟି ୩୦ ଲକ୍ଷ। ଠିକ୍‌ ସେହିପରି ମର୍ସିଡିଜ AMG GLE 33। ଏହି ମଡେଲର ଦାମ୍ ୩ କୋଟି ୧୭ ଲକ୍ଷ ଟଙ୍କା। ଜାଗୁଆର୍ ୨ କୋଟି, ରେଞ୍ଜରୋଭର୍ ୧ କୋଟି ହେବ। ଆହୁରି ୨ଟି ବିଏମଡବ୍ଲୁ ମଧ୍ୟ ଜବତ କରିଛି ପୁଲିସ୍‌। ଗତ ୧୨ ଦିନର ଖୋଳତାଡ଼ ଭିତରେ ହଂସିକା ଓ ଅନୀଲଙ୍କ ପାଖରୁ ସାତ ସାତଟି ନାମୀଦାମୀ କାର୍ ମିଳିଲାଣି। ଏପରିକି ଆହୁରି ଛୋଟମୋଡ଼ କାର ମଧ୍ୟ ରହିଛି। ଯାହାକୁ ହିସାବକୁ ନେଉନି ଆୟକର ବିଭାଗ।

କେବଳ କାର ନୁହେଁ, ଦିନିକିଆ ପୁଲିସ ରିମାଣ୍ଡରେ ଜେରା ବେଳେ ରାଜଧାନୀରେ ୫ଟି ବିଳାସପୂର୍ଣ୍ଣ ଫ୍ଲାଟ୍‌ ସଂପର୍କରେ ମିଳିଛି ତଥ୍ୟ। ଆଉ ସେହି ତଥ୍ୟ ଆଧାରରେ ଠାବ ହୋଇଥିଲା ଏସବୁ କୋଠାବାଡ଼ି। ଦିନିକିଆ ରିମାଣ୍ଡରେ ନିଜ କଳାସାମ୍ରାଜ୍ୟର ଅନେକ ଗୁମର ଖୋଲିଛନ୍ତି ହଂସିକା ଓ ଅନୀଲ। କେବେଠୁ ଭୁବନେଶ୍ୱର ଆସିଲେ ହଂସିକା? କେଉଁ କେଉଁ କର୍ପୋରେଟ୍‌ ହାଉସ୍‌ ଓ ତା’ ସହ କେମିତି ଲିଙ୍କରେ ଆସିଲେ? କେଉଁମାନଙ୍କ ପାଇଁ କାମ କରୁଥିଲେ? ରୂପରଙ୍ଗ ସହ ନାମ ପରିବର୍ତ୍ତନ ପଛର ରହସ୍ୟ କ’ଣ? ଅନୀଲ ମହାନ୍ତି, ମନୋଜ ଆଚାର୍ଯ୍ୟ ଓ ସ୍ୱାମୀ ସରୋଜ ସାହୁଙ୍କ ସହ ମିଶି କାହା ଛତ୍ରଛାୟାରେ ହଂସିତା ଚଳାଇଥିଲେ ସିଣ୍ଡିକେଟ୍‌? ଆଉ କେଉଁ କେଉଁଠି ବେନାମୀ ଇନଭେଷ୍ଟମେଣ୍ଟ ଅଛି? ଏଭଳି ନାନା ପ୍ରଶ୍ନକୁ ଧରି ସତ ଉଗାଳିଛି କମିସନରେଟ୍ ପୁଲିସର ସ୍ପେଶାଲ୍ କ୍ରାଇମ୍ ୟୁନିଟ୍।

Advertisment

ଆଉ ସେହି ତଥ୍ୟ ଆଧାରରେ ଆଗକୁ ବଢ଼ୁଥିବା ତଦନ୍ତ ଭିତରେ ବର୍ତ୍ତମାନ ଯାଏଁ ଶହେ କୋଟିର ସମ୍ପତ୍ତି ମିଳିଲାଣି। ତା’ମଧ୍ୟରୁ ନିଜ ପାଖରେ ୫୮ କୋଟି ଏବଂ ବିଲଡରଙ୍କ ପାଖରେ ୧୭ କୋଟିର ବେନାମୀ ସଂପତ୍ତି ଥିବା ତଥ୍ୟ ମିଳିଛି। ଏସବୁ ତଥ୍ୟ ପରେ ତାଟକା ହୋଇଯାଇଥିବା କମିସନରେଟ୍ ପୁଲିସ ଏବେ ତଦନ୍ତର ଗତିକୁ ଆହୁରି ବ୍ୟାପକ କରିଛି। ପୁଲିସ କମିସନର୍ କହିଛନ୍ତି, ଏହି ମାମଲାରେ ସଂପୃକ୍ତ ଆହୁରି ଅନେକ ବ୍ୟକ୍ତି ଆଗକୁ ସାମ୍ନାକୁ ଆସିପାରନ୍ତି।

ସେପଟେ ଆର୍ଥିକ ଦିଗକୁ ଧରି ଖୋଳତାଡ଼ ଚଳାଇଥିବା ଆୟକର ବିଭାଗ କିଛି ରାଜନେତା ଓ ବିଲଡରଙ୍କ ତାଲିକା ପ୍ରସ୍ତୁତ କରିଛି। ଏହି ବ୍ୟକ୍ତିଙ୍କ ପାଖକୁ ଆସନ୍ତା ସୋମବାରରୁ ଆୟକର ବିଭାଗ ନୋଟିସ୍‌ ପଠାଇବ। ମାମଲାରେ ଖୁବଶୀଘ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଏଣ୍ଟ୍ରି ମାରିବ ବୋଲି ସୂଚନା ମିଳିଛି।

Bhubaneswar BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe