ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍‌

୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।

Hansika PhotoOR

ହଂସିକା ଅଭିଲିପ୍ସା

Ordigital Desk
  • Published: Saturday, 11 January 2025
  • Updated: 11 January 2025, 10:45 PM IST

Sports

Latest News

ରାଜଧାନୀ ଭୁବନେଶ୍ୱରର ବଂଟି-ବବଲିଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । କର୍ପୋରେଟ ଜଗତଠୁ ଆରମ୍ଭ କରି ଖଣି କମ୍ପାନୀ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଏହି ବଂଟି-ବବଲି ପରିଚିତ ନାଁ । କିନ୍ତୁ ଏବେ ସମସ୍ତଙ୍କ ମୁହଁରେ ତୁଣ୍ଡି । କେବଳ ଟିକସ ଫାଙ୍କିବା ଲୋଭରେ ଏହି ବଂଟି-ବବଲିଙ୍କ ଜରିଆରେ କୁଆଡ଼େ ନିବେଶ ହୋଇଛି କୋଟିକୋଟି ଟଙ୍କା । ଆଉ ଏହି ଟଙ୍କାକୁ ଫେରିପାଇବା ପାଇଁ ବଂଟି-ବବଲିଙ୍କୁ ସୁରକ୍ଷିତ ମୁକୁଳାଇବା ପାଇଁ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରୟାସ । ଶୁଣିବାକୁ ଫିଲ୍ମ କାହାଣୀ ଭଳି ଲାଗୁଥିଲେ ମଧ୍ୟ କଥାଟି ସତ । କମିଶନରେଟ ପୁଲିସ ଦ୍ୱାରା ଗିରଫ ଅନୀଲ କୁମାର ମହାନ୍ତି ଓ ହଂସିକା ଅଭିଲିପ୍ସା(ବଂଟି-ବବଲି)ଙ୍କ ସହ ଜଡ଼ିତ ଏହି ଘଟଣାକ୍ରମ କୌଣସି ଫିଲ୍ମର କାହାଣୀ ଭଳି ଲାଗୁଥିଲେ ମଧ୍ୟ କଥାଟି ସତ ।

Also Read

ଖୋଳତାଡ଼ରୁ ଜଣାପଡ଼ିଛି ଯେ, ଗିରଫ ୪୯ବର୍ଷୀୟ ଅନୀଲ କୁମାର ମହାନ୍ତିଙ୍କ ମାଲିକାନାରେ ଏବେ ୩ଟି କମ୍ପାନୀ ରହିଛି । ଏଥିରୁ ୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ । ସିରାଜୁଦ୍ଦିନ ପରିବାର ଦ୍ୱାରା ୩୦ବର୍ଷ ପୂର୍ବରୁ କୋଲକାତାରେ କମ୍ପାନୀ ଆକ୍ଟରେ ପଞ୍ଜିକୃତ ଦୁଇଟି କମ୍ପାନୀ ମଧ୍ୟରୁ ‘ଟୋଟେନ୍ ଟ୍ରେଡ୍ ଆଣ୍ଡ କ୍ରେଡିଟ୍ ପ୍ରାଇଭେଟ୍‌’ ଲିମିଟେଡର ୧୦୦ପ୍ରତିଶତ ଶେୟାର ଏବେ ଅନୀଲ ଓ ତାଙ୍କ ପତ୍ନୀ ସ୍ମୃତିସ୍ନିଗ୍ଧା ମହାନ୍ତିଙ୍କ ମାଲିକାନାରେ ରହିଛି । ଏହି କମ୍ପାନୀକୁ ସିରାଜୁଦ୍ଦିନଙ୍କ ଝିଅ ସ୍ୱର୍ଗତ ଫମିିଦା ସିରାଜୁଦ୍ଦିନ ତିଆରି କରିଥିଲେ । ଫମିଦା ହେଉଛନ୍ତି ‘ସିରାଜୁଦ୍ଦିନ ଆଣ୍ଡ କୋ’ ଖଣି କମ୍ପାନୀର ବର୍ତ୍ତମାନର ମାଲିକ ସରୋସ,ସିରାଜ ଓ ମିରାଜଙ୍କ ମା’ ତଥା ମହମ୍ମଦ ୟୁସାଙ୍କ ପତ୍ନୀ । ଏହି କମ୍ପାନୀରେ ଅତିରିକ୍ତ ନିର୍ଦ୍ଦେଶକ ଭାବେ ଅନୀଲ ୨୦୧୯ ଏପ୍ରିଲରେ ଓ ସ୍ମୃତିସ୍ନିଗ୍ଧା ୨୦୨୧ ମାର୍ଚ୍ଚରୁ ସାମିଲ ହୋଇ ଏବେ କମ୍ପାନୀର ସମ୍ପୂର୍ଣ୍ଣ ମାଲିକ ପାଲଟିଛନ୍ତି । ଏହି କମ୍ପାନୀ ଆର୍ଥିକ ମଧ୍ୟସ୍ଥତା(ବୀମା ଓ ପେନସନ ପାଣ୍ଠିକୁ ବାଦ୍ ଦେଇ) ପାଇଁ ସହାୟକ କାର୍ଯ୍ୟ କରେ ।

ସେହିପରି ସିରାଜୁଦ୍ଦିନ ପରିବାରର ଅନ୍ୟ ଏକ କମ୍ପାନୀ ‘ମହାଦୁତିନ୍ ଟ୍ରେଡିଙ୍ଗ ପ୍ରାଇଭେଟ୍ ଲିମିଟେଡ’ରେ ଅନୀଲ ଓ ସ୍ମୃତିସ୍ନିଗ୍ଧାଙ୍କ ସମେତ ବିନୋଦ କୁମାର ସେଠିଆ ଓ ସିରାଜୁଦ୍ଦିନ ପରିବାରର ନଗମା ୟାଜଦାନୀ ଶେୟାରଧାରକ ଅଛନ୍ତି । ଅନୀଲ ଓ ସ୍ମୃତିସ୍ନିଗ୍ଧା ଏହି କମ୍ପାନୀରେ ଯଥାକ୍ରମେ ୨୦୧୮ ଜୁଲାଇ ଓ ୨୦୨୧ ମେ’ରେ ଶେୟାରଧାରକ ହୋଇଛନ୍ତି । ଏହି ମହାଦୁତିନ୍ ଟ୍ରେଡିଙ୍ଗ କମ୍ପାନୀ ମଧ୍ୟ ଆଇନଗତ ଓ ଆର୍ଥିକ ସେବା, ଅଡିଟ୍ କାର୍ଯ୍ୟ କରାଏ ।

ତେବେ ପ୍ରଶ୍ନ ଉଠୁଛି, ଅନୀଲଙ୍କୁ ୩୦ବର୍ଷ ପୁରୁଣା ଏସବୁ କମ୍ପାନୀ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ସିରାଜୁଦ୍ଦିନ ପରିବାର ଟେକି ଦେଇଛନ୍ତି । ଉଭୟ କମ୍ପାନୀ ଲାଭରେ ଚାଲୁଥିବା ମଧ୍ୟ କମ୍ପାନୀ ଦ୍ୱାରା ଦାଖଲ ରିପୋର୍ଟରୁ ବି ଜଣାପଡ଼ୁଛି । ତଥାପି ଅନୀଲଙ୍କୁ ଟେକି ଦେବା ପଛରେ କ’ଣ ରହସ୍ୟ ରହିଛି ତାହା ଏବେବି ଅସ୍ପଷ୍ଟ । ଅବଶ୍ୟ ଅନୀଲ ପୂର୍ବରୁ ବି ସିରାଜୁଦ୍ଦିନ ପରିବାର ସଦସ୍ୟଙ୍କ ମାଲିକାନାରେ ଥିବା କମ୍ପାନୀ ‘ଆଲିଜା ଇଂଟରନେସନାଲ ପ୍ରାଃ ଲିଃ ଏବଂ ଫହମିଦା ଇଂଟରନେସନାଲ ପ୍ରାଃ ଲିଃ’ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିସାରିଛନ୍ତି । ଆଲିଜା ଇଂଟରନେସନାଲ ସେହି କମ୍ପାନୀ ଯାହା ନାଁ ଜଷ୍ଟିସ ଏମବି ଶାହା କମିଶନ ଦ୍ୱାରା ସିରାଜୁଦ୍ଦିନ ଖଣି କମ୍ପାନୀର ବେଆଇନ କାରବାର ଖୋଳତାଡ଼ବେଳେ ପଦାକୁ ଆସିଥିଲା ।

ଯଦି ସୂତ୍ରକୁ ବିଶ୍ୱାସ କରାଯାଏ, ବିଜେଡି ସରକାର ସମୟରେ ଅନୀଲ ବେଶ୍ ପ୍ରଭାବଶାଳୀ ଥିଲେ । ଖଣି କାରବାରରେ ମିଡିଲ୍ ମ୍ୟାନ୍ ଭାବେ ମଧ୍ୟ ତାଙ୍କର ପରିଚୟ ରହିଥିଲା । ଯାଜପୁରର ଜଣେ ପୂର୍ବତନ ବିଧାୟକ ଯାହାଙ୍କ ମାଲିକାନାରେ ଏକ ଖଣି ପରିବହନକାରୀ କମ୍ପାନୀ ରହିଛି ତାଙ୍କର ଖାସ୍ ଭାବେ ମଧ୍ୟ ଅନୀଲ ପରିଚିତ । ବିଜେଡି ଶାସନକାଳରେ ଜଣେ ପ୍ରଭାବଶାଳୀ ମନ୍ତ୍ରୀ(୪ରୁ୫ଟି ବିଭାଗ ଦାୟିତ୍ୱରେ ଥିଲେ) ହିଁ କୁଆଡ଼େ ଅନୀଲଙ୍କ ସହ ହଂସିକାଙ୍କ ପରିଚୟ କରାଇଥିଲେ । ପଶ୍ଚିମଓଡ଼ିଶାର ଏହି ବିଜେଡି ବିଧାୟକ କଳାହାଣ୍ଡିର ବିଷ୍ଣୁପ୍ରିୟା ଚାନ୍ଦଙ୍କୁ ହଂସିକାରେ ରୂପାନ୍ତରଣ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ । ଏପରିକି ହଂସିକାଙ୍କ ବିବାହ ବିଚ୍ଛେଦ ପଛରେ ବି ଏହି ନେତାଙ୍କ ହାତ ଥିବା ସନ୍ଦେହ କରାଯାଉଛି । ଏହି ନେତାଙ୍କ ମାଧ୍ୟମରେ ୨୦୧୯ ମସିହା ପରେ ପ୍ରାୟ ୩୦୦କୋଟି ଟଙ୍କାର ଦଳୀୟ ପାଣ୍ଠି ଅନୀଲଙ୍କ କମ୍ପାନୀ ମାଧ୍ୟମରେ ନିବେଶ ହୋଇଛି । ଆଉ ସେହି ଟଙ୍କା ହିଁ କୁଆଡ଼େ ହଂସିକାଙ୍କୁ ଅନୀଲଙ୍କ ନିକଟତର କରାଇଥିଲା । ବିଜେଡିର  ତତକାଳୀନ ପ୍ରଭାବଶାଳୀ ଟିମ୍ ( କଳାହାଣ୍ଡି, ଯାଜପୁର ଓ ଭଦ୍ରକ ଜିଲ୍ଲାର) ହିଁ ଅନୀଲ-ହଂସିକାଙ୍କ ସହ ସମ୍ପର୍କରେ ରହି ପୁଳାପୁଳା କଳାଟଙ୍କା ନିବେଶ କରିଥିବା ଜଣାପଡ଼ିଛି ।

ଅନୀଲ-ହଂସିକାଙ୍କ ଆୟର ସ୍ରୋତ ଜାଣିବା ପାଇଁ ଆୟକର ବିଭାଗ ପକ୍ଷରୁ ଏବେ ଯେଉଁ ଖୋଳତାଡ଼ ଚାଲିଛି ତାହା ଖୁବଶୀଘ୍ର ସିରାଜୁଦ୍ଦିନ ପରିବାର ଓ ବିଜେଡି ନେତାମାନଙ୍କୁ ସ୍କାନରକୁ ନେବ ବୋଲି ସୂଚନା ମିଳିଛି । ଯଦିଓ ଆୟକର ବିଭାଗ ଇତିମଧ୍ୟରେ ୧୦୦କୋଟି ଟଙ୍କାରୁ ଅଧିକ ଆୟ ବର୍ହିଭୁତ ସମ୍ପତ୍ତି ଠାବ କରିବା ସହ ଅନୀଲଙ୍କ କମ୍ପାନୀ ସହ ବେଆଇନ ଆର୍ଥିକ କାରବାର କରିଥିବା ବ୍ୟକ୍ତିମାନଙ୍କୁ ଜେରା କରିବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ, ପଶ୍ଚିମଓଡ଼ିଶାର ଜଣେ ପ୍ରଭାବଶାଳୀ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଜେଡି ବିଧାୟକଙ୍କ ପୁଳାପୁଳା କଳାଟଙ୍କାର ସୁରକ୍ଷିତ ନିବେଶ ପାଇଁ କଳାହାଣ୍ଡିର ବିଷ୍ଣୁପ୍ରିୟା ଚାନ୍ଦଙ୍କୁ ରାତାରାତି ଭୁବନେଶ୍ୱରର ହଂସିକା ଅଭିଲିପ୍ସାରେ ରୂପାନ୍ତର କରାଯାଇଛି । ଆଉ ଦୀର୍ଘବର୍ଷ ଧରି ଓଡ଼ିଶାରେ ଖଣି କାରବାର ଓ କର୍ପୋରେଟ ସେକ୍ଟରରେ ମଧ୍ୟସ୍ଥି ଭାବେ ପରିଚିତ ନାଁ ଥିବା ଅନୀଲ କୁମାର ମହାନ୍ତିଙ୍କ ସହ ମିଶି ହଂସିକା ଚଳାଇଥିବା ଲୁଟ୍ ସିଣ୍ଡିକେଟ୍ ଏବେ ଥାନାରେ ମାମଲା ପରେ ପଦାକୁ ଆସିଛି । ଦେଶବିଦେଶର ବିଭିନ୍ନ ଏନଜିଓ ଓ ସିଏସଆର ପାଣ୍ଠିରେ ପରିଚାଳିତ ହେଉଥିବା ଏକ ଘରୋଇ ବିଶ୍ୱବିଦ୍ୟାଳୟର ଡେପୁଟି ନିର୍ଦ୍ଦେଶକଙ୍କ ଦ୍ୱାରା ଇନଫୋସିଟି ଥାନାରେ ମାମଲା ରୁଜୁ ପରେ କମିଶନରେଟ ପୁଲିସ ଆକ୍ସନମୋଡକୁ ଆସି ତନାଘନା ଚଳାଇଥିବା ଜଣାପଡି଼ଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story