Advertisment

ବ୍ରଜରାଜନଗର ଉପନିର୍ବାଚନ: ମଇଦାନରେ ୮ ସ୍ୱାଧୀନଙ୍କ ସମେତ ୧୪ ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ୧୪ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଛି । ଆଜି ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଯାଂଚ ପରେ କାଏମ ଥିବା ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ତାଲିକା ପ୍ରକାଶ ପାଇଛି । ଆସନ୍ତା ୧୭ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷଦିନ ଥିବାବେଳେ ମେ’ ୩୧ତାରିଖରେ ଭୋଟ ଗ୍ରହଣ ହେବ । ଝାରସୁଗୁଡ଼ା ଉପଜିଳ୍ଲାପାଳ ତଥା ନିର୍ବାଚନ ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ ଯେଉଁ ୧୪ଜଣଙ୍କ ପ୍ରାର୍ଥିପତ୍ର କାଏମ […]

ଅଦ୍ୟତନ ହୋଇଛି
ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ବିଜେପି ଓ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ, ମଇଦାନରେ ୧୧ର ପ୍ରାର୍ଥୀ

politicians

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ୧୪ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଛି । ଆଜି ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଯାଂଚ ପରେ କାଏମ ଥିବା ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ତାଲିକା ପ୍ରକାଶ ପାଇଛି । ଆସନ୍ତା ୧୭ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷଦିନ ଥିବାବେଳେ ମେ’ ୩୧ତାରିଖରେ ଭୋଟ ଗ୍ରହଣ ହେବ ।

Advertisment

ଝାରସୁଗୁଡ଼ା ଉପଜିଳ୍ଲାପାଳ ତଥା ନିର୍ବାଚନ ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ ଯେଉଁ ୧୪ଜଣଙ୍କ ପ୍ରାର୍ଥିପତ୍ର କାଏମ ରହିଛି ସେମାନଙ୍କ ମଧ୍ୟରେ ବିଜେଡିର ଅଳକା ମହାନ୍ତି, ବିଜେପିର ରାଧାରାଣୀ ପଣ୍ଡା, କଂଗ୍ରେସର କିଶୋର ପଟେଲ, ସିପିଆଇର ରମେଶ କୁମାର ତ୍ରିପାଠୀ, ଓଡ଼ିଶା ଜନତା ପାର୍ଟିର ମନଜ ପ୍ରଧାନ, ହିନ୍ଦୁସ୍ତାନ ନିର୍ମାଣ ଦଳର ବିଜୟ କୁମାର ଜାଳାନାଙ୍କ ସମେତ ଅବ୍ୟୟଭାରତୀ ଶେଖାୱତ ରାଜପୁତ ଜୈନ, ଆଦିତ୍ୟ ପ୍ରଧାନ, ତପନ କୁମାର ସ୍ୱାଇଁ, ଦିନବନ୍ଧୁ ବିଶ୍ୱାଳ ଓ ପାର୍ବତୀ ବେହେରା ରହିଛନ୍ତି ।

ମେ’ ୧୭ତାରିଖରେ ନାମାଙ୍କନ ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ବ୍ରଜରାଜନଗରରେ ଭୋଟଗ୍ରହଣ ଇଭିଏମ୍ ମେସିନରେ ହେବ। ପ୍ରାୟ ୨ଲକ୍ଷ ୧୪ହଜାର ୫୬୪ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ୨୭୯ଟି ମତଦାନ କେନ୍ଦ୍ର ହୋଇଛି ।

Advertisment
Brajrajnagar By-election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe