Advertisment

୨୦୨୪ କଂଗ୍ରେସ ପାଇଁ ଶେଷ ସୁଯୋଗ: ଜୟଦେବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘୨୦୨୪ କଂଗ୍ରେସ ପାଇଁ ହେବ ଶେଷ ସୁଯୋଗ। ୨୦୨୪ରେ କଂଗ୍ରେସ ଯଦି ଏକାଠି ହୋଇ ନିର୍ବାଚନ ଲଢିବନି, ତେବେ ଦଳକୁ କେହି ବଞ୍ଚାଇ ପାରିବେନି। ଏପରିକି ଭଗବାନ ବି ଦଳକୁ ରକ୍ଷା କରି ପାରିବେନି।’ ରାଜ୍ୟ କଂଗ୍ରେସର ଭବିଷ୍ୟତ ନେଇ ଆଜି ଏହି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା। ସେ କହିଛନ୍ତି, ରାଜ୍ୟ କଂଗ୍ରେସରେ ୯ଜଣ ବିଧାୟକ ଅଛନ୍ତି। ମୋକିମ ବାବୁ ନିଜ ବିବେକ କଥା ଶୁଣି ରାଷ୍ଟ୍ରପତି ଦ୍ରୌପଦୀ […]

ଅଦ୍ୟତନ ହୋଇଛି
୨୦୨୪ କଂଗ୍ରେସ ପାଇଁ ଶେଷ ସୁଯୋଗ: ଜୟଦେବ

jayadev jena

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): '୨୦୨୪ କଂଗ୍ରେସ ପାଇଁ ହେବ ଶେଷ ସୁଯୋଗ। ୨୦୨୪ରେ କଂଗ୍ରେସ ଯଦି ଏକାଠି ହୋଇ ନିର୍ବାଚନ ଲଢିବନି, ତେବେ ଦଳକୁ କେହି ବଞ୍ଚାଇ ପାରିବେନି। ଏପରିକି ଭଗବାନ ବି ଦଳକୁ ରକ୍ଷା କରି ପାରିବେନି।' ରାଜ୍ୟ କଂଗ୍ରେସର ଭବିଷ୍ୟତ ନେଇ ଆଜି ଏହି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା।

Advertisment

ସେ କହିଛନ୍ତି, ରାଜ୍ୟ କଂଗ୍ରେସରେ ୯ଜଣ ବିଧାୟକ ଅଛନ୍ତି। ମୋକିମ ବାବୁ ନିଜ ବିବେକ କଥା ଶୁଣି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବା ବିଜେପିକୁ ଭୋଟ୍ ଦେଇଥିଲେ।  ଆଉ ୮ଜଣଙ୍କ ମଧ୍ୟରେ କୌଣସି ବିବାଦ ନାହିଁ। ମୋକିମ ବାବୁ କେବଳ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍‌ ଦେଇଛନ୍ତି। ସେ କଂଗ୍ରେସ ବିରୋଧରେ କିଛି ମନ୍ତବ୍ୟ ଦେଇ ନାହାନ୍ତି। ତେଣୁ କଂଗ୍ରେସ ୨୦୨୪ ନିର୍ବାଚନରେ ଏକାଠି ହୋଇ କାମ କରିବ।

ଜୟଦେବ ଜେନା ଆହୁରି କହିଛନ୍ତି, ବିଜେପି, ବିଜେଡି ସହ ମିଶିକରି ଅଛି। ବିଜେପି ଓ ବିଜେଡି ଏକାଠି ହୋଇ ନିର୍ବାଚନ ଲଢ଼ିବେ।  ସେହି ପରିସ୍ଥିତିରେ କଂଗ୍ରେସ ହେଉଛି ଏକ ମାତ୍ର ବିକଳ୍ପ। ଲୋକେ ବିଜେପି ଓ ବିଜେଡିଠାରୁ ମୁହଁ ବୁଲାଇଲେଣି। ସେ ଦୃଷ୍ଟିରୁ ଦେଖିଲେ ୨୦୨୪ ହେଉଛି ଆମ ପାଇଁ ଶେଷ ସୁଯୋଗ। ୨୦୨୪ରେ ଯଦି କଂଗ୍ରେସ କ୍ଷମତାକୁ ଆସେ ୧୦ରୁ୧୫ ବର୍ଷ କ୍ଷମତାରେ ରହିବ। ପଇସା ବାଣ୍ଟି ଭୋଟ କିଣିବା ବିଜେଡିର କାମ। ଲୋକେ ଯେତେବେଳେ ନିଷ୍ପତ୍ତି ନେଇକି ଅନ୍ୟ ଆଡ଼େ ମୁହାଁଇବେ, ବିଜେଡିର କୌଣସି କୌଶଳ କାମ କରିବ ନାହିଁ।

Advertisment

ରାଜ୍ୟରେ କଂଗ୍ରେସକୁ ଦୃଢ଼ କରିବା ପାଇଁ ଶରତ ପଟ୍ଟନାୟଙ୍କୁ ଦାୟତ୍ୱ ଦିଆଯାଇଛି। ସେ ଏକ ଟିମ୍ ଗଠନ କରିବେ। ଟିମ୍ ତିଆରି ପାଇଁ ସେ ସମସ୍ତଙ୍କୁ ପଚରାଉଚରା କରୁଛନ୍ତି ବୋଲି ଶ୍ରୀ ଜେନା କହିଛନ୍ତି।

କଂଗ୍ରେସର ପରବର୍ତ୍ତୀ ସଭାପତି କିଏ ହେବ, ସେ ନିଷ୍ପତ୍ତି ସିଡବ୍ଲ୍ୟୁ ସି ବୈଠକରେ ହେବ। ଗାନ୍ଧୀ ପରିବାର ସହ ଲୋକେ ରହିବେ ବୋଲି ଜୟଦେବ ଜେନା କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe